Cricket

୩୪ ରନ୍‌ରେ ଜିତିଲା ପ୍ରଥମ ଟ୍ବେଣ୍ଟି-୨୦

ଡାମ୍ବୁଲା: ଭାରତୀୟ ମହିଳା କ୍ରିକେଟ୍‌ ଦଳ ନିଜର ଚମତ୍କାର ବିଜୟପରେ ଆରମ୍ଭ କରିଛି ଶ୍ରୀଲଙ୍କା ଗସ୍ତ । ହର୍ମନପ୍ରୀତ୍‌ କୌରଙ୍କ ନେତୃତ୍ବାଧୀନ ଏହି ଦଳ ଗୁରୁବାର ଖେଳିଥିବା ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌କୁ ୩୪ ରନ୍‌ରେ ଜିତି ୧-୦ର ଅଗ୍ରଣୀ ପାଇଯାଇଛି। ଅପରାଜିତ ୩୬ ରନ୍‌ କରିଥିବା ଜେମିମା ରୋଦ୍ରିଗ୍ବେଜଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ଏହି ଗସ୍ତରେ ଭାରତ ୩ ଲେଖାଏଁ ଟ୍ବେଣ୍ଟି-୨୦ ଏବଂ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବ। ସ୍ଥାନୀୟ ରଣଗିରି ଡାମ୍ବୁଲା ଆନ୍ତର୍ଜାତିକ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଗସ୍ତର ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।

ଚତୁର୍ଥ ଓଭରରେ ରଣସିଂଘେ ଭାରତକୁ ଯୁଗଳ ଝଟ୍‌କା ଦେଇଥିଲେ। ସେ ସ୍ମୃତି ମନ୍ଧାନା ଏବଂ ସାବିନେନି ମେଘନାଙ୍କୁ ଲଗାତାର ବଲ୍‌ରେ ଆଉଟ୍‌ କରି ଶ୍ରୀଲଙ୍କାକୁ ଆଶ୍ବସ୍ତ କରିଥିଲେ। ହେଲେ ଶେଫାଳି ବର୍ମା (୩୧ ରନ୍‌, ୩୧ ବଲ୍‌, ୪ ଚୌକା) ଓ ଅଧିନାୟିକା ହର୍ମନପ୍ରୀତ୍‌ କୌର (୨୨ ରନ୍‌, ୨୦ ବଲ୍‌, ୩ ଚୌକା) ତୃତୀୟ ୱିକେଟ୍‌ରେ ୩୯ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ଏହାପରେ ରୋଦ୍ରିଗ୍ବେଜ ଶେଷ ପର୍ଯ୍ୟନ୍ତ ପାଳି ଗଢ଼ିବା ଦାୟିତ୍ବ ତୁଲାଇଥିଲେ। ସେ ୨୭ ବଲ୍‌ରୁ ୩ ଚୌକା, ୧ ଛକା ସହାୟତାରେ ୩୬ ରନ୍‌ କରି ଅପରାଜିତ ରହିଥିଲେ। ତାଙ୍କ ବ୍ୟତୀତ ୱିକେଟ୍‌ରକ୍ଷକ ରିଚା ଘୋଷ ୧୧, ପୂଜା ଭସ୍ତ୍ରକାର ୧୪ ଏବଂ ଅଲ୍‌ରାଉଣ୍ଡର ଦୀପ୍ତି ଶର୍ମା ଅପରାଜିତ ୧୭ ରନ୍‌ କରିବାରୁ ଭାରତ ୬ ୱିକେଟ୍‌ ବିନିମୟରେ ୧୩୮ ରନ୍‌ କରିନେଇଥିଲା। ଶ୍ରୀଲଙ୍କା ପକ୍ଷରୁ ସଫଳ ବୋଲର ଭାବେ ରଣୱିରା ୩ ଓ ରଣସିଂଘେ ୨ ୱିକେଟ୍‌ ନେଇଥିଲେ।

Related posts

ଆପୋଲୋ ଟାୟାର୍ସ ହେଲା ଟିମ୍ ଇଣ୍ଡିଆର ଜର୍ସି ସ୍ପନସର୍

Odisha Sports Bureau

ବେଙ୍ଗାଲୁରୁ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯିବ ଆଇପିଏଲର ୩୦ ତମ ମ୍ୟାଚ

Odisha Sports Bureau

ପ୍ରଥମ ମ୍ୟାଚରେ ଫେଲ ମାରିଲା ଭାରତୀୟ ଦଳ

Odisha Sports Bureau