Cricket

ନକ୍ଆଉଟ ମୁକାବିଲା ଆରମ୍ଭ; ଟସ୍ ଜିତି ପ୍ରଥମ ବ୍ୟାଟିଂ ପାଇଁ ନିଷ୍ପତି ନେଇଛି ଭାରତ

ମୁମ୍ବାଇ: ଭାରତ – ନ୍ୟୁଜିଲାଣ୍ଡ ବିଶ୍ୱକପ୍ କ୍ରିକେଟ ସେମିଫାଇନାଲ । ମୁମ୍ବାଇ ୱାଙ୍ଖେଡେ ଷ୍ଟାଡିୟମରେ ଭାରତ – ନ୍ୟୁଜିଲାଣ୍ଡ ଭିତରେ ଆଜି ସେମିଫାଇନାଲ ଟକ୍କର । କପ ଆଣିବ ଭାରତ । ନକ୍ଆଉଟ ମୁକାବିଲା ବର୍ତ୍ତମାନ ଆରମ୍ଭ ହେବାକୁ ଯାଉଛି । ଏବଂ ପ୍ରଶଂସକଙ୍କ ପାଇଁ ଏହା ସବୁଠୁ ଖୁସି ଖବର ଯେ ସମସ୍ତଙ୍କର ନଜର ଥିଲା ଯେ ଟସ୍ କାହା ସପକ୍ଷରେ ଯିବ? କିନ୍ତୁ ଭାରତ ସପକ୍ଷରେ ଯାଇଛି ଟସ୍ । ଟସ୍ ଜିତି ପ୍ରଥମ ବ୍ୟାଟିଂ ପାଇଁ ନିଷ୍ପତି ନେଇଛି ଭାରତ । କାରଣ ୱାଙ୍ଖଡେ ଷ୍ଟାଡିୟମରେ ଯେଇଁଭଳି ଭାବେ ପିଚ୍ ରିପୋର୍ଟ ରହିଛି ଯଦି ଟସ୍ ଜିତି ପ୍ରଥମ ବ୍ୟାଟିଂ ପାଇଁ ଭାରତ ନିଷ୍ପତି ନେଉଛି ତେବେ ଏହା ଭାରତୀୟ ଖେଳାଳିଙ୍କ ପାଇଁ ପ୍ଲସ୍ ପଏଣ୍ଟ ହୋଇପାରେ । ଏଠାରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଉଭୟ ଦଳର ଖେଳ -୧୧ ରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ଟସ୍ ଜିତିବା ପରେ ରୋହିତ ଶର୍ମା କହିଛନ୍ତି, ‘ଆମେ ପ୍ରଥମେ ବ୍ୟାଟିଂ କରିବୁ। ପିଚ୍ ଭଲ ଅଟେ । ଟିକିଏ ଧୀର ଦେଖାଯାଉଛି । ନ୍ୟୁଜିଲ୍ୟାଣ୍ଡ ଏକ ନିୟମିତ ପ୍ରଦର୍ଶନକାରୀ ଦଳ ଅଟେ । ଆଜି ଆମ ପାଇଁ ଏକ ବଡ ଦିନ । ଆମ ଦଳରେ କୌଣସି ପରିବର୍ତ୍ତନ ନାହିଁ । ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମସନ କହିଛନ୍ତି, ପ୍ରଥମେ ବୋଲିଂରେ ଆମର ସର୍ବୋତ୍ତମ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବୁ । ଏହା ଏକ ଭଲ ସୁଯୋଗ । ଚାରି ବର୍ଷ ପୂର୍ବେ ପରିସ୍ଥିତି ସମାନ କିନ୍ତୁ ଅବସ୍ଥାନ ଭିନ୍ନ ଅଟେ । ଆମେ ଶେଷ ମ୍ୟାଚର ସମାନ ଖେଳ -୧୧ ସହିତ ଯାଉଛୁ ।
ଟିମ୍ ଇଣ୍ଡିଆର ପ୍ଲେଇଙ୍ଗ୍ -୧୧:

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ସୂର୍ୟ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ଶାମି, ମହମ୍ମଦ ସିରାଜ।

ନ୍ୟୁଜିଲ୍ୟାଣ୍ଡ ପ୍ଲେଇଙ୍ଗ୍ -୧୧
ନ୍ୟୁଜିଲ୍ୟାଣ୍ଡର ଖେଳ -୧୧: ଡିଭନ୍ କନୱେ, ରାଚିନ୍ ରବିନ୍ଦ୍ର, କେନ୍ ୱିଲିୟମ୍ସନ୍ (ଅଧିନାୟକ), ଡାରିଲ୍ ମିଚେଲ, ଟମ୍ ଲାଥାମ୍ (ୱିକେଟ୍ କିପର), ଗ୍ଲେନ୍ ଫିଲିପ୍ସ, ମାର୍କ ଚାପମାନ, ମିଚେଲ ସାଣ୍ଟନର୍, ଟିମ୍ ସାଉଥୀ, ଲକି ଫର୍ଗୁସନ୍, ଟ୍ରେଣ୍ଟ ବୋଲ୍ଟ ।

Related posts

କ୍ରିକେଟର ଯୁବରାଜ ସିଂହଙ୍କ ମାଆଙ୍କୁ ଧମକ ଦେଇ ଟଙ୍କା ନେବା ଉଦ୍ୟମରେ ମହିଳା ଗିରଫ

ଟେଷ୍ଟ ମାନ୍ୟତାରେ ଭାରତ,କୋହଲି ନମ୍ବର ୧

ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ପିସିବିର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ; କୋଚ୍ରୁ ଅଧିନାୟକ ପର୍ଯ୍ୟନ୍ତ ସମସ୍ତଙ୍କୁ ବଦଳାଇଲା

Odisha Sports Bureau