Cricket

ଅନ୍ତିମ ଟି-୨୦, ସିରିଜ ଜିତିବା ଲକ୍ଷ୍ୟରେ ଉଭୟ ଦଳ

(ଓଡିଶା ସ୍ପୋର୍ଟ): ଆଜି ହାମିଲଟନର ସେଡାନ୍ ପାର୍କରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଶେଷ ତଥା ନିର୍ଣ୍ଣାୟକ ଟି-ଟ୍ୱେଣ୍ଟି ମ୍ୟାଚ । ତିନିଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜ ଦୁଇ ଦଳ ସ୍ଥିତି ୧-୧ରେ ବରାବର ରହିଛି। ଫଳରେ ମ୍ୟାଚ ଉଭୟ ଦଳ ପାଇଁ ନିର୍ଣ୍ଣାୟକ ରହିବ । ପ୍ରଥମ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୮୦ ରନରେ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଭାରତ ୭ ୱିକେଟରେ ବିଜୟୀ ହୋଇଥିଲା । ଏହା ନ୍ୟୁଜିଲାଣ୍ଡ ମାଟିରେ ଭାରତର ପ୍ରଥମ ଅନ୍ତର୍ଜାତୀୟ ଟି-୨୦ ବିଜୟ ଥିଲା ।

ଉଭୟ ଦଳ ପାଇଁ କର ବା ମର ସ୍ଥିତି ।ଉଭୟ ଦଳ ମ୍ୟାଚ ହାତେଇବାକୁ ଜୋରଦାର ପ୍ରୟାସ କରିବେ । ତେବେ ଟିମ୍ ଇଣ୍ଡିଆ ପାଖରେ ଏକ ନୂଆ ଇତିହାସ ରଚିବାର ସୁଯୋଗ ରହିଛି । ଯଦି ଭାରତ ଶେଷ ଟି-୨୦ ମ୍ୟାଚରେ ବିଜୟୀ ହୁଏ, ତେବେ ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମ ଥର ପାଇଁ କୌଣସି ଦ୍ୱିପାକ୍ଷିକ ଟି-୨୦ ସିରିଜ ଜିତିବ।

Related posts

ପାକିସ୍ତାନକୁ ୩୫୭ ରନର ଟାର୍ଗେଟ ,ବିରାଟ କେ.ଏଲ ରାହୁଲଙ୍କ ଦମସାର ଶତକ

Odisha Sports Bureau

ତୃତୀୟ ଟେଷ୍ଟ ପୂର୍ବରୁ ଦଳରେ ଅଦଳବଦଳ

Odisha Sports Bureau

କ୍ରିକେଟ ପଡିଆରେ ଓମିକ୍ରନ ଆତଙ୍କ

Odisha Sports Bureau