Cricket

ଭାରତୀୟ କ୍ରିକେଟ ଟିମ୍ ଙ୍କ ଅଷ୍ଟେଲିଆ ଗ୍ରସ୍ତ

ଅଷ୍ଟେଲିଆ ଗସ୍ତ କରିଛି ଭାରତୀୟ କ୍ରିକେଟ ଟିମ୍ । ନଭେମ୍ବର ୨୧ରୁ ଆରମ୍ଭ ହେବ ଭାରତ – ଅଷ୍ଟେଲିଆ କ୍ରିକେଟ ସିରିଜ । ଏହି ଗ୍ରସ୍ତକାଳରେ ଦୁଇ ଦେଶ ମଧ୍ୟରେ ୩ଟି ଟି-୨୦,୩ଟି ଦିନିକିଆ ଓ ୪ଟି ଟେଷ୍ଟ ମ୍ୟାଚ ଖେଳାଯିବ ।

ଗ୍ରସ୍ତ ପୂର୍ବରୂ ଅଧିନାୟକ ବିରାଟ କୋହଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, “ ଭାରତ ପାଖରେ ସିରିଜ ଜିତିବାର ସୁଯୋଗ ରହିଛି ।ଏଥିପାଇଁ ଦଳ ଜୋରଦାର ପ୍ରସ୍ତୁତି କରିଛି ।

ଘରୋଇ ଅଷ୍ଟ୍ରେଲିଆ ନିଜ ମାଟିରେ ବେଶ୍ ଶକ୍ତିଶାଳୀ ଲାଗୁଥିଲେ ବି ଏଥର ବିନା ସ୍ମିଥ୍ ଓ ୱାର୍ଣ୍ଣରରେ ପଡ଼ିଆକୁ ଓହ୍ଲାଇବ। ୨୦୧୭ରେ ଟିମ୍ ଇଣ୍ଡିଆ ୨-୧ରେ ଅଷ୍ଟ୍ରେଲିଆକୁ ହରାଇ ବର୍ଡର-ଗାଭାସ୍କର ଟ୍ରଫି ନିଜ ପାଖରେ ରଖିଛି।

ଟି-ଟଣ୍ଟି ସିରିଜ
ନଭେମ୍ବର ୨୧,୨୩ ଓ ୨୫ ତାରିଖରେ ଟି-ଟ୍ୱଣ୍ଟି ମ୍ୟାଚ ହେବ । ୨୧ରେ ବ୍ରିସବୋନ,୨୩ରେ ମେଲବୋର୍ଣ୍ଣ ଓ ୨୫ ରେ ସିଡ଼ନୀରେ ମ୍ୟାଚ ଖେଳାଯିବ ।
ଟେଷ୍ଟ ସିରିଜ
ଉଭୟ ଦେଶ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଡ଼ିସେମ୍ବର ୬ରୁ୧୦ ମଧ୍ୟରେ ପ୍ରଥମ ଟେଷ୍ଟ ଆଡ଼ିଲେଡ଼ରେ ଖେଳାଯିବ । ସେହିପରି ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଡ଼ିସେମ୍ବର ୧୪ରୁ୧୮,ତୃତୀୟ ଟେଷ୍ଟ ମେଲବୋର୍ଣ୍ଣରେ ଡ଼ିସେମ୍ବର ୨୬ରୁ୩୦ ଓ ଚତ୍ରୁ୍ଥ ଟେଷ୍ଟ ସିଡ଼ନୀରେ ଜାନୁଆରୀ ୩ରୁ୭ ମଧ୍ୟରେ ଖେଳାଯିବ ।
ଦିନିକିଆ ସିରିଜ
ଜାନୁଆରୀ ୧୨,୧୫ ଓ୧୮ ତାରିଖରେ ଉଭୟ ଟିମ ମଧ୍ୟରେ ଦିନିକିଆ ମ୍ୟାଚ ହେବ । ୧୨ ତାରିଖରେ ସିଡ଼ନୀରେ ପ୍ରଥମ ଦିନିକିଆ ହେବାକୁ ଥିବା ବେଳେ ଆଡ଼ିଲେଡ଼ରେ ୧୫ ଓ ମେଲବୋର୍ଣ୍ଣରେ ୧୮ ତାରିଖରେ ଦ୍ୱିତୀୟ ଏବଂ ତୃତୀୟ ଦିନିକିଆ ଖେଳାଯିବ ।

Related posts

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଳ୍ୟୁଟିସି) ଫାଇନାଲ ମୁକାବିଲା ଦ୍ରାବିଡଙ୍କ ପ୍ରସ୍ତୁତ ଆରମ୍ଭ

Odisha Sports Bureau

ନିକଟରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଯୋଗୁ ବନ୍ଦ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ ଆଜିଠୁ ଆରମ୍ଭ

Odisha Sports Bureau

ଗତକାଲି ହୋଇଥିବା ଟି-୨୦ ମ୍ୟାଚରେ ୧୪୫ ରନରେ ଭାରତକୁ ହରାଇଛି ଓ୍ଵେଷ୍ଟଇଣ୍ଡିଜ

Odisha Sports Bureau