Tennis

ଅବସର ନେଲେ ଭାରତୀୟ ଟେନିସ ଜଗତର କିମ୍ବଦନ୍ତୀ ରୋହନ ବୋପନ୍ନା

ଅବସର ନେଲେ ଭାରତୀୟ ଟେନିସ ଜଗତର କିମ୍ବଦନ୍ତୀ ରୋହନ ବୋପନ୍ନା ଆଜି ଅବସର ଘୋଷଣା କରିଛନ୍ତି ଷ୍ଟାର ଟେନିସ୍ ଖେଳାଳି। ସେ ପ୍ରତିଯୋଗିତା ମୂଳକ ଟେନିସକୁ କହିଛନ୍ତି ଅଲବିଦା। ବୋପନ୍ନାଙ୍କ ଅବସର ସହ ଦୀର୍ଘ ୨ ଦଶନ୍ଧି ଧରି ଟେନିସ ସହ ଜଡ଼ିତ ତାଙ୍କ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସେ ୨୦ ବର୍ଷ ଧରି ଭାରତ ପାଇଁ ଖେଳି ଆସୁଥିଲେ। ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ, ବୋପନ୍ନା ଏବଂ ଏନ. ଶ୍ରୀରାମ ବାଲାଜୀଙ୍କ ଦଳ, ପୁରୁଷ ଡବଲ୍ସ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ୭-୫, ୬-୨ରେ ପରାସ୍ତ ହୋଇଥିଲା। ଏହା ବିଷୟରେ ଘୋଷଣା କରି ସେ ପୋଷ୍ଟ କରିଛନ୍ତି ଯେ, “ଏହା ମୋ ଟେନିସ୍ କ୍ୟାରିଅରର ଶେଷ ଟୁର୍ଣ୍ଣାମେଣ୍ଟ ଥିଲା। ମୁଁ ବୁଝିପାରୁଛି ଯେ ମୁଁ ଜଣେ ଖେଳାଳି ଭାବରେ କେଉଁଠାରେ ପହଞ୍ଚିଛି। ମୁଁ ଆଜି ଯେଉଁଠାରେ ଅଛି ତାହା ଏକ ବିରାଟ ସଫଳତା। ମୁଁ କେବେ କଳ୍ପନା କରି ନଥିଲି ଯେ ମୁଁ ୨୦ବର୍ଷରୁ ଅଧିକ ସମୟ ପାଇଁ ଏତେ ଉଚ୍ଚ ସ୍ତରରେ ଭାରତକୁ ପ୍ରତିନିଧିତ୍ୱ କରିବି। ୨୦୦୨ରେ ମୁଁ ଡେବ୍ୟୁ କରିଥିଲି ଏବଂ ଆଜି ୨୨ବର୍ଷ ପରେ, ମୁଁ ଅଲିମ୍ପିକ୍ସରେ ମୋ ଦେଶର ପ୍ରତିନିଧିତ୍ୱ କଲି। ଏହି ଐତିହାସିକ କ୍ୟାରିଅର ପାଇଁ ମୁଁ ବହୁତ ଗର୍ବିତ।”

ଅବସର ଘୋଷଣା ସହିତ, ୨୦୨୬ ଏସୀୟ କ୍ରୀଡ଼ାରେ ରୋହନ ବୋପନ୍ନାଙ୍କ ଅଂଶଗ୍ରହଣ କରିବାର ସମ୍ଭାବନା ଶେଷ ହୋଇଯାଇଛି। ତେବେ ୨୦୧୬ରେ ହୋଇଥିବା ରିଓ ଅଲିମ୍ପିକ୍ସରେ, ବୋପନ୍ନା ଏବଂ ସାନିଆ ମିର୍ଜାଙ୍କ ଦଳ mixed doubles ସେମିଫାଇନାଲରେ ପହଞ୍ଚିବା ସତ୍ତ୍ୱେ ପଦକ ଜିତିପାରି ନଥିଲେ। ଏଥର, ତାଙ୍କୁ ଶ୍ରୀରାମ ବାଲାଜୀଙ୍କ ସହ ଅଲିମ୍ପିକ୍ସ ପଦକ ଜିତିବାର ସ୍ୱପ୍ନ ପୂରଣ କରିବାର ସୁଯୋଗ ମିଳିଥିଲା। କିନ୍ତୁ ଫ୍ରାନ୍ସର ଗେଲ ମୋନଫିଲ୍ସ ଏବଂ ରୋଜର ବୈସଲିନ ଏପରି ହେବାକୁ ଦେଇନଥିଲେ।

Related posts

କ୍ୟାରିୟରର ୧୫୦୦ ତମ ମ୍ୟାଚ ଖେଳିଲେ ଏହି ଖେଳାଳି

Odisha Sports Bureau

ମନୋରଞନ ଦୁନିଆରେ ନଜର ଆସିବେ ଟେନିସ ଖେଳାଳି ସାନିଆ ମିର୍ଜା

ଏସିଆ ଟେବୁଲ ଟେନିସ୍ ଚମ୍ପିଆନସିପ୍ରେ ପାୟସଙ୍କୁ ରୌପ୍ୟ

Odisha Sports Bureau