Cricket

ଭାରତୀୟ ମହିଳା ଦଳ ନ୍ୟୁଜିଲାଣ୍ଡକୁ ହରାଇ ୧-୦ରେ ଆଗୁଆ

(ଓଡିଶା ସ୍ପୋର୍ଟ): ଭାରତୀୟ ମହିଳା ଦଳ ନ୍ୟୁଜିଲାଣ୍ଡକୁ ପ୍ରଥମ ଦିନିକିଆରେ ୯ ଓ୍ଵିକେଟ୍‌ରେ ହରାଇ ଆଜି ବିଜୟୀ ହୋଇଛି । ନାପିଏର୍‌ ଠାରେ ଗତକାଲି ପୁରୁଷ ଦଳ ୮ ଓ୍ଵିକେଟ୍‌ରେ ବିଜୟୀ ହୋଇଥିଲା ।

ସ୍ମୃତି ମାନ୍ଧାନାଙ୍କ ଶତକ ବଳରେ ଭାରତୀୟ ମହିଳା କ୍ରିକେଟ୍‌ ଦଳ ଆଜି ଏଇ ସହଜ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଘରୋଇ ନ୍ୟୁଜିଲାଣ୍ଡ ୧୯୨ ରନ୍‌ (୪୮.୪ ଓଭର) କରି ଅଲ୍‌ଆଉଟ୍‌ ହୋଇଯାଇଥିଲା । ଦଳ ପକ୍ଷରୁ ଓପ୍ନର ସୁଜି ବେଟ୍‌ସ ସର୍ବାଧିକ ୩୬ ରନ୍‌ କରିଥିଲେ । ଭାରତ ପକ୍ଷରୁ ଏକତା ବିସ୍ତ ଓ ପୁନମ ଯାଦବ ୩ଟି ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଥିଲେ ।

ପରେ ଦୁଇ ଓପ୍ନର ଜେମିମା ରଡ୍ରିଗୁଏଜ୍‌ ଓ ସ୍ମୃତି ମାନ୍ଧାନା ପ୍ରଥମ ଓ୍ଵିକେଟ୍‌ରେ ୧୯୦ ରନ୍‌ ଯୋଡ଼ି କାମ ତମାମ୍‌ କରି ଦେଇଥିଲେ । ଜେମିମା ଅପରାଜିତ ୮୧ ରନ୍‌ (୯୪ ବଲ୍‌) ଏବଂ ସ୍ମୃତି ୧୦୪ ବଲ୍‌ରେ ୧୦୫ ରନ୍‌ କରିଥିଲେ । ସ୍ମୃତିଙ୍କର ଏହା ହେଉଛି ଚତୁର୍ଥ ଦିନିକିଆ ଶତକ । ଭାରତ ୩୩ ଓଭରରେ ମାତ୍ର ଗୋଟିଏ ଓ୍ଵିକେଟ୍‌ ହରାଇ ବିଜୟଲକ୍ଷ୍ୟ ହାସଲ କରିଥିଲା । ଏହି ବିଜୟ ସହ ଭାରତ ତିନି ମ୍ୟାଚ୍‌ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି ।

Related posts

୪ ମହଲାରୁ ପଡ଼ି ପୂର୍ବତନ ଭାରତୀୟ କ୍ରିକେଟର ଡେଭିଡ୍ ଜନସନ ମୃତ, ଆତ୍ମହତ୍ୟା ସଂଦେହ

ଧୋନି ଫ୍ୟାନଙ୍କ ପାଇଁ ଖୁସିଖବର

ସାଂସଦ ପ୍ରିୟା ସରୋଜଙ୍କୁ ବିବାହ କରିବେ କି କ୍ରିକେଟର ରିଙ୍କୁ ସିଂ?

Odisha Sports Bureau