Cricket

ଭାରତୀୟ ମହିଳା ଦଳ ନ୍ୟୁଜିଲାଣ୍ଡକୁ ହରାଇ ୧-୦ରେ ଆଗୁଆ

(ଓଡିଶା ସ୍ପୋର୍ଟ): ଭାରତୀୟ ମହିଳା ଦଳ ନ୍ୟୁଜିଲାଣ୍ଡକୁ ପ୍ରଥମ ଦିନିକିଆରେ ୯ ଓ୍ଵିକେଟ୍‌ରେ ହରାଇ ଆଜି ବିଜୟୀ ହୋଇଛି । ନାପିଏର୍‌ ଠାରେ ଗତକାଲି ପୁରୁଷ ଦଳ ୮ ଓ୍ଵିକେଟ୍‌ରେ ବିଜୟୀ ହୋଇଥିଲା ।

ସ୍ମୃତି ମାନ୍ଧାନାଙ୍କ ଶତକ ବଳରେ ଭାରତୀୟ ମହିଳା କ୍ରିକେଟ୍‌ ଦଳ ଆଜି ଏଇ ସହଜ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଘରୋଇ ନ୍ୟୁଜିଲାଣ୍ଡ ୧୯୨ ରନ୍‌ (୪୮.୪ ଓଭର) କରି ଅଲ୍‌ଆଉଟ୍‌ ହୋଇଯାଇଥିଲା । ଦଳ ପକ୍ଷରୁ ଓପ୍ନର ସୁଜି ବେଟ୍‌ସ ସର୍ବାଧିକ ୩୬ ରନ୍‌ କରିଥିଲେ । ଭାରତ ପକ୍ଷରୁ ଏକତା ବିସ୍ତ ଓ ପୁନମ ଯାଦବ ୩ଟି ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଥିଲେ ।

ପରେ ଦୁଇ ଓପ୍ନର ଜେମିମା ରଡ୍ରିଗୁଏଜ୍‌ ଓ ସ୍ମୃତି ମାନ୍ଧାନା ପ୍ରଥମ ଓ୍ଵିକେଟ୍‌ରେ ୧୯୦ ରନ୍‌ ଯୋଡ଼ି କାମ ତମାମ୍‌ କରି ଦେଇଥିଲେ । ଜେମିମା ଅପରାଜିତ ୮୧ ରନ୍‌ (୯୪ ବଲ୍‌) ଏବଂ ସ୍ମୃତି ୧୦୪ ବଲ୍‌ରେ ୧୦୫ ରନ୍‌ କରିଥିଲେ । ସ୍ମୃତିଙ୍କର ଏହା ହେଉଛି ଚତୁର୍ଥ ଦିନିକିଆ ଶତକ । ଭାରତ ୩୩ ଓଭରରେ ମାତ୍ର ଗୋଟିଏ ଓ୍ଵିକେଟ୍‌ ହରାଇ ବିଜୟଲକ୍ଷ୍ୟ ହାସଲ କରିଥିଲା । ଏହି ବିଜୟ ସହ ଭାରତ ତିନି ମ୍ୟାଚ୍‌ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି ।

Related posts

ଆସନ୍ତା କାଲି ବିଶ୍ୱକପ କ୍ରିକେଟରେ ହାଇଭୋଲଟେଜ ଲଢେଇ

Odisha Sports Bureau

ଭାରତୀୟ କ୍ରିକେଟ ଦଳର ଭେଟେରାନ ଖେଳାଳି ହରଭଜନ ସିଂଙ୍କ ଜନ୍ମ ଦିନ

ସାରାଙ୍କୁ ଦେଖି ସୁଭମନ ଜଲଦି ହୋଇଗଲେ ଆଉଟ! ଫ୍ୟନ୍ସ କଲେ ଅଭିଯୋଗ!

Odisha Sports Bureau

Leave a Comment