Hockey

ମହିଳା ଏସିଆନ ଚାମ୍ପିଅନ୍ସ ଟ୍ରଫି କବଜା କଲା ଭାରତୀୟ ମହିଳା ହକି ଟିମ

ଭାରତୀୟ ମହିଳା ଟିମକୁ ଅଭନନ୍ଦନ ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ନଟ୍ଟନାୟକ । କାରଣ ଦେଶ ପାଇଁ ଗୌରବ ଆଣିଛନ୍ତି ଭାରତୀୟ ମହିଳା ହକି ଦଳ । ପୁଣିଥରେ ମହିଳା ଏସିଆନ ଚାମ୍ପିଅନ୍ସ ଟ୍ରଫି କବଜା କଲା ଭାରତୀୟ ମହିଳା ହକି ଟିମ। ବିହାରର ରାଜଗିରରେ ଭାରତୀୟ ମହିଳା ଟିମ ରାଜ କରିଛି। ଆଜି ଫାଇନାଲରେ ଭାରତୀୟ ମହିଳା ଦଳ ଚୀନକୁ ୧-୦ ଗୋଲରେ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ଥର ପାଇଁ ଚାମ୍ପିଅନ ହୋଇଛି। ୨୦୨୩ରେ ଦଳ ଜାପାନକୁ ୪-୦ ଗୋଲରେ ହରାଇ ରାଞ୍ଚିରେ ଟ୍ରଫି ହାତେଇଥିଲା। ଏଥର ବିହାରରେ ଭାରତର ଫାଇନାଲରେ ବିଜୟୀ ହୋଇଛି। ଫାଇନାଲରେ ବିଜୟୀ ହେବା ପରେ ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆଗାମୀ ଦିନରେ ଦଳ ଏଭଳି ପ୍ରଦର୍ଶନ ବଜାୟ ରଖି ଦେଶ ପାଇଁ ଗୌରବ ଆଣୁ ବୋଲି ଅଭିନନ୍ଦନ ଜଣାଇ କହିଛନ୍ତି ନବୀନ ପଟ୍ଟନାୟକ। ହକିର ପ୍ରସାର ପ୍ରଚାର କ୍ଷେତ୍ରରେ ନବୀନଙ୍କ ଅବଦାନ ଅତୁଳନୀୟ। ଦୁଇ ଦୁଇ ଥର ବିଶ୍ବକପ ହକି ଆୟୋଜନ କରି ହକିକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ନବୀନ ଏକ ଉଦାହରଣ ସୃଷ୍ଟି କରିଥିଲେ।

Related posts

ବୀରେନ୍ଦ୍ରଙ୍କୁ ମିଶାଇ ଓଡ଼ିଶା ପୁଲିସ୍‌ରେ ନିଯୁକ୍ତି ଦିଆଗଲାଣି ମୋଟ ୧୩୬ ଜଣ କ୍ରୀଡ଼ାବିତ୍‌

Odisha Sports Bureau

ଜାତୀୟ କନିଷ୍ଠ ପୁରୁଷ ହକି ପାଇଁ ୧୮ ଜଣିଆ ଓଡ଼ିଶା ଦଳ ମହାରାଷ୍ଟ୍ର ଗସ୍ତ

Odisha Sports Bureau

ଅଲମ୍ପିକ ଟେଷ୍ଟ ଇଭେଣ୍ଟ : ବିଜୟରୁ ଅଭିଯାନ ଆରମ୍ଭ କଲେ ଭାରତୀୟ ମହିଳା ହକି ଟିମ

Odisha Sports Bureau