Cricket

ଖୁବଶୀଘ୍ର ଟିମ୍ ଘୋଷଣା କରିବ ଭାରତୀୟ ଦଳ

ମୁମ୍ବାଇ:ସରିଆସୁଛି ସମୟ । ଅଗଷ୍ଟ ୩୦ରୁ ଆରମ୍ଭ ହେବ ଏସିଆ କପ । ପାକିସ୍ତାନ ଓ ଶ୍ରୀଲଙ୍କା ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ହେବ । ପ୍ରଥମ ମ୍ୟାଚର ଆୟେଜକ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଖେଳାଯିବ । ଏହିକ୍ରମରେ ଖୁବଶୀଘ୍ର ଦଳ ଘୋଷଣା କରିପାରନ୍ତି ଭାରତୀୟ ଟିମ୍ । ଆସନ୍ତା ୧୭ ତାରିଖ ସୁଦ୍ଧା ଟିମ୍ ଘୋଷଣା ହେବା ନେଇ ସୂଚନା ମିଳୁଛି ।

ସେହିପରି ବିଶ୍ଵକପ ଆଉ ଦୁଇ ମାସରୁ କମ୍ ସମୟ ବାକି ରହିଛି। ସମସ୍ତ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିପଡିଛନ୍ତି। ଏସିଆ କପ୍ ୨୦୨୩ ପୂର୍ବରୁ ଭାରତ ଦଳ ପାଇଁ ଗୋଟିଏ ହେଲେ ଦିନିକିଆ ମ୍ୟାଚ୍ ନାହିଁ। ଏସିଆ କପ୍ ପରେ ଦିନିକିଆ ବିଶ୍ଵକପ୍ ଖେଳାଯିବ। ଏହି ଦୁଇଟି ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳର କୋର ଗ୍ରୁପ ଚୂଡାନ୍ତ ହୋଇ ସାରିଛି। ୧୮ ଖେଳାଳିଙ୍କୁ ନେଇ ଭାରତୀୟ ଦଳ ପ୍ରବନ୍ଧକ ଆଗକୁ ବଢିବ। ଏଥିରୁ ଅତି କମରେ ୧୫ ଜଣ ଖେଳାଳିଙ୍କୁ ଏସିଆ କପ୍ ପାଇଁ ଚୟନ କରାଯିବ। ତେବେ କିଏ କିଏ ଚୟନ ହେବେ , ତାହା ଆସନ୍ତା ୧୬ କିମ୍ବା ୧୭ ତାରିଖରେ ଜଣାପଡିବ ।

Related posts

କିକ୍ରେଟକୁ ଅଲବିଦା କଲେ ଇରଫାନ ପଠାନ

Odisha Sports Bureau

ପାକିସ୍ତାନ ବୋଲରଙ୍କ ବଡ ବିବୃତ୍ତି; ଭାରତ ବିପକ୍ଷ ମ୍ୟାଚ ଉପରେ ନୁହେଁ ବିଶ୍ୱକପ ଉପରେ ନଜର

Odisha Sports Bureau

ଚମ୍ପିଆନ୍ସ ଗଲଫ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ କପିଲ

Odisha Sports Bureau