Cricket

ଖୁବଶୀଘ୍ର ଟିମ୍ ଘୋଷଣା କରିବ ଭାରତୀୟ ଦଳ

ମୁମ୍ବାଇ:ସରିଆସୁଛି ସମୟ । ଅଗଷ୍ଟ ୩୦ରୁ ଆରମ୍ଭ ହେବ ଏସିଆ କପ । ପାକିସ୍ତାନ ଓ ଶ୍ରୀଲଙ୍କା ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ହେବ । ପ୍ରଥମ ମ୍ୟାଚର ଆୟେଜକ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଖେଳାଯିବ । ଏହିକ୍ରମରେ ଖୁବଶୀଘ୍ର ଦଳ ଘୋଷଣା କରିପାରନ୍ତି ଭାରତୀୟ ଟିମ୍ । ଆସନ୍ତା ୧୭ ତାରିଖ ସୁଦ୍ଧା ଟିମ୍ ଘୋଷଣା ହେବା ନେଇ ସୂଚନା ମିଳୁଛି ।

ସେହିପରି ବିଶ୍ଵକପ ଆଉ ଦୁଇ ମାସରୁ କମ୍ ସମୟ ବାକି ରହିଛି। ସମସ୍ତ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିପଡିଛନ୍ତି। ଏସିଆ କପ୍ ୨୦୨୩ ପୂର୍ବରୁ ଭାରତ ଦଳ ପାଇଁ ଗୋଟିଏ ହେଲେ ଦିନିକିଆ ମ୍ୟାଚ୍ ନାହିଁ। ଏସିଆ କପ୍ ପରେ ଦିନିକିଆ ବିଶ୍ଵକପ୍ ଖେଳାଯିବ। ଏହି ଦୁଇଟି ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳର କୋର ଗ୍ରୁପ ଚୂଡାନ୍ତ ହୋଇ ସାରିଛି। ୧୮ ଖେଳାଳିଙ୍କୁ ନେଇ ଭାରତୀୟ ଦଳ ପ୍ରବନ୍ଧକ ଆଗକୁ ବଢିବ। ଏଥିରୁ ଅତି କମରେ ୧୫ ଜଣ ଖେଳାଳିଙ୍କୁ ଏସିଆ କପ୍ ପାଇଁ ଚୟନ କରାଯିବ। ତେବେ କିଏ କିଏ ଚୟନ ହେବେ , ତାହା ଆସନ୍ତା ୧୬ କିମ୍ବା ୧୭ ତାରିଖରେ ଜଣାପଡିବ ।

Related posts

ସିନିୟର ମହିଳା ଟ୍ବେଣ୍ଟି-୨୦: ଭାରତୀୟ ଦଳରେ ସାମିଲ ହେଲ ୨ ଓଡ଼ିଆ

Odisha Sports Bureau

ଆଇପିଏଲ ୨୦୨୩ରେ ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ

Odisha Sports Bureau

 ଆଫଗାନିସ୍ତାନ କ୍ରିକେଟର ନଜିବୁଲ୍ଲାଙ୍କ ମୃତ୍ୟୁ

Odisha Sports Bureau