Cricket

ଆଇପିଏଲ ୨୦୨୨: ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ମୁହାଁମୁହିଁ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି କ୍ରିକେଟ ମହାସମର ଆଇପିଏଲ ୨୦୨୨ର ପ୍ରଥମ ମ୍ୟାଚ। ମୁମ୍ବାଇର ପ୍ରସିଦ୍ଧ ଓ୍ୱାଙ୍ଖଡେ ଷ୍ଟାଡିୟମରେ ଏହି ମୁକାବିଲା ଖେଳାଯିବାକୁ ଯାଉଥିବା ବେଳେ ଛକା ଚୌକା ସାଙ୍ଗକୁ ଦେଖିବାକୁ ମିଳିବ କ୍ରିକେଟର ଭରପୂର ଏଣ୍ଟରଟେନମେଣ୍ଟ । ଏହି ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଡିପେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ । ତେବେ ଶୁକ୍ରବାର ଦିନ ଆରସିବିର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ସିଏସକେର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏକାଠି ଅଭ୍ୟାସ କରୁଥିବା ଫଟୋ ଭାଇରାଲ ହୋଇଥିଲା । ବିରାଟ ଓ ଧୋନୀ ଦୀର୍ଘ ୧୦ ବର୍ଷ ହେବ ଏକାଠି କ୍ରିକେଟ୍ ଖେଳୁଛନ୍ତି। ଅନ୍ୟପକ୍ଷେ କୋହଲି ଧୋନୀଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆରେ ପଦାର୍ପଣ କରିଥିଲେ ।

୨୦୨୨ ଆଇପିଏଲ ପାଇଁ ଏଥର ସମସ୍ତ ଟିମର ନବକଳେବର ହୋଇଥିବା ସହ ୪ଟି ଲେଖାଏଁ ଖେଳାଳିଙ୍କୁ ରିଟେନ ରଖି ଅନ୍ୟ ସମସ୍ତ ଖେଳାଳିଙ୍କୁ କିଣାଯାଇଛି । ଏହି ବର୍ଷ ଚେନ୍ନାଇ ଓ କୋଲକାତା ବେଶ ଶକ୍ତିଶାଳୀ ଟିମ ରହିଥିବା ବେଳେ ଉଭୟ ଦଳର ଅଧିନାୟକ ମଧ୍ୟ ପରିବର୍ତ୍ତନ ହୋଇଛନ୍ତି । ଗୋଟେ ପଟେ ଶ୍ରେୟାସ ଆୟର କୋଲକାତାର ମଙ୍ଗ ଧରିଛନ୍ତି ତ ଅନ୍ୟପଟେ ରବିନ୍ଦ୍ର ଜାଡେଜା ଚେନ୍ନାଇର ମଙ୍ଗ ଧରିଛନ୍ତି । ସେହିପରି କୋଲକାତାରେ ଭେଙ୍କଟେଶ ଆୟର, ଆନେ୍ଧ୍ର ରସେଲ, ନୀତିଶ ରାଣା, ସୁନୀଲ ନାରିନ ଓ ଶ୍ରେୟାସ ଆୟରଙ୍କ ଭଳି ଖେଳାଳି ରହିଥିବା ବେଳେ ଚେନ୍ନାଇରେ ଋତୁରାଜ ଗାଏକ୍ୱାର୍ଡ, ମୋଇନ ଅଲ୍ଲୀ, ଧୋନୀ, ଜାଡେଜା ଓ ବ୍ରାଭୋଙ୍କ ଭଳି ଖେଳାଳି ରହିଛନ୍ତି ।

ଅନ୍ୟପକ୍ଷେ, ଆଇପିଏଲର ରେକର୍ଡ ଉପରେ ନଜର ପକାଇଲେ ଚଳିତ ବର୍ଷର ଆଇପିଏଲରେ ଚେନ୍ନାଇର ପଲ୍ଲା ଭାରି ରହିଛି । ମୋଟ ୨୬ଟି ମ୍ୟାଚରୁ ଚେନ୍ନାଇ ୧୭ଟି ମ୍ୟାଚ ଜିତିଥିବା ବେଳେ କୋଲକାତା ୮ଟି ମ୍ୟାଚ ଜିତିଛି । ୨୦୨୧ ଆଇପିଏଲରେ କୋଲକାତା ବିପକ୍ଷରେ ଚେନ୍ନାଇ ୩ଟି ମ୍ୟାଚ ଖେଳି ୩ଟିରେ ବିଜୟୀ ହୋଇଥିଲା । ତେବେ ଏଥର ନୂଆ ଅଧିନାୟକ ଶ୍ରେୟାସ ଚେନ୍ନାଇ ବିପକ୍ଷରେ କେତେ ସଫଳ ହେଉଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର ରହିଛି । ଗତ ବର୍ଷ ଆଇପିଏଲରେ ଚେନ୍ନାଇ ପକ୍ଷରୁ ଋତୁରାଜ ଗାଏକ୍ୱାର୍ଡ ପ୍ରଭାବୀ ପ୍ରଦର୍ଶନ କରି ଦଳକୁ ସଫଳତା ଦେଇ ପୂରା ସିଜିନରେ ସର୍ବାଧିକ ରନରେ ଅରେଞ୍ଜ କ୍ୟାପ ହୋଲ୍ଡର ମଧ୍ୟ ହୋଇଥିଲେ । ସେହିପରି ଏଥର ନୂଆ ଚୟନ ଦଳରେ ସାମିଲ ହୋଇଥିବା ଡେଭନ କନୱେ, ଆଡାମ ମିଲାନ ଓ କ୍ରିସ ଜୋର୍ଡାନଙ୍କ ଉପରେ ଦଳ ଭରସା କରାଯାଇଛି ।

ଦଳର ଓପନିଂ ଦାୟିତ୍ୱ ଗାଏକ୍ୱାର୍ଡ ଓ କନୱେଙ୍କ ଉପରେ ରହିବା ସହ ବୋଲିଂ ଦାୟିତ୍ୱ ଦିପକ ଚହର ଓ ଆଡାମ ମିଲାନ ସମ୍ଭାଳିପାରନ୍ତି କୁହାଯାଉଛି । ସେହିପରି କୋଲକାତା ପାଇଁ ଗତ ବର୍ଷ ଭେଙ୍କଟେଶ ଅୟର ଦମଦାର ପ୍ରଦର୍ଶନ କରିଥିଲେ । ଫଳରେ ଦଳ ଶେଷ ମୁହୂର୍ତ୍ତରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲା । ତେଣୁ ଏଥର ଦଳ ପାଇଁ ଲକି ସାବ୍ୟସ୍ତ ହୋଇପାରନ୍ତି ଭେଙ୍କଟେଶ । ଏହାସହ ଦଳର ଅଧିନାୟକ ଦାୟିତ୍ୱ ଶ୍ରେୟାସ ଆୟର ସମ୍ଭାଳୁଥିବାରୁ ତାଙ୍କ ଉପରେ ଭରସା କରିଛି ଦଳ କୋଲକାତା ନାଇଟ ରାଇଡର୍ସ । ଆଇପିଏଲଭି ୨୦୨୨ ରେ ୧୦ଟି ଟିମ ଭାଗ ନେଉଥିବା ଯୋଗୁଁ ଟିମ ଗୁଡିକୁ ୨ଟି ଗ୍ରୁପରେ ଭାଗ କରାଯାଇଛି । ତେବେ ଆଜି ସନ୍ଧ୍ୟା ୭ଟା ୩୦ ରେ ପୂରା ନବକଳେବର ସହ ମୈଦାନକୁ ଓହ୍ଲାଉଥିବା ଆଜି ଏହି ଦୁଇ ଦଳଙ୍କ ମ୍ୟାଚ ବେଶ ରୋମାଞ୍ଚକର ରହିବ ବୋଲି ଆଶା କରାଯାଉଥିବା ବେଳେ ପ୍ରଥମ ମ୍ୟାଚ କେଉଁ ଦଳ ଜିତୁଛି ତାହା ଦେଖିବା ବାକି ରହିଲା ।

Related posts

ଏସିଆ କପ୍ ପାଇଁ ପାକିସ୍ତାନ ଦଳ ଘୋଷଣା; ବାବର ଆଜାମଙ୍କ ସମେତ ଏହି ଖେଳାଳି ସ୍ଥାନ ପାଇଛନ୍ତି

Odisha Sports Bureau

ଭାରତ-ଅଷ୍ଟ୍ରେଲିଆ ମ୍ୟାଚ: ଟସ୍ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି

Odisha Sports Bureau

ଲାଇଭ ମ୍ୟାଚରେ କାହିଁକି କମେଣ୍ଟ୍ରି ଛାଡି ହଠାତ୍ ଉଠିଆସିଲେ ସୁନୀଲ ଗାଭାସ୍କର?

Odisha Sports Bureau

Leave a Comment