Cricket

ଆଉ କିଛି କ୍ଷଣ ପରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ଚଳିତ ଆଇପିଏଲ୍‌ର ୬୫ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚ୍‌ ସନରାଇଜର୍ସ ଦଳ ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ୧୨ଟି ମ୍ୟାଚ୍‌ ଖେଳି ସନରାଇଜର୍ସ ୫ ବିଜୟ ସହ ମୋଟ୍‌ ୧୦ ପଏଣ୍ଟ ହାସଲ କରିଛି । ଶେଷ ୨ଟି ମ୍ୟାଚ୍‌କୁ ବଡ ବ୍ୟବଧାନରେ ଜିତି ରନ୍‌ ରେଟ୍‌ ଉନ୍ନତି କରିପାରିଲେ ସନରାଇଜର୍ସର ପ୍ଲେ-ଅଫ୍‌ ସମ୍ଭାବନା ରହିବ। ନଚେତ ମ୍ୟାଚ୍ ପରାଜୟ ସହ ସବୁ ସ୍ୱପ୍ନ ମଉଳି ଯିବ ।

ଅନ୍ୟପକ୍ଷେ, ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ-ଅଫ୍‌ ଦୌଡରୁ ବାଦ ପଡ଼ି ସାରିଛି । ପୂର୍ବ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍‌ସ ଏହି ପ୍ଲେ-ଅଫ୍‌ ଦୌଡରୁ ବଞ୍ଚିତ ହୋଇଥିଲା । ଦଳରେ ଆହତ ସମସ୍ୟା ଓ ଫର୍ମ ହାନୀ ଲାଗି ରହିଥିଲେ ହେଁ ମୁମ୍ବାଇ ଇଣ୍ଡିଆନ୍ସ ଏକ ସନ୍ତୁଳିତ ଏକାଦଶ ପ୍ରସ୍ତୁତ କରିବା ଆଶା କରାଯାଉଛି । ଟିମ୍‌ ଡେଭିଡ୍‌ ଫର୍ମକୁ ଫେରିଛନ୍ତି । ଅନ୍ୟପକ୍ଷେ, ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବାର କ୍ଷମତା ଦଳ ନିକଟରେ ରହିଛି । ଆଜିର ମ୍ୟାଚ୍‌ରେ ରୋହିତ ବାହିନୀର ପଲା ଭାରି ରହିବା ଆଶା କରାଯାଉଛି।

Related posts

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ଜିତିଲା ଭାରତ

Odisha Sports Bureau

ବଦଳିବ ଟେଷ୍ଟମ୍ୟାଚର ରୂପରେଖ

ବୃହତ ବିଜୟ ସହ No.1 ଇଣ୍ଡିଆ

Odisha Sports Bureau