Cricket

ଆଇପିଏଲରେ ପୁଣି ଦମଦାର ଖେଳିଲେ ହାର୍ଦ୍ଦିକ: ପଏଣ୍ଟ ଟେବୁଲର ଟପକୁ ଉଠିଲା ଗୁଜୁରାଟ

ଗୁଜୁରାଟ : ପୁଣି ନିଜ କମାଲ ଦେଖାଇଲା ଗୁଜୁରାଟ ଟାଇଟନ୍ସ । ୪ ଥର ବିଜୟ ମୁକୁଟ ପିନ୍ଧିବା ପରେ ପଏଣ୍ଟ ଟେବୁଲରେ ଉପରକୁ ଉଠିଲା ଗୁଜୁରାଟ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗତ କାଲି ଆଇପିଏଲର ୨୪ ତମ ମ୍ୟାଚରେ ୩୭ ରନରେ ଗୁଜୁରାଟ ହରାଇଲା ରାଜସ୍ଥାନ ରୟାଲ୍ସକୁ । ଚଳିତ ସଂସ୍କରଣରେ ଗୁଜୁରାଟର ଏହା ପଞ୍ଚମ ମ୍ୟାଚରେ ଚତୁର୍ଥ ବିଜୟ । କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ଦମଦାର ଖେଳ ଜାରି ରଖି ୮୭ ରନର ଇନିଂସ୍ କରିଛନ୍ତି ।

ଅଭିନବ ମନୋହର ୪୩ ଓ ଡେଭିଲ୍ ମିଲର୍ ୩୧ ରନର ଯୋଗଦାନ କରିଥିଲେ । ୧୯୩ ରନର ବଡ଼ ଲକ୍ଷ୍ୟର ପିଛା କରୁଥିବା ରାଜସ୍ଥାନ ୧୫୫ ରନ୍ କରିଥିଲା । ରାଜସ୍ଥାନ ପକ୍ଷରୁ ଜୋସ୍ ବଟଲର ସର୍ବାଧିକ ୫୪ ରନ୍ କରିଥିଲେ । ଶିମରନ୍ ହେଟମେୟର୍ ୨୯, ରିୟାନ୍ ପରାଗ ୧୮ ଓ ଜେମ୍ସ ନିଶାମ ୧୭ ରନ୍ କରିଥିଲେ । ଗୁଜରାଟର ୟଶ ଦୟାଲ ଓ ଲକି ଫର୍ଗୁସନ୍ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ ।

Related posts

୭ ବର୍ଷ ପରେ ଘରମୂହାଁ ହେବ ଫଟାଫଟ କ୍ରିକେଟର ମହାସମର ଟ୍ୱେଣ୍ଟି-୨୦ ବିଶ୍ୱକପ ୨୦୨୧

Odisha Sports Bureau

ଦଲିପ ଟ୍ରଫି ଜିତିଲା ଦକ୍ଷିଣାଞ୍ଚଳ

ସମୟ ଥିଲା ମଶ୍ଚିଦ୍ ରେ ଝାଡୁ ମାରୁଥିଲେ ଏହି କ୍ରିକେଟର, ଡେବ୍ୟୁ ମ୍ୟାଚରେ ହିଁ ଭାରତକୁ କରିଥିଲେ ‘ବିଶ୍ୱ ଚମ୍ପିଆନସିପ୍’

Odisha Sports Bureau