Cricket

କୋଲକାତାକୁ ୧୮୨ ରନ ଟାର୍ଗେଟ ଦେଲା ହାଇଦ୍ରାବାଦ

(ଓଡିଶା ସ୍ପୋର୍ଟ): ଆଇପିଏଲର ଦ୍ୱାଦଶ ସଂସ୍କରଣର ଦ୍ୱିତୀୟ ମ୍ୟାଚ୍ ରବିବାର କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ପାଇଥିବା ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୧୮୧ ରନ୍ କରିଛି।
କୋଲକାତାର ଇଡେନ ଗାର୍ଡେନରେ ହାଇଦ୍ରାବାଦର ଜନି ବେୟାରଷ୍ଟୋ ୩୯ ରନ୍, ବିଜୟ ଶଙ୍କର ଅପରାଜିତ ୪୦ ରନ୍ ଓ ମନୀଷ ପାଣ୍ଡେ ଅପରାଜିତ ୧୮୨ ରନ୍ କରିଛନ୍ତି। ୟୁସୁଫ ପଠାନ ଦଳ ପାଇଁ ମାତ୍ର ୧ ରନ୍ ଯୋଗଦାନ ଦେଇଥିଲେ।
କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ପୀୟୁଷ ଚାଓ୍ଵଲା ଗୋଟିଏ ଓ୍ଵିକେଟ୍ ନେଇଛନ୍ତି। ହାଇଦ୍ରାବାଦ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ସ୍କୋର ୧୧୮ ରନ୍ରେ ପ୍ରଥମ ଓ୍ଵିକେଟ୍ ଭାବରେ ଜନି ବେୟାରଷ୍ଟୋଙ୍କୁ ହରାଇଥିଲା। ଡାଭିଡ ଓ୍ଵାର୍ଣ୍ଣର ଆଉଟ୍ ହେବା ବେଳକୁ ସ୍କୋର ୧୪୪ ରନ୍ ଥିଲା। ସେହିପରି ୧୫୨ ରନ୍ରେ ହାଇଦ୍ରାବାଦ ୩ୟ ଓ୍ଵିକେଟ ଭାବରେ ୟୁସୁଫ ପଠାନଙ୍କୁ ହରାଇଥିଲା।

Related posts

ଆଇପିଏଲ୍‌ ଆରମ୍ଭରୁ ଦଳରୁ ବାଦ ପଡିଲେ ମହେନ୍ଦ୍ର ସିଂ ଧୋନି !

Odisha Sports Bureau

ବିଶ୍ୱକପକୁ ଫେରିଲେ ମାହି

Odisha Sports Bureau

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ୧ନଂ ସ୍ଥାନରେ ରବୀନ୍ଦ୍ର ଜାଡେଜା

Odisha Sports Bureau