Cricket

ଧୋନିଙ୍କୁ ନେଇ ଇଶାନଙ୍କ ଖୁଲାସା

ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ନିଜର ଶାନ୍ତ ସ୍ୱଭାବ ପାଇଁ ବେଶ ପରିଚିତ । କୈଣସି ପରିସ୍ଥିତିରେ ମାହି କୁଲରେ ରୁହନ୍ତି । ଏଥିପାଇଁ ତାଙ୍କୁ କୁଲ୍ କ୍ୟାପଟେନ ବୋଲି କୁହାଯାଏ । କିନ୍ତୁ ନିକଟରେ ଟିମ ଇଣ୍ଡିଆର ଦ୍ରୁତ ବୋଲର ଈଶାନ୍ତ ଶର୍ମା ଧୋନିଙ୍କୁ ନେଇ ବଡ ଖୁଲାସା କରିଛନ୍ତି । ଧୋନି ମଇଦାନରେ କେତେ ବେଳେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସନ୍ତି, ତା’ ବିଷୟରେ ଖୁଲାସା କରିଛନ୍ତି ଈଶାନ୍ତ ଶର୍ମା ।

ଈଶାନ୍ତ କହିଛନ୍ତି, ଧୋନିଙ୍କର ଭିନ୍ନ ଭିନ୍ନ ମୁଡ୍ ରହିଥାନ୍ତି । ଧୋନି ପଡିଆରେ ଅଧିକାଂଶ ସମୟ କୁଲ୍ ରହିଥାନ୍ତି କିନ୍ତୁ ଅନେକ ସମୟରେ ସାଥି ଖେଳାଳିଙ୍କ ଉପରେ ବିରକ୍ତି ହେଉଥିବାର ନଜର ଆସିଥାନ୍ତି । ଯଦି ଧୋନି କୌଣସି ସ୍ଥାନରେ ଶାନ୍ତ ହୋଇ ବସିଥାନ୍ତି, ତେବେ ଏହାର ଅର୍ଥ ସେ ଅଲଗା ଜୋନରେ ରହିଛନ୍ତି । ତାଙ୍କ ମୁଣ୍ଡରେ କିଛି ଗମ୍ଭୀରତାର ସହିତ ଚାଲୁଛି । ସେହି ସମୟରେ ଯଦି କିଏ ତାଙ୍କୁ କିଛି ପଚାରିଦିଅନ୍ତି, ସେତେବେଳେ ଧୋନି ରାଗି ଯାଆନ୍ତି ।

ଅଧିକାଂଶ ସମୟରେ କୁଲ୍ ଅନ୍ଦାଜରେ ରୁହନ୍ତି ମାହି ଭାଇ । ଅନେକ ସମୟରେ ମଇଦାନରେ ମୋ ଉପରେ ବିରକ୍ତି ହୁଅନ୍ତି । ମୋ ଉପରେ ମଧ୍ୟ ଥରେ କିମ୍ବା ଦୁଇଥର ବିରକ୍ତି ହୋଇ କହିଛନ୍ତି । କେବଳ ମୋ ଉପରେ ନୁହେଁ ବିରାଟ କୋହଲିଙ୍କ ଉପରେ ମଧ୍ୟ ବିରକ୍ତି ହୋଇଛନ୍ତି ମାହି ଭାଇ । ମାହି ଭାଇ କେବଳ ଶୋଇବା ସମୟରେ ଏକା ଶୁଅନ୍ତି । ନଚେତ କେହି ନା କେହି ତାଙ୍କ ସହିତ ଚର୍ଚ୍ଚା ପାଇଁ ତାଙ୍କ ରୁମରେ ବସିଥାଏ ।

Related posts

ସୋସିଆଲ ଲାଇଫରୁ ଦୂରେଇ ରହୁଛନ୍ତି ବିରୁଷ୍କା

ଏସିଆ କପ୍ ବାହାନାରେ ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ଭାରତ; ଟିମ୍ ଇଣ୍ଡିଆ ଖେଳାଳିଙ୍କ ପାଇଁ ‘ଅଗ୍ନି ପରୀକ୍ଷା’

Odisha Sports Bureau

ଆଇପିଏଲରୁ ବାଦ ପଡିଲେ କେ ଏଲ ରାହୁଲ