Cricket

ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ଜାପାନ ଦଳ ଘୋଷଣା କରିଛି

ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ଏକମାତ୍ର ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ଜାପାନ କ୍ରିକେଟ୍ ଆସୋସିଏସନ୍ ୧୫ ଜଣିଆ ଦଳ ଘୋଷଣା କରିଛି । ଏହି ଐତିହାସିକ ମହାମୁକାବିଲା ଚଳିତ ମାସ ୨୨ ତାରିଖରେ ଅନୁଷ୍ଠିତ ହେବ। ବିସିସିଆଇର ସୂଚନା ଅନୁଯାୟୀ, ଭାରତ-ଜାପାନ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ଅବସରରେ ଏହି କ୍ରିକେଟ୍ ମ୍ୟାଚ୍ ତୋଚିଗି ପ୍ରାନ୍ତର ସାନୋ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ସ୍ଥାନୀୟ ସମୟ ଅନୁସାରେ ସକାଳ ୯:୩୦ ମିନିଟ୍‌ରୁ ଏହି ମ୍ୟାଚ୍ ଆରମ୍ଭ ହେବ ।

India, Japan to play historic T20I as cricket joins 75th anniversary  celebrations | Dialogus

ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଖେଳ ମାଧ୍ୟମରେ ଭାରତ ଏବଂ ଜାପାନ ମଧ୍ୟରେ ପାରସ୍ପରିକ ସମ୍ପର୍କ ଓ ସହଯୋଗ ବୃଦ୍ଧି କରିବା। ଏହା ଅଧୀନରେ ଦୁଇ ଦେଶ ମଧ୍ୟରେ କ୍ରୀଡ଼ା ସମ୍ପର୍କକୁ ମଜବୁତ କରିବା ଏବଂ ଜାପାନରେ ଅଧିକରୁ ଅଧିକ ଲୋକଙ୍କ ପାଖରେ କ୍ରିକେଟ୍‌କୁ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଉଛି । ଏହି ମ୍ୟାଚ୍‌ରେ କେଣ୍ଡାଲ୍ କାଦୋୱାକି-ଫ୍ଲେମିଂ ଜାପାନ ଦଳର ଅଧିନାୟକତ୍ୱ କରିବେ। ଫ୍ଲେମିଂ ଜଣେ ଅଭିଜ୍ଞ ଖେଳାଳି। ସେ ଏପର୍ଯ୍ୟନ୍ତ ୫୫ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସେ ପ୍ରାୟ ୧୪୦ ଷ୍ଟ୍ରାଇକ୍ ରେଟ୍ ଓ ୩୯ ହାରରେ ୧୮୭୧ ରନ୍ ସଂଗ୍ରହ କରିଛନ୍ତି। ତାଙ୍କ ନାମରେ ଦୁଇଟି ଶତକ ଏବଂ ୧୨ଟି ଅର୍ଦ୍ଧଶତକ ମଧ୍ୟ ରହିଛି।

Japan Name 15-Member Squad For Historic T20I Against India in Sano

ଜାପାନ ଦଳ: କେଣ୍ଡାଲ୍ ଫ୍ଲେମିଂ (ଅଧିନାୟକ), ଚାର୍ଲି ହାରା ହିଞ୍ଜେ, ବେଞ୍ଜାମିନ୍ ଗୋ ଇଟୋ ଡେଭିସ୍, କୋହେଇ କୁବୋଟା, ୱାଟାରୁ ମିୟାଉଚି, ରିଓ ସକୁରାନୋ, ଡେକ୍‌ଲାନ୍ ସୁଜୁକି, ଶୋମା ସ୍ଲେଟର, ଆଲେକ୍ସଜାଣ୍ଡାର୍ ଶିରାଇ, ଲାଚଲାନ୍ ଲେକ୍, ମାକୋଟୋ ତାନିୟାମା, ଇବ୍ରାହିମ ତାକାହାଶୀ, ତ୍ସୁୟୋଶୀ ତାକାଦା, ଜେକ୍ କୁସୁଡା, ଆଲେଷ୍ଟର ଫ୍ଲେମିଂ।

🇯🇵🔥 JAPAN ARE READY FOR HISTORY! 🇮🇳 Japan have named their 15-member squad  for a historic T20I clash against India! 🏏💥

Related posts

ସୂର୍ଯ୍ୟକୁମାର ଯାଦବ ହଠାତ୍ MI ଅଧିନାୟକ

ଟେଷ୍ଟ୍ କ୍ରିକେଟରେ ୭୦୦ ୱିକେଟ ନେଇ ରେକର୍ଡ କଲେ ଅଶ୍ୱିନ

ମହିଳା ଟ୍ବେଣ୍ଟି-୨୦, ଓଡ଼ିଶାର ଚତୁର୍ଥ ବିଜୟ

Odisha Sports Bureau