Cricket

କୋହଲିଙ୍କୁ ନେଇ କପିଲଙ୍କ ବଡ ବୟାନ

ନୂଆଦିଲ୍ଲୀ: ଟେଷ୍ଟରୁ ଅଧିନାୟକ ପଦ ଛାଡିବା ପରେ ଏବେ ସବୁଠି ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା । ପୂର୍ବତନ କ୍ରିକେଟରଙ୍କଠୁ ଆରମ୍ଭ କରି ସବୁ ମହଲରେ ବିରାଟଙ୍କ ନିଷ୍ପତ୍ତିକୁ ନେଇ ଉଠିଛି ପ୍ରଶ୍ନ । ଏହା ଭିତରେ ୧୯୮୩ ବିଶ୍ୱକପ ବିଜେତା ଦଳର ସଦସ୍ୟ ମଦନଲାଲ ବିରାଟଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେହିପରି ଏହି ଦଳର ଅଧିନାୟକ କପିଲ ଦେବ କେହଲିଙ୍କୁ ଦେଇଛନ୍ତି ଏକ ବଡ ଉପଦେଶ ଦେଇଛନ୍ତି । କପିଲ କହିଛନ୍ତି ଯେ, କେହଲିଙ୍କୁ ନିଜ ଅହଙ୍କାର ଛାଡିବାକୁ ପଡିବ । ଅଧିନାୟକ ପଦ ଛାଡିବା ପରେ ଏବେ ଜୁନିୟରମାନଙ୍କୁ ନେତୃତ୍ୱରେ ଖେଲିବାକୁ ପଡିବ । ଏଥିସହ ସେ କୋହଲୀଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ ଜଣାଇଛନ୍ତି କପିଲ ।
କପିଲ୍ ଦେବ ଏହା ମଧ୍ୟ କହିଛନ୍ତି, ଜୁନିୟର ଖେଳାଳିଙ୍କ ଅଧୀନରେ ଖେଳିବାରେ କୋହଲିଙ୍କ କୌଣସି ସମସ୍ୟା ହେବ ନାହିଁ। ବିରାଟ ମଧ୍ୟ ନିଜର ଇଗୋ ଛାଡି କୌଣସି ଯୁବ ଖେଳାଳିଙ୍କ ଅଧୀନରେ ଖେଳିବେ। ଏହା ତାଙ୍କର କ୍ୟାରିୟର ଏବଂ ଦଳ ପାଇଁ ବେଶ ସହାୟକ ହେବ। ବିରାଟ ନୂତନ ଅଧିନାୟକ ଏବଂ ନୂତନ ଖେଳାଳିଙ୍କୁ ମାର୍ଗଦର୍ଶନ ମଧ୍ୟ କରାଇ ପାରିବେ।
ଟି-୨୦ ଦଳର ଅଧିନାୟକ ଛାଡିବା ପରଠୁ ଅସମୟ ଦେଇ ଗତି କରୁଛନ୍ତି ବିରାଟ । ଫଳରେ ସେ ଚାପଗ୍ରସ୍ତ ହୋଇ ରହୁଥିବା ଦେଖାଯାଉଛି । ଏହି ଚାପ ତାଙ୍କ ବ୍ୟାଟିଂରେ ମଧ୍ୟ ଦେଖିବାକୁ ମିଳିଛି । ତେଣୁ ଚାପମୁକ୍ତ ହୋଇ ବ୍ୟାଟିଂ କରିବାକୁ ହେଲେ ତାଙ୍କ ପାଖରେ ଏହା ଏକ ମାତ୍ର ବିକଳ୍ପ ରହିଥିଲା । ତେବେ କୋହଲି ଏହି ନିଷ୍ପତ୍ତି ନେବା ପୂର୍ବରୁ ସେ ଅନେକ ଥର ଚିନ୍ତା କରିଥିବେ ବୋଲି କହିଛନ୍ତି କପିଲ । ତେଣୁ ତାଙ୍କ ନିଷ୍ପତ୍ତିକୁ ସମର୍ଥନ କରିବା ସହିତ ଶୁଭକାମନା ଜଣାଇବା ଉଚିତ ।

Related posts

ଟ୍ବେଣ୍ଟି୨୦ ବ୍ୟାଟିଂ ମାନ୍ୟତାରେ ୧୦ତମ ସ୍ଥାନକୁ ଖସିଲେ ସୂର୍ଯ୍ୟକୁମାର

Odisha Sports Bureau

ଚଣ୍ଡିଗଡ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠୁ ହାରିଲା ଭାରତ

Odisha Sports Bureau

କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରୁ ବାଦ ଦିଆଗଲା?

Odisha Sports Bureau