ନୂଆଦିଲ୍ଲୀ: ଟି ୨୦ ବିଶ୍ୱକପ ଚାଲିଥିବା ବେଳେ ଭାରତର ପ୍ରଥମ ମ୍ୟାଚ ଜୁନ ୫ ତାରିଖରେ ଖେଳାଯିବ । ଏହି ମ୍ୟାଚକୁ ଫ୍ୟାନ୍ସ ମାନେ ଅପକ୍ଷା କରି ରହିଛନ୍ତି । ଏହାରି ମଧ୍ୟରେ ଭାରତୀୟ ଫ୍ୟାନ୍ସ ଙ୍କୁ ଲାଗିଛି ଝଟକା । ଭାରତୀୟ ଟିମର ଷ୍ଟାର କ୍ରିକେଟର ସମସ୍ତ ଫର୍ମାଟରୁ କେଦାର ଯାଦବ ସନ୍ନ୍ୟାସ ନେଇଛନ୍ତି ।
କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଇଛନ୍ତି କେଦାର ଯାଦବ ।୨୦୨୦ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଅକଲାଣ୍ଡରେ ଶଷ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଥିଲେ । ଏହାପର ଠାରୁ ଟିମରୁ ବାଦ ପଡିଛନ୍ତି କେଦାର ଯାଦବ । ଏହାପୂର୍ବରୁ ଇଂଲଣ୍ଡରେ ଖେଳାଯାଇଥିବା ୨୦୧୯ ବିଶ୍ୱକପରେ ଖେଳିଥିଲେ । ଟ୍ୱିଟ କରି ସନ୍ନ୍ୟାସ ଘୋଷଣା କରିବା ବେଳେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନିଜ କ୍ୟାରିଅରରେ ଫ୍ୟାନ୍ସ ଦେଇଥିବା ସମର୍ଥନ ଏବଂ ଭଲପାଇବା ଯୋଗୁଁ ଫ୍ୟାନ୍ସଙ୍କୁ କୃତଜ୍ଞତା ଜଣାଇଛନ୍ତି ।
୨୦୧୯ ବିଶ୍ୱକପରେ ଖେଳିଥିଲେ କିନ୍ତୁ ୨୦୧୩ ବିଶ୍ୱକପରେ ନଜର ଆସିନଥିଲେ । ସେହିପରି ଟି୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ କବଳ ୧୨୨ରନ କରିଛନ୍ତି କେଦାର ଯାଦବ । ୨୦୧୮ରେ କେଦାର ଯାଦବ ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ଟାଇଟଲ ବିଜୟରେ ମୁଖ୍୍ୟ ଭୂମିକା ଗ୍ରହଣ କରିଥିଲେ । ପରେ ୨୦୨୩ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ତରଫରୁ ମ୍ୟାଚ ଖେଳିଥିଲେ । କେଦାର ଯାଦବ ଏହି ସମୟରେ ଜିଓ ସିନେମା ପାଇଁ ମରାଠୀରେ କମେଣ୍ଟ୍ରି କରିଥିଲେ । ଏହା ବାଦ ଆଇପିଏଲରେ ଆରସିବି , ସିଏସକେ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ ରାଇଜର୍ସ ହାଇଦ୍ରାବାଦ ପାଇଁ ମ୍ୟାଚ ଖେଳିଛନ୍ତି ।