Cricket

କ୍ରକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଲେ କେଦାର ଯାଦବ

ନୂଆଦିଲ୍ଲୀ: ଟି ୨୦ ବିଶ୍ୱକପ ଚାଲିଥିବା ବେଳେ ଭାରତର ପ୍ରଥମ ମ୍ୟାଚ ଜୁନ ୫ ତାରିଖରେ ଖେଳାଯିବ । ଏହି ମ୍ୟାଚକୁ ଫ୍ୟାନ୍ସ ମାନେ ଅପକ୍ଷା କରି ରହିଛନ୍ତି । ଏହାରି ମଧ୍ୟରେ ଭାରତୀୟ ଫ୍ୟାନ୍ସ ଙ୍କୁ ଲାଗିଛି ଝଟକା । ଭାରତୀୟ ଟିମର ଷ୍ଟାର କ୍ରିକେଟର ସମସ୍ତ ଫର୍ମାଟରୁ କେଦାର ଯାଦବ ସନ୍ନ୍ୟାସ ନେଇଛନ୍ତି ।
କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଇଛନ୍ତି କେଦାର ଯାଦବ ।୨୦୨୦ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଅକଲାଣ୍ଡରେ ଶଷ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଥିଲେ । ଏହାପର ଠାରୁ ଟିମରୁ ବାଦ ପଡିଛନ୍ତି କେଦାର ଯାଦବ । ଏହାପୂର୍ବରୁ ଇଂଲଣ୍ଡରେ ଖେଳାଯାଇଥିବା ୨୦୧୯ ବିଶ୍ୱକପରେ ଖେଳିଥିଲେ । ଟ୍ୱିଟ କରି ସନ୍ନ୍ୟାସ ଘୋଷଣା କରିବା ବେଳେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନିଜ କ୍ୟାରିଅରରେ ଫ୍ୟାନ୍ସ ଦେଇଥିବା ସମର୍ଥନ ଏବଂ ଭଲପାଇବା ଯୋଗୁଁ ଫ୍ୟାନ୍ସଙ୍କୁ କୃତଜ୍ଞତା ଜଣାଇଛନ୍ତି ।
୨୦୧୯ ବିଶ୍ୱକପରେ ଖେଳିଥିଲେ କିନ୍ତୁ ୨୦୧୩ ବିଶ୍ୱକପରେ ନଜର ଆସିନଥିଲେ । ସେହିପରି ଟି୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ କବଳ ୧୨୨ରନ କରିଛନ୍ତି କେଦାର ଯାଦବ । ୨୦୧୮ରେ କେଦାର ଯାଦବ ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ଟାଇଟଲ ବିଜୟରେ ମୁଖ୍୍ୟ ଭୂମିକା ଗ୍ରହଣ କରିଥିଲେ । ପରେ ୨୦୨୩ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ତରଫରୁ ମ୍ୟାଚ ଖେଳିଥିଲେ । କେଦାର ଯାଦବ ଏହି ସମୟରେ ଜିଓ ସିନେମା ପାଇଁ ମରାଠୀରେ କମେଣ୍ଟ୍ରି କରିଥିଲେ । ଏହା ବାଦ ଆଇପିଏଲରେ ଆରସିବି , ସିଏସକେ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ ରାଇଜର୍ସ ହାଇଦ୍ରାବାଦ ପାଇଁ ମ୍ୟାଚ ଖେଳିଛନ୍ତି ।

 

Related posts

୪୦୮ ରନରେ ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ ପରିସମାପ୍ତି, ଭାରତଠାରୁ ୧୬୩ ରନରେ ଆଗୁଆ

Odisha Sports Bureau

ଭାରତ ଛାଡିବା ପୂର୍ବରୁ ମୁହଁ ଖୋଲିଲେ ନବୀନ ଉଲ ହକ୍

ଆଇସିସି ଟୁର୍ଣ୍ଣାମେଣ୍ଟ ସୂଚୀ ଘୋଷଣା

Odisha Sports Bureau