Cricket

ରାମ ସିୟା ରାମ ଗୀତରେ କେଶବଙ୍କ ଏଣ୍ଟ୍ରି, ଭିନ୍ନ ଅନ୍ଦାଜରେ ସ୍ୱାଗତ କଲେ ବିରାଟ

ଦକ୍ଷିଣ ଆଫ୍ରିକା-ଭାରତ ମଧ୍ୟରେ ଚାଲିଛି ଟେଷ୍ଟ ସିରିଜ୍‌ । ବୁଧବାରଠୁ କେପ୍‌ଟାଉନ୍‌ ଗ୍ରାଉଣ୍ଡରେ ଚାଲିଛି ସିରିଜ୍‌ର ୨ୟ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଅନେକ ରୋମାଞ୍ଚକର ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଦିନରେ ୨୩ଟି ଓ୍ୱିକେଟ୍‌ର ପତନ ହୋଇଥିବା ବେଳେ ବୋଲରଙ୍କ ଦବ୍‌ଦବା ଦେଖିବାକୁ ମିଳିଛି । ସେହିପରି ଆଉ ଏକ ମଜାଳିଆ ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା କଣ ଏହି ଘଟଣାଟ୍ଟ
ମ୍ୟାଚ୍‌ରେ ଆଫ୍ରିକା ଟିମ୍‌ର ଅଧିନାୟକ ଡିନ୍‌ ଏଲ୍‌ଗାର ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଯେଉଁଥିରେ ପୁରା ଟିମ୍‌ ୫୫ ରନ୍‌ରେ ଅଲ୍ଆଉଟ୍‌ ହୋଇଯାଇଥିଲା । ତେବେ ଟିମ୍‌ର ୩୪ ରନ୍‌ରେ ୬ଓ୍ୱିକେଟ୍‌ ହରାଇଥିଲା । ଯାହାଫଳରେ ବ୍ୟାଟିଂ କରିବାକୁ ପଡିଆକୁ ଆସିଥିଲେ ଦକ୍ଷିଣ ଆଫ୍ରିକାର ଅଲ୍‌ରାଉଣ୍ଡର କେଶବ ମହାରାଜ । ଆଉ ଏହି ସମୟରେ ପଡିଆରେ ବାଜିଥିଲା ଗୀତ ରାମ୍‌.. ସିୟା.. ରାମ୍‌ଟ୍ଟ। ସ୍ଲିପ୍‌ରେ ଫିଲ୍ଡିଂ କରୁଥିବା ବିରାଟଙ୍କ ମଜାଳିଆ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ରାମ୍‌ଟ୍ଟ ସିୟା.. ରାମ୍‌ ଗୀତ ବାଜୁଥିବା ବେଳେ ବିରାଟ କୋହଲି ଧନୁଷ ଭିଡୁଥିବାର ରିଆକ୍ସନ ଦେଇଥିଲେ । ଯାହାଫଳରେ ପଡିଆରେ ଉପସ୍ଥିତ ଥିବା ସମସ୍ତେ ବିରାଟଙ୍କୁ ଦେଖିଥିଲେ । କୋହଲିଙ୍କର ଏହି ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହେବାର ଲାଗିଛି ।

ସୂଚନାଯୋଗ୍ୟ ଯେ, ୨ୟ ଟେଷ୍ଟ ମ୍ୟାଚ୍‌ରେ ଟସ୍‌ ଜିତିଥିଲା ଦକ୍ଷିଣ ଆଫ୍ରିକା ଟିମ୍‌ । ପ୍ରଥମ ବ୍ୟାଟିଂ କରିବାକୁ ନେଇଥିଲା ନିଷ୍ପତ୍ତି । ହେଲେ ଏହି ନିଷ୍ପତ୍ତି ଟିମ୍‌ ପାଇଁ ପଡିଲା ଭାରି । ମାତ୍ର ୫୫ ରନ୍‌ରେ ପୁରା ଟିମ୍‌ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଜବାବରେ ଭାରତୀୟ ଟିମ୍‌ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା । ହେଲେ ଭାରତୀୟ ବ୍ୟାଟର୍‌ ବି ଅଧିକ ସମୟ ଯାଏଁ କ୍ରିଜ୍‌ରେ ତିଷ୍ଠି ପାରିନଥିଲେ । ମାତ୍ର ୧୫୩ ରନ୍‌ରେ ଅଲ୍ଆଉଟ୍‌ ହୋଇଯାଇଥିଲା । ଏହାପରେ ୨ୟ ଇନିଂସରେ ବି ଦକ୍ଷିଣ ଆଫ୍ରିକା ୩ଟି ଓ୍ୱିକେଟ୍‌ ହରାଇଛି । ଗୁରୁବାର ୨ୟ ଦିନର ଖେଳ ଆରମ୍ଭ କରିବ ଦକ୍ଷିଣ ଆଫ୍ରିକା ।

Related posts

IPL 2024, ହାଇଦ୍ରାବାଦ ପାଇଁ ବରଦାନ ସାଜିଲା ବର୍ଷା, ବିନା ଛକା ଚୌକ ଏବଂ ବିନା ମ୍ୟାଚରେ ପ୍ଲେ ଅଫ୍‌ରେ ପାଟ୍ କମିନ୍ସଙ୍କ ଟିମ

Odisha Sports Bureau

ଏସିଆ କପରେ ପୁଣି ବିବାହ କରିବେ ଶାହିନ ଆଫ୍ରିଦ

Odisha Sports Bureau

୪ର୍ଥ ଦିନିକିଆ ନ୍ୟୁଜିଲାଣ୍ଡ ଆଗରେ ୯୩ ରନର ବିଜୟ ଲକ୍ଷ୍ୟ

Odisha Sports Bureau