Cricket

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରୁ ବାଦ୍ ପଡିଛନ୍ତି କେଏଲ ରାହୁଲ

ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜାଏଣ୍ଟସର ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚର ଫିଲ୍ଡିଂ ବେଳେ କେ ଏଲ ରାହୁଲଙ୍କ ଡାହାଣ ଜଂଘରେ ଆଘାତ ଲାଗିଥିଲା । ଫାଫ୍ ଡୁ ପ୍ଲେସିସ୍ ଏକ୍ସଟ୍ରା କଭରରେ ଖେଳିଥିବା ସଟକୁ ରାହୁଲ ରୋକିବାକୁ ଉଦ୍ୟମ କରିଥିବା ବେଳେ ଆହତ ହୋଇଥିଲେ। ଜୁନ୍ ୭ରେ ଓଭାଲରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପୂର୍ବରୁ ଭାରତକୁ ଲାଗିଛି ବଡ଼ ଝଟକା। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରୁ ବାଦ୍ ପଡିଛନ୍ତି କେଏଲ ରାହୁଲ । ଏନେଇ କେ ଏଲ ରହୁଲ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ କରିଛନ୍ତି । ପୋଷ୍ଟରେ କହିଛନ୍ତି “ମେଡିକାଲ ଟିମ ସହ ଅନେକ ବିଚାର ଓ ଆଲୋଚନା ପରେ ଶେଷରେ ଏହା ନିର୍ଣ୍ଣୟ ବାହାରିଛି ଯେ ଖୁବଶୀଘ୍ର ମୋ ଜଙ୍ଘର ସର୍ଜରୀ ହେବ। ମୋର ଫୋକସ ରିହିବ ସୁସ୍ଥ ହେବା ଉପରେ । ଏବେ ମୋ ପାଇଁ ନିଷ୍ପତ୍ତି ନେବା ବେଷ୍ କଷ୍ଟକର। କିନ୍ତୁ ମୁଁ ପୂରା ଫିଟ ହେବାର ଅଧିକାର ମଧ୍ୟ ରଖିଛି।ଦଳର ଅଧିନାୟକ ଭାବେ ମୁଁ ଗୁରୁତ୍ୱପୂର୍ଣ୍ଣ ସମୟରେ ଟିମ(ଲକ୍ଷ୍ନୌ) ପାଖରେ ନ ରହିବା ମୋତେ କଷ୍ଟ ଦେଉଛି। କିନ୍ତୁ ମୁଁ ନିଶ୍ଚିତ ଯେ ଟିମର ସଦସ୍ୟମାନେ ଠିକଣା ସମୟରେ ନିଜର ଜଲୱା ଦେଖାଇବେ ଓ ସବୁ ଥର ଭଳି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବେ। ମୁଁ ପଛରେ ରହି ସବୁବେଳେ ସେମାନଙ୍କୁ ଉତ୍ସାହିତ କରିବି। ଲକ୍ଷ୍ନୌ ସୁପର ଜାଏଣ୍ଟର ପ୍ରତି ମ୍ୟାଚ୍ ଦେଖିବି। ଭାରତୀୟ ଟିମ ସହ ଆସନ୍ତା ମାସରେ ଓଭାଲରେ ନ ରହିବା ଅଧିକ ଯନ୍ତ୍ରଣା ଦାୟକ। ଦଳକୁ ଫେରିବା ପାଇଁ ଓ ମୋ ଦେଶକୁ ସହଯୋଗ କରିବା ପାଇଁ ମୁଁ ସବୁ ପ୍ରକାରର ଚେଷ୍ଟା କରିବି। ଏଇଟା ହିଁ ସବୁବେଳେ ମୋର ଫୋକସରେ ରହି ଆସିଛି। ମୋତେ ଶକ୍ତି ଯୋଗାଉଥିବା ମୋର ଫ୍ୟାନ୍ସ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମ୍ୟାନେଜମେଣ୍ଟ ଓ ବିସିସିଆଇକୁ କୃତଜ୍ଞତା ଜଣାଉଛି।ଏହି ସମୟରେ ସେମାନେ ମୋତେ ସମର୍ଥନ କରିଥିବାରୁ ଧନ୍ୟବାଦ। ମୁଁ ମୋର ସ୍ୱାସ୍ଥ୍ୟ ସମ୍ପର୍କରେ ନିୟମିତ ସୂଚନା ଦେବି। ବହୁତ ଶୀଘ୍ର ପଡ଼ିଆକୁ ଫେରିବି।”

Related posts

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଳ୍ୟୁଟିସି) ଫାଇନାଲ ମୁକାବିଲା ଦ୍ରାବିଡଙ୍କ ପ୍ରସ୍ତୁତ ଆରମ୍ଭ

Odisha Sports Bureau

ଆଜି ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ ହାଇ ସ୍କୋରର ମ୍ୟାଚ୍

ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଦୃଢ଼ ସ୍ଥିତିରେ ରହିଛି ଟିମ ଇଣ୍ଡିଆ