Cricket

ପୁଣି ମୁକ୍ତିଲାଭ କରିବ ‘ଏମ୍ଏସ୍ ଧୋନି’

ନୂଆଦିଲ୍ଲୀ: ପରଦାରେ ଆସିବେ ଧୋନି । ଧୋନିଙ୍କ ଜିବନୀକୁ ନେଇ ଆଧାରିତ ଚଳଚ୍ଚିତ୍ର ‘ଏମ୍ଏସ୍ ଧୋନି: ଦ ଅନ୍ଟୋଲ୍ଡ ଷ୍ଟୋରି’ ପୁଣି ମୁକ୍ତିଲାଭ କରିବ । ପୁଣି ଥରେ ସୁଣିବାକୁ ମିଳିବ ‘ମାହି ମାର ରାହା ହେ..’ ।  ଯେଉଁଥିରେ ଧୋନିଙ୍କ ଚରିତ୍ରରେ ଅଭିନେତା ସ୍ବର୍ଗତଃ ସୁଶାନ୍ତ ସିଂହ ରାଜପୁତ ଅଭିନୟ କରୁଥିବା ଦେଖାଯାଇଥିଲା। ଆସନ୍ତା ୧୨ ତାରିଖରେ ହିନ୍ଦୀ, ତାମିଲ, ତେଲୁଗୁ ଭାଷାରେ ଏହି ସିନେମା ପୁନଃ ମୁକ୍ତିଲାଭ କରିବ । ପ୍ରଯୋଜନା ସଂସ୍ଥା ଷ୍ଟାର୍ ଷ୍ଟୁଡିଓସ୍ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ପୁନଃ ମୁକ୍ତିଲାଭ ଦ୍ବାରା ପ୍ରଶଂସକମାନେ ପୁଣି ଥରେ ବଡ଼ ପରଦାରେ କ୍ରିକେଟ୍ର ସେହି ଅଭୂଲା ମୁହୂର୍ତ୍ତଗୁଡ଼ିକର ଆନନ୍ଦ ଉଠାଇବା ପାଇଁ ସୁଯୋଗ ମିଳିବ । ଡିସ୍ନି ଷ୍ଟାର୍ ଷ୍ଟୁଡିଓସ୍ ମୁଖ୍ୟ ବିକ୍ରମ ଡୁଗଲ ସୂଚନା ଦେଇଛନ୍ତି। ଏହି ସିନେମା ପ୍ରଥମ ଥର ୨୦୧୬ରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରର ଗୀତ ଓ ଷ୍ଟେରୀ ଲୋକଙ୍କୁ ଖୁବ ପସନ୍ଦ ଆସିଥିଲା ପୁଣି ଥରେ ଧୋନିଙ୍କ କ୍ୟରେକ୍ଟରରେ ସୁଶାନ୍ତଙ୍କୁ ଦେଖିବେ ବୋଲି ଫ୍ୟାନ ମାନେ ଖୁବ ଏକ୍ସାଇଟେଟ ଅଛନ୍ତି ।

Related posts

ରିଷଭ ପନ୍ତ ଓ କେ.ଏଲ ରାହୁଲଙ୍କ ଶତକ ସହାୟତାରେ ଭାରତ ୩୭୧ ରନ ବିଜୟ ଲକ୍ଷ୍ୟ ଇଂଲଣ୍ଡ ସମ୍ମୁଖରେ ରଖିଛି

୨୮ ବଲରେ ଶତକ ହାସଲ କରିଛନ୍ତି ଅଭିଷେକ ଶର୍ମା

Odisha Sports Bureau

ଯୋଧପୁରରେ ପହଞ୍ଚିଲେ ଏମଏସ ଧୋନି; ଫଟୋ ଏବଂ ଅଟୋଗ୍ରାଫରେ ଜିତିଲେ କୁନି ପ୍ରଶଂସକଙ୍କ ହୃଦୟ 

Odisha Sports Bureau