Cricket

ଭାରତୀୟ ଟ୍ବେଣ୍ଟି-୨୦ ଦଳରୁ ବାଦ ପଡ଼ିପାରନ୍ତି କୋହଲି !

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଭାରତୀୟ ଟ୍ବେଣ୍ଟି-୨୦ ଦଳରୁ ବାଦ ପଡ଼ିପାରନ୍ତି। ଏଭଳି ଏକ ଖବର ଜାତୀୟ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚାରେ ରହିଥିଲା। ବିସିସିଆଇ ତାଙ୍କ ଫର୍ମକୁ ନେଇ ଚିନ୍ତାରେ ରହିଛି। ସେହିଭଳି ‌କୋହଲିଙ୍କ ଟ୍ବେଣ୍ଟି-୨୦ ଭବିଷ୍ୟତକୁ ନେଇ ମଧ୍ୟ ବୋର୍ଡ ଅଧିକାରୀମାନେ ଅଣଆନୁଷ୍ଠାନିକ ଭାବେ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ କରି ଦେଇଛନ୍ତି। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ କୋହଲି ହେଉଛନ୍ତି ଭାରତୀୟ କ୍ରିକେଟ୍‌ର ଅନ୍ୟତମ ଶ୍ରେଷ୍ଠ ଖେଳାଳି । ଭାରତୀୟ କ୍ରିକେଟ୍ ପ୍ରତି ତାଙ୍କ ଅବଦାନ ଅତୁଳନୀୟ। ‌ହେଲେ କୋହଲିଙ୍କ ସାଂପ୍ରତିକ ଫର୍ମ ଜାତୀୟ ଚୟନକର୍ତ୍ତା ଏବଂ ବିସିସିଆଇ ପାଇଁ ଘୋର ଚିନ୍ତାର ବିଷୟ ହୋଇଛି। ସୂଚନାଯୋଗ୍ୟ ଯେ ଆଇପିଏଲ୍ ଶେଷ ହେବା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ତିନି ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବାର ସୂଚୀ ରହିଛି। କୋହଲିଙ୍କୁ ନେଇ କିନ୍ତୁ ଚୟନକର୍ତ୍ତା ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

Related posts

ବଢ଼ିବାରେ ଲାଗିଛି ‘ଭୁବନେଶ୍ବର ଏ’ କ୍ରିକେଟ ଟିମର ଖେଳାଳି ଚୟନ ବିବାଦ

ଆଫଗାନିସ୍ତାନ ଖେଳାଳି ରାସିଦ ଖାନଙ୍କୁ ୧୦ କୋଟି ଟଙ୍କା ଦେଇଛନ୍ତି ରତନ ଟାଟା? ଟ୍ୱିଟ୍ କରି ଜବାବ ଦେଲେ ରତନ ଟାଟା

Odisha Sports Bureau

କ୍ରିକେଟ ବୋର୍ଡ଼ ଏନଗିଡ଼ିଙ୍କୁ ୧୨ ସପ୍ତାହ ପାଇଁ ଦଳରୁ ବାଦ

Odisha Sports Bureau