Cricket

କୋହଲିଙ୍କୁ ଫିଲ୍ଡିଂ ସମୟରେ ଆଣ୍ଠୁରେ ଲାଗିଲା ଆଘାତ

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଚାଲିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ମ୍ୟାଚ୍ ସମୟରେ ବିରାଟ କୋହଲିଙ୍କ ଆଣ୍ଠୁରେ ଆଘାତ ଲାଗିଛି। ବିରାଟ ଏକ ଶତକ ସ୍କୋର କରିବା ପରେ ଚମତ୍କାର କ୍ୟାଚ୍ ନେଇ ବିଜୟ ଶଙ୍କରଙ୍କୁ ଆଉଟ୍ କରିଥିଲେ, କିନ୍ତୁ ଏହାରି ମଧ୍ୟରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଯାଇଛି। ବିରାଟଙ୍କ ମୁଖ୍ୟ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗର ଏ ସଂପର୍କରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି ‘ତାଙ୍କ ଆଣ୍ଠୁରେ ସାମାନ୍ୟ ଆଘାତ ଲାଗିଛି। କିନ୍ତୁ ଏହା ଗୁରୁତର ନୁହେଁ। କୋହଲି ବର୍ତ୍ତମାନ ଭଲ ଫର୍ମରେ ଅଛନ୍ତି। ସେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ କ୍ରମାଗତ ମ୍ୟାଚରେ ଶତକ ହାସଲ କରିଥିଲେ। ସେ ଏପରି ଜଣେ ଖେଳାଳୀ ଯିଏ କେବଳ ବ୍ୟାଟିଂରେ ନୁହେଁ ଫିଲ୍ଡିଂରେ ବି ପାରଙ୍ଗମ।’ ଗତ ଲିଗ୍ ମ୍ୟାଚରେ ଗୁଜୁରାଟଠାରୁ ୬ଟି ୱିକେଟରେ ହାରିବା ପରେ ଆରସିବି ଆଇପିଏଲରୁ ବାହାରି ଯାଇଛି। ଏହି ପରାଜୟ ସହ ମୁମ୍ବାଇ ଇଣ୍ଡିଆନ୍ସର ପ୍ଲେ ଅଫ୍ ପ୍ରବେଶ ମଧ୍ୟ ନିଶ୍ଚିତ ହୋଇଯାଇଥିଲା। ମଙ୍ଗଳବାର କ୍ବାଲିଫାୟାର-୧ରେ ଗୁଜରାଟ ଟାଇଟନ୍ସ-ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ବୁଧବାର ଏଲିମିନେଟରରେ ମୁମ୍ବାଇ ଇଣ୍ଡିଆନ୍ସ-ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମୁକାବିଲା ହେବ।

Related posts

ଆଇପିଏଲ ୨୦୨୪ରେ ପନ୍ତଙ୍କ ଖେଳିବା ସୁନିଶ୍ଚିତ

Odisha Sports Bureau

ଚିନ୍ତାରେ ବିରାଟ

Odisha Sports Bureau

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌, ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

Odisha Sports Bureau