Cricket

ଆମେରିକାର ଦୃଷ୍ଟିବାଧିତ ଛାତ୍ରୀ ମାନଙ୍କୁ କ୍ରିକେଟ ଖେଳ ବିଷୟରେ ତାଲିମ ଦେବେ କୋରାପୁଟ ଫୁଅ

କୋରାପୁଟ/ ଦଶରଥ ମାଛ: ଆମେରିକାର ପିଲାଙ୍କୁ କ୍ରିକେଟ ଉପରେ କୋଚିଂ ଦେବେ ଭାରତୀୟ ଦୃଷ୍ଟିବାଧିତ କ୍ରିକେଟର ସୁଖରାମ ମାଝି ଓ ନକୁଳ ବଡ ନାୟକ । ଭାରତ ଭଳି ଆମେରିକାରେ ଦୃଷ୍ଟିବାଧିତ କ୍ରିକେଟ ଟିମ ତିଆରି କରିବା ପାଇଁ ଖେଳାଳୀ ବାହାର କରିବେ । ଏକଥା ଶୁଣିବା ପରେ କୋରାପୁଟରେ ଖୁସିର ଲହରି ଖେଳିଯାଇଛି । କୋରାପୁଟର ୨ ଜଣ କ୍ରିକେଟର ଆମେରିକା ଯିବେ ।ତେଣୁ ଗାଁ ଠାରୁ ସହର ସବୁଆଡ଼େ ଚର୍ଚ୍ଚା ହେଉଛି । ସୁଖରାମଙ୍କ ସହ ତାଙ୍କ ସହଯୋଗୀ କ୍ରିକେଟର କୋରାପୁଟ ଜିଲ୍ଲାର ନକୁଳ ବଡ ନାୟକ ମଧ୍ୟ ଯିବେ ଆମେରିକା । ଓଡିଶାର ୪ ଜଣ କ୍ରିକେଟର ସମେତ ଭାରତୀୟ ଟିମର ୨୫ ଜଣ ସଦସ୍ୟ ଆମେରିକା ଯିବେ । ଆମେରିକାର ୯ ଟି ସହରରେ ବନ୍ଧୁତ୍ବ ପୂର୍ଣ୍ଣ ମ୍ୟାଚ ଖେଳିବେ । ଆମେରିକାରେ କ୍ରିକେଟ ପ୍ରତି ରୁଚି ବଢ଼ୁଥୁବାରୁ ଦୃଷ୍ଟିବାଧିତ କ୍ରିକେଟରଙ୍କୁ ନେଇ ଟିମ ଗଠନ କରିବାକୁ ଆଗ୍ରହୀ ଅଛି ଆମେରିକା । କ୍ରିକେଟ ଆସୋସିଏସନ୍ ଫର ଦି ବ୍ଲାଇଣ୍ଡ ଇନ ଇଣ୍ଡିଆ ପକ୍ଷରୁ ଏହି ଟିମ ଆମେରିକା ଯିବ।ସୁଖରାମ ଆସନ୍ତା ୨୧ ଜୁଲାଇରେ କୋରାପୁଟରୁ ବେଙ୍ଗାଲୁର ଅଭିମୁଖେ ଯାତ୍ରା ଆରମ୍ଭ କରି ସେଠାରେ ପହଁଞ୍ଚିବା ପରେ ୨୪ ତାରିଖରେ ଆମେରିକା ଅଭିମୁଖେ ଯାତ୍ରା କରିବେ। ଆମେରିକାରେ ୫୬ ଦିନ ରହି ସେଠାକାର ଦୃଷ୍ଟିବାଧିତ ଛାତ୍ରୀମାନଙ୍କୁ କ୍ରିକେଟ ଖେଳ ବିଷୟରେ ତାଲିମ ପ୍ରଦାନ କରିବେ ବୋଲି କହିଛନ୍ତି ।ସୁଖରାମଙ୍କ ସହ ଓଡ଼ିଶାର ୩ ଜଣ ଆନ୍ତର୍ଜାତିକ ଦୃଷ୍ଟି ବାଧିତ କ୍ରିକେଟ ଖେଳାଳି ମଧ୍ୟ ଆମେରିକାରେ ତାଲିମ ପ୍ରଦାନ କାର୍ଯ୍ୟକ୍ରମରେ ଭାଗ ନେବେ ବୋଲି ସୂଚନା ଦେଇଛନ୍ତି । ସୁଖରାମ ୨୦୨୨ ମସିହାରୁ ଜୁନିୟର ଆସିଷ୍ଟାଣ୍ଟ (କନିଷ୍ଟ କିରାଣୀ) ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି । ସେ ଆମେରିକା ଗସ୍ତ ସାରି ଫେରିଲେ ତାଙ୍କ ସ୍କୁଲରେ ପୁଅ ଓ ଝିଅଙ୍କ ୨ଟି କ୍ରିକେଟ ଟିମ କରି ସେମାନଙ୍କୁ ତାଲିମ ପ୍ରଦାନ କରିବା ସହ ଖେଳର ଉନ୍ନତି ପାଇଁ କାର୍ଯ୍ୟ କରିବେ ଓ ସ୍କୁଲର ନାମକୁ ଉଚ୍ଚ କରିବେ ବୋଲି କହିଛନ୍ତି । ପୂର୍ବରୁ ସ୍କୁଲରେ ପଢ଼ୁଥିବା ଝିଅମାନେ କ୍ରିକେଟ ଖେଳିବାକୁ ଆଗ୍ରହ ପ୍ରକାଶ କରୁନଥିଲେ। ସୁଖରାମ ସ୍କୁଲରେ ଯୋଗ ଦେବା ପରେ ଝିଅମାନେ କ୍ରିକେଟ ଖେଳିବାକୁ ଅଧିକ ଆଗ୍ରହ ପ୍ରକାଶ କରିଛନ୍ତି । ପାଠ ସହ କ୍ରିକେଟ ଖେଳ ପ୍ରତି ପିଲାଙ୍କ ମଧ୍ୟରେ ଆଗ୍ରହ ଦେଖାଦେଇଛି ବୋଲି ସ୍କୁଲର ଶିକ୍ଷକ ଓ ଛାତ୍ରୀମାନେ କହିଛନ୍ତି।ସୁଖରାମ ଆନ୍ତର୍ଜାତୀୟ ଦୃଷ୍ଟିବାଧିତ କ୍ରିକେଟର ହେବା ପରେ ଏବେ ସେ ଚାକିରି କରୁଥିବା ସ୍କୁଲର ପିଲାମାନଙ୍କୁ କ୍ରିକେଟ ଖେଳିବାକୁ ଉତ୍ସାହିତ କରୁଛନ୍ତି । ଆଗ୍ରହୀ ପିଲାଙ୍କୁ କୋଚିଂ ଦେଉଛନ୍ତି । ତାଙ୍କର ଏ ସଫଳତା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।

Related posts

ବିସିସିଆଇର ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଦୁଇଜଣ ଭେଟେରାନ କୋଚ୍

Odisha Sports Bureau

ମାର୍ଚ୍ଚ ୨୩ରୁ ଆଇପିଏଲ ଆରମ୍ଭ, ୨୦୧୯ର କାର୍ୟ୍ୟସୂଚୀ ଘୋଷଣା

Odisha Sports Bureau

ରବିନ୍ଦ୍ର ଜାଡେଜା ନା କଣ ପାଇଁ ସାର ଜାଡେଜା

Odisha Sports Bureau