Hockey

ଲାକ୍ରା ହେବେ ଉପ ଅଧିନାୟକ

ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟର୍ସ): ଟୋକିଓ ଅଲିମ୍ପିକ ପାଇଁ ଭାରତୀୟ ହକି ଦଳରେ ଓଡିଆଙ୍କ ଦବଦବା ଦେଖିବାକୁ ମିଳିଛି । ପ୍ରଥମେ ମହିଳା ହକି ଦଳରେ ଦୀପ ଗ୍ରେସ ଏକ୍କା ଉପ ଅଧିନାୟକ ଭାବେ ବିବେଚିତ ହେବା ପରେ ଏବେ ପୁରୁଷ ହକି ଦଳରେ ମଧ୍ୟ ସମାନ ଘଟଣା ଘଟିଛି । ପୁରୁଷ ହକି ଦଳର ଉପ ଅଧିନାୟକ ଭାବେ ମନୋନୀତ ହୋଇଛନ୍ତି ଓଡିଆ ହକି ପ୍ଲେୟର ବିରେନ୍ଦ୍ର ଲାକ୍ରା । ଟୁର୍ଣ୍ଣାମେଣ୍ଟରେ ତାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଥିବା କଥା ହକି ଇଣ୍ଡିଆ ତରଫରୁ ସୂଚନା ଦିଆଯାଇଛି । ତେବେ ପୂର୍ବଭଳି ମନପ୍ରୀତ ସିଂହ ଅଧିନାୟକ ଭାର ସମ୍ଭାଳିବେ । ଟୋକିଓ ଅଲିମ୍ପିକ ପାଇଁ ଘୋଷିତ ହୋଇଥିବା ଭାରତୀୟ ଦଳରେ ଲାକ୍ରାଙ୍କ ବ୍ୟତୀତ ଓଡିଆ ପୁଅ ଅମିତ ରୋହିଦାସ ମଧ୍ୟ ସ୍ଥାନ ପାଇଛନ୍ତି ।

Related posts

ନବନିତଙ୍କ ଗୋଲ୍ ବଳରେ ଭାରତ-ମ୍ୟାଲେସିୟା ମ୍ୟାଚ୍ ଡ୍ର

ହକି ଟିମକୁ ଭବ୍ୟ ସ୍ୱାଗତ

Odisha Sports Bureau

ହକି ବିଶ୍ଵକପ୍ ୨୦୨୩ ଉପଲକ୍ଷେ ଚିତ୍ରାଵଙ୍କନ ପ୍ରତିଯୋଗିତା ସହିତ ମିନି ମାରାଥନ ରେସ୍ ଅନୁଷ୍ଠିତ

Odisha Sports Bureau