Football

କୋଚ୍ ଗେର୍ରାଡ ହାଲେରଙ୍କ ଦେହାନ୍ତ

( ଓଡିଶା ସ୍ପୋର୍ଟସ୍): ଇଂଲଣ୍ଡର କ୍ଲବ୍ ଲିଭରପୁଲକୁ ଗୋଟିଏ ସିଜନରେ ତିନି ତିନୋଟି ଟାଇଟଲ୍ ଦେଇଥିବା ପୂର୍ବତନ ଫ୍ରାନ୍ସିସ୍ କୋଚ୍ ଗେର୍ରାଡ୍ ହାଲେରଙ୍କ ନିଧନ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟଷ ହୋଇଥିଲା । ଲିଭରପୁଲ୍ ଗତକାଲି ନିଜ ଟ୍ୱୁଟର ପେଜରେ ତାଙ୍କ ନିଧନର ଘୋଷଣା କରିଛନ୍ତି । ଫ୍ରାନ୍ସର କ୍ରିଡା ଦୈନିକ ଇକ୍ୱିପ୍ କହିଛି କି ହାଲେରଙ୍କ ମୃତ୍ୟୁ ଫ୍ରାନ୍ସରେ ହୃଦୟର ଅସ୍ତ୍ରୋପଚାର ହେବା ପରେ ହୋଇଛି ।

ଲିଭରପୁଲ୍ ଟ୍ୱିଟରେ ଲେଖିଛି, “ଆମେ ତିନୋଟି ଟାଇଟଲ୍ ଜିତିଥିବା ଆମ କୋଚ ଗେର୍ରାଡ୍ ହାଲେରଙ୍କ ମୃତ୍ୟୁର ଶୋକ ପ୍ରକାଶ କରୁଛୁ । ହାଲେରଙ୍କ ୧୯୯୦ ଦଶକର ପ୍ରାରମ୍ଭିକ ବର୍ଷରେ ଫ୍ରାନ୍ସର କୋଚ ମଧ୍ୟ ରହିଥିଲେ, କିନ୍ତୁ ତାଙ୍କର କାର୍ଯ୍ୟକାଳ ସ୍ମରଣିୟ ରହିନଥିଲା । ୧୯୯୪ ମସିହାରେ ଫ୍ରାନ୍ସ ଟିମ୍ ବିଶ୍ୱ କପ୍ ପାଇଁ କ୍ୱାଲିଫାଇ କରିବାରେ ନିରାଶ ହୋଇଥିଲା, ଯାହାଫଳରେ ହାଲେରଙ୍କୁ ନିଜ ପଦବି ହରାଇବାକୁ ପଡିଥିଲା । ଲିଭରପୁଲ୍ ସହିତ ତାଙ୍କର ସଫଳତା ଅଧିକ ରହିଥିଲା, ତାଙ୍କ କାର୍ଯ୍ୟକାଳ ମଧ୍ୟରେ କ୍ଲବ୍ ୨୦୦୧ ମସିହାରେ ଏଫଏ କପ୍, ଲିଗ୍ କପ୍, ୟୁଇଏଫଏ କପ୍ ଜିତି ବିଜୟ ହାଟ୍ରିକ୍ କରିଥିଲେ ।

Related posts

ହାଇଦ୍ରାବାଦକୁ ୩-୧ ଗୋଲରେ ପରାସ୍ତ କଲା ଜାମଶେଦପୁର

Odisha Sports Bureau

କୋଭିଡ୍-୧୯ ମଧ୍ୟରେ ଜର୍ମାନୀରେ ୬୬ ଦିନ ପରେ ଆଜିଠାରୁ ଫୁଟବଲ୍ ଆରମ୍ଭ

ପଡ଼ିଆକୁ ଫେରିଛନ୍ତି ବାଲା

Odisha Sports Bureau