Cricket

ବିଦାୟ ନେଲେ ମାଲିଙ୍ଗା

ନୂଆଦିଲ୍ଲୀ: ଗୋଟିଏ ଯୁଗର ଘଟିଲା ଅବସାନ । କ୍ରିକେଟ ଜଗତରୁ ବିଦାୟ ନେଲେ ଶ୍ରୀଲଙ୍କାର ଆଉ ଜଣେ ଷ୍ଟାର ବୋଲର । ବିଶ୍ୱ କ୍ରିକେଟରେ ୟର୍କର କିଙ୍ଗ ଭାବେ ପରିଚିତ ଲାସିଥ ମାଲିଙ୍ଗା କ୍ରିକେଟକୁ ଅଲବିଦା କହିଛନ୍ତି । କ୍ରିକେଟର ସମସ୍ତ ଫର୍ମାଟରୁ ନିଜକୁ ଦୂରେଇ ଦେଇଛନ୍ତି ଏହି ଷ୍ଟାର ଖେଳାଳୀ । ପୂର୍ବରୁ ୨୦୧୧ରେ ଟେଷ୍ଟ ଏବଂ ୨୦୧୯ରେ ଦିନିକିଆ ମ୍ୟାଚରୁ ବିଶ୍ରାମ ନେଇଥିଲେ ମାଲିଙ୍ଗା । ତେବେ କେବଳ ଟି-ଟ୍ୱେଣ୍ଟିରେ ତାଙ୍କର ଜଲୱା ଦେଖିବାକୁ ମିଳୁଥିଲା । ଆଜି ଟି-ଟ୍ୱେଣ୍ଟି କ୍ରିକେଟରୁ ମଧ୍ୟ ନିଜକୁ ଦୂରେଇ ଦେଇଛନ୍ତି ସେ । ଏହାଦ୍ୱାରା ତାଙ୍କର ୧୭ ବର୍ଷର ଲମ୍ବା କ୍ୟାରିୟରରେ ପୂର୍ଣ୍ଣ ବିରାମ ଲାଗିିଛି । ଆନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ନାମରେ ରହିଛି ମୋଟ ୫୪୬ ୱିକେଟ । ଏଥିମଧ୍ୟରେ ୧୦୦ଟି ୱିକେଟ ସେ କେବଳ ଟି-ଟ୍ୱେଣ୍ଟିରେ ହିଁ ହାସଲ କରିଥିଲେ । ଟ-ଟ୍ୱେଣ୍ଟିରେ ୧୦୭ଟି ୱିକେଟ ନେଇଥିବା ବେଳେ ୧୦୦ ୱିକେଟ ନେବାରେ ସେ ପ୍ରଥମ ବୋଲର ହୋଇଥିଲେ । ଟ୍ୱିଟ ଯୋଗେ ମାଲିଙ୍ଗା ନିଜେ ଏ ନେଇ ସୂଚନା ଦେଇଛନ୍ତିି ।

ଆଜି ମୋ ପାଇଁ ଏକ ସ୍ୱତନ୍ତ୍ର ଦିନ । ମୋ ଜେ।ତ।କୁ ଆଜିଠାରୁ ଶତ ପ୍ରତିଶତ ବିରାମ ଦେବା ପାଇଁ ମୁଁ ନିଷ୍ପତ୍ତି ନେଇଛି । କିନ୍ତୁ କ୍ରିକେଟ ପ୍ରତି ଥିବା ମୋର ଭଲ ପାଇବାକୁ ମୁଁ କେବେ ବିଶ୍ରାମ ଦେଇପାରିବି ନାହିଁ । ଟି-ଟ୍ୱେଣ୍ଟି କ୍ୟାରିୟରରେମୋତେ ସମର୍ଥନ କରିଥିବା ପ୍ରତ୍ୟେକଙ୍କୁ ମୋର ଧନ୍ୟବାଦ । ଏମିତି ଏକ ଇମୋଶନାଲ ପୋଷ୍ଟ କରି ସେ କ୍ରିକେଟ ଜଗତରୁ ଅବସର ଘୋଷଣା କରିଛନ୍ତି । ଏହାସହ ଆଗକୁ ଯୁବ କ୍ରିକେଟରଙ୍କ ସହ ଅଭିଜ୍ଞତା ବାଣ୍ଟିବା ପାଇଁ ଚାହୁଁତିବା ସେ ଟ୍ୱିଟ କରିଛନ୍ତି ।

Related posts

ରାହୁଲ ଇନ: ରୋହିତ ବିରାଟ ଆଉଟ

Odisha Sports Bureau

ୱେଷ୍ଟଇଣ୍ଡିଜ୍ ଦଳର ବିପର୍ଯ୍ୟୟ: ଅସନ୍ତୋଷ ପ୍ରକଟ କଲେ ପୂର୍ବତନ ଖେଳାଳି

ଫାଇନାଲରେ CSKର ଗ୍ରାଣ୍ଡ ଏଣ୍ଟ୍ରି

Odisha Sports Bureau

Leave a Comment