Badminton

ଅଣ୍ଡର ୧୭ ଅଲଓଡ଼ିଶା ବ୍ୟାଡମିଣ୍ଟନ ଚମ୍ପିୟାନସିପରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ମନିଷ କୁମାର ପାଲ

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ମହୁଲଡିହା ର ମନିଷ କୁମାର ପାଲ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ ରେ ଅଣ୍ଡର ୧୭ରେ ଅଲ ଓଡିଶା ରେ ତୃତୀୟ ସ୍ଥାନ ଅଧିକାର କରି ମୟୁରଭଞ୍ଜ ଜିଲ୍ଲା ତଥା ନିଜ ସ୍କୁଲ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ମହୁଲଡିହା ରାଇରଙ୍ଗପୁର ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ତାଙ୍କର ଏହି ସଫଳତା  ପଛରେ ତାଙ୍କ ମାଆ ଙ୍କ ସହିତ ତାଙ୍କର ଦୁଇ କାକା ସିଦ୍ଧାର୍ଥ ପାଲ ଏବଂ ବିନାୟକପାଲ ଙ୍କର ହାତ ରହିଛି ବୋଲି ସେ ଆମ ଗଣମାଧ୍ୟମ ପ୍ରତିନିଧି ଙ୍କ ସମ୍ମୁଖରେ ପ୍ରକାଶ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ପ୍ରତ୍ୟେକ ଦିନ ତିନି ରୁ ଚାରି ଘଣ୍ଟା ଅଭ୍ୟାସ କରିଥାନ୍ତି ବୋଲି। ସେ ଆହୁରି କହିଛନ୍ତି ଯେ ଖେଳିବା ସହିତ ପାଠ ମଧ୍ୟ ପଢିବା ନିହାତି ଜରୁରୀ ବୋଲି। ସେ ଏବେ ଦଶମ ରେ ପାଠ ପଢ଼ୁ ଛନ୍ତି। ସେ ତାଙ୍କର ଦୁଇ କାକା ଙ୍କର ପାଖରୁ ବ୍ୟାଡମିଣ୍ଟନ ଖେଳିବାର ପ୍ରେରଣା ପାଇଥିଲେ। ସେ ଜଣେ ସାଧାରଣ ପରିବାର ର ପିଲା ଓଟନ୍ତି। ସେ ଜାତୀୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ ରେ ଭାଗ ନେବା ପାଇଁ ମନନିତ ହୋଇଥିବାରୁ ବିଭିନ୍ନ ମହଲ ରୁ ତାଙ୍କୁ ଶୁଭେଛା ଜଣାଇବା ସହିତ ଆଶୀର୍ବାଦ ଜଣାଉଛନ୍ତି। ତାଙ୍କର ଏହି ସଫଳତା ପାଇଁ ପରିବାର ସଦସ୍ୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ମହୁଲଡିହା ରାଇରଙ୍ଗପୁର ର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନକୁ ଶ୍ରେୟ ଦେଇଛନ୍ତି। ବିନା କଚିଙ୍ଗ ରେ ସଫଳତା ହାସଲ କରିବା ଆଜିର ଦୁନିଆରେ ବହୁତ କଷ୍ଟ କିନ୍ତୁ ମନିଷ ନିଜ କଷ୍ଟ ଓ ପରିଶ୍ରମ ବଳରେ ଆଜି ସେ ରାଜ୍ୟସ୍ତରୀୟ ରୁ ଜାତୀୟସ୍ତରୀୟ କୁ ଯାଇପାରିଛନ୍ତି। ଏହି ଇଣ୍ଟରଇଷ୍ଟେଟ ବ୍ୟାଡମିଣ୍ଟନ ଚମ୍ପିୟାନସିପ ଏନଟିପିସି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ରେ ୧୯ତାରିଖ ଠାରୁ ଆରମ୍ଭ ହୋଇ ୨୧ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଖେଳ ଚାଲି ଥିଲା। ଅଣ୍ଡର ୧୭ରେ ୧୯୧ଜଣ ପ୍ରତିଯୋଗୀ ଙ୍କ ମଧ୍ୟରୁ କେବଳ ଚାରି ଜଣ ଜାତୀୟସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ ପାଇଁ ମନନିତ ହୋଇଛନ୍ତି। ସେଥି ମଧ୍ୟରୁ ମନିଷ କୁମାର ପାଲ ତୃତୀୟ ସ୍ଥାନ ଅଧିକାର କରି ମୟୁରଭଞ୍ଜ ଜିଲ୍ଲା ତଥା ନିଜ ସ୍କୁଲ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ମହୁଲଡିହା, ରାଇରଙ୍ଗପୁର ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ମନିଷ କୁମାର ପାଲ ରାଇରଙ୍ଗପୁର ପୌରପରିଷଦ ୱାର୍ଡ ନମ୍ବର ଏକ ମହୁଲଡିହା ବାସିନ୍ଦା ସତ୍ୟନାରୟଣପାଲ ଙ୍କର ପୁଅ ମନିଷ କୁମାର ପାଲ । ମନିଷ କୁମାର ପାଲ ଙ୍କର ମାଆ ମିନାକ୍ଷୀ ରାଣୀ ପାଲ ଜଣେ ଗୃହଣୀ ଓ ପିତା ସତ୍ୟନାରାୟଣ ପାଲ ଜଣେ ଜିଲ୍ଲା ସାମ୍ୱାଦିକ ଅଟନ୍ତି।

Related posts

ହାରିଲେ ସିନ୍ଧୁ,ଭାରତର ଅଭିଯାନ ଶେଷ

Odisha Sports Bureau

ଥାଇଲାଣ୍ଡ ଓପନ ଖେଳିବେନି ସିନ୍ଧୁ

୫୨ ବର୍ଷ ପରେ ପଦକ ପକ୍କା କଲେ ସାତ୍ତ୍ୱିକ-ଚିରାଗ

Odisha Sports Bureau