ଯୋଡା / ରମେଶ ଚନ୍ଦ୍ର ମହାପାତ୍ର : କେନ୍ଦୁଝର ଜିଲ୍ଲା ଯୋଡା ଟାଟା ଷ୍ଟିଲ୍ ଲିମିଟେଡ ଆୟୋଜିତ ଏକଦିବସୀୟ ମିଡିଆ ମୈତ୍ରୀ କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଟାଟା ଷ୍ଟିଲ ସେଣ୍ଟ୍ରାଲ ପ୍ଲେଗ୍ରାଉଡ ଖେଳ ପଡ଼ିଆ ଠାରେ ଆୟୋଜିତ ହୋଇଯାଇଛି । ସମୁଦାୟ ୬ଟି ଦଳ କୁ ନେଇ ଆୟୋଜିତ ହୋଇଥିଲା ଏହି ଟୁର୍ଣ୍ଣାମେଣ୍ଟ ରେ କୋଇଡ଼ା ଟିମ କୁ ହରାଇ ଯୋଡା ମିଡିଆ ଦଳ ଚାମ୍ପିଅନ୍ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ଟାଟା ଷ୍ଟିଲ (ଓ ଏମ୍ କ୍ୟୁ) ର ମହାପ୍ରବନ୍ଧକ ଅତୁଲ ଭଟ୍ଟନାଗର ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ୍ ଯୋଡାର ମୁଖ୍ୟ ରାଜେଶ କୁମାର, କଳମଙ୍ଗ ଓ ଗନ୍ଧଲପଦା ପ୍ରକଳ୍ପ ମୁଖ୍ୟ ଦୀପକ ବେହେରା, ନୀଳାଚଳ ଇସ୍ପାତ ନିଗମ ଲିମିଟେଡର ମୁଖ୍ୟ ରାହୁଲ କିଶୋର ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କୋଇଡ଼ା ଦଳ ଦୁଇ ୱିକେଟ ହରାଇ 55 ରନ ସଂଗ୍ରହ କରିଥିଲା । ଏହି ଟାର୍ଗେଟକୁ ପିଛା କରି ଯୋଡା ଦଳ ଟୁର୍ଣ୍ଣାମେଣ୍ଟ ର ସର୍ବଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଏହି ମ୍ୟାଚରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିବା ଯୋଗୁଁ ମ୍ୟାନ୍ ଅଫ ଦି ମ୍ୟାଚ ଭାବରେ ଯୋଡା ଦଳର ସମୀର କୁମାର ଦାଶ, ମନୀନ୍ଦ୍ର ସୁନ୍ଦର ବାରିକ ଓ କୋଇଡ଼ା ଦଳ ର ପପୁ ପାତ୍ର ଙ୍କୁ ପୁରସ୍କୃତ କରଯାଇଥିଲା । କୋଇଡା ଦଳର ଆକାଶ ଶର୍ମା ଙ୍କୁ ବେଷ୍ଟ ବ୍ୟାଟସମ୍ୟାନ୍ ଭାବରେ ଓ ଯୋଡା ଦଳର କ୍ୟାପଟେନ୍ ଦୀପକ ଶତପଥୀ ଙ୍କୁ ମ୍ୟାନ୍ ଅଫ ଦ ସିରିଜ ଭାବେ ପୁରସ୍କୁତ କରଯାଇଥିଲା । ଯୋଡ଼ା ରୁ ରମେଶ ଚନ୍ଦ୍ର ମହାପାତ୍ର ଙ୍କ ରିପୋର୍ଟ ରିପୋଟରର୍ସ ଟୁଡେ।