Cricket

ଭଦୋଦରାରେ ସମ୍ପନ୍ନ ହୋଇଛି ମେହା ଓ ଅକ୍ଷୟ ପଟେଲ ବିବାହ

ଭଦୋଦରା : ବିବାହ ବନ୍ଧନରେ ବାନ୍ଧିହେଲେ ଭାରତୀୟ କ୍ରିକେଟର ଅକ୍ଷର ପଟେଲ। ଗତକାଲି ଗତକାଲି ମେହା ପଟେଲଙ୍କ ସହ ତାଙ୍କ ବିବାହ ଭଦୋଦରାରେ ସମ୍ପନ୍ନ ହୋଇଛି । ଏହି ବିବାହ କାରଣରୁ ଭାରତୀୟ ଦଳର ଅଲରାଉଣ୍ଡର ଅକ୍ଷର ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ରେ ଭାଗ ନେଇ ନଥିଲେ । କିନ୍ତୁ ଭାରତିୟ କ୍ରିକେଟର ଅକ୍ଷୟ ନିଜ ବିବାହର ଫଟୋ କି ଭିଡିଓ ଶେୟାର କରିନାହାନ୍ତି । ହେଲେ ତାଙ୍କ ଫ୍ୟାନ୍ସ ଏବଂ ପ୍ରସଂଶକ ମାନେ ଟ୍ୱିଟରରେ ଫଟୋ ପୋଷ୍ଟ କରିଛନ୍ତି । ତଥ୍ୟ ଅନୁଯାୟୀ ବହୁଦିନ ଧରି ଅକ୍ଷୟ ଓ ମେହା ପ୍ରେମ ସମ୍ପର୍କରେ ଥିଲେ । ମେହା ପଟେଲ ପେଶାରେ ଜଣେ ଡାଏଟିସିଆନ୍ ଓ ନ୍ୟୁଟ୍ରିସନିଷ୍ଟ । ରବିନ୍ଦ୍ର ଜାଡେଜା ଆହତ ହେବା ପରେ ଅକ୍ଷର ପଟେଲ କ୍ରମାଗତ ଭାବେ ଭାରତୀୟ ଦଳର ଅଂଶ ରହିଆସିଛନ୍ତି। ବୋଲିଂ ପାଇଁ ଲୋକପ୍ରିୟ ଅକ୍ଷର ଇତି ମଧ୍ୟରେ ତାଙ୍କ ବ୍ୟାଟିଂ ଶୈଳୀରେ ମଧ୍ୟ ସମସ୍ତଙ୍କୁ ଖୁବ୍ ପ୍ରଭାବିତ କରିଛନ୍ତି। ଆଉ ଏବେ ବିବାହ କରି ଅକ୍ଷୟ ବହୁ ର୍ଚ୍ଚାରେ ରହିଛନ୍ତି ।

Related posts

ଆଜି ଭାରତ – ଶ୍ରୀଲଙ୍କା ପ୍ରଥମ ଟି-୨୦, ଟିମ ଇଣ୍ଡିଆର ମଙ୍ଗ ସମ୍ଭାଳିବେ ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau

ଓଡିଶା ଛାଡି ମଧ୍ୟପ୍ରଦେଶରୁ ଖେଳିବେ ରଣଜୀ ଟିମ ଅଧିନାୟକ ଶୁଭ୍ରାଂଶୁ ସେନାପତି

Odisha Sports Bureau

ପୁଣି ବାପା ହେଲେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା

Odisha Sports Bureau