Football

ବେଜିଂ ବିମାନବନ୍ଦରରେ ମେସି ଅଟକ

ବେଜିଂ: ବେଜିଂ ବିମାନ ବନ୍ଦରରେ ମେସିଙ୍କୁ ଅଟକ ରଖିଲେ ସୁରକ୍ଷାକର୍ମୀ । ମେସିଙ୍କ ପାସପୋର୍ଟକୁ ନେଇ ଦ୍ୱନ୍ଦ ଉପୁଜିଥିବାରୁ ତାଙ୍କୁ ଅଟକ ରଖିଥିଲେ ସୁରକ୍ଷାକର୍ମୀ । ପାଖାପାଖି ୩୦ ମିନିଟ୍ ଧରି ସୁରକ୍ଷାକର୍ମୀ ତାଙ୍କୁ ଅଟକ ରଖିବା ପରେ ସମସ୍ୟାର ସମାଧାନ ହୋଇଥିଲା। ଏହି ସମୟର ଏକ ଭିଡିଓ କ୍ଲିପ୍ ସୋସିଆଲ୍ ମିଡିଆରେ ଏବେ ଭାଇରାଲ୍ ହେବାରେ ଲାଗିଛି।

ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ୍ ମେସି ବେଜିଂ ବିମାନବନ୍ଦରରେ ଚୀନ ବର୍ଡର ପୁଲିସ୍ ଦ୍ବାରା ଅଟକ ରହିଥିଲେ। ମେସି ପହଞ୍ଚିବା ପରେ ତାଙ୍କ ପାସ୍ପୋର୍ଟକୁ ନେଇ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ଦେଖାଦେଇଥିଲା। ମେସି ତାଙ୍କ ସହିତ ଆର୍ଜେଣ୍ଟିନା ପାସ୍ପୋର୍ଟ ବଦଳରେ ସ୍ପାନିସ୍ ପାସ୍ପୋର୍ଟ ଆଣିଥିଲେ। ବେଜିଂର ୱର୍କର୍ସ ଷ୍ଟାଡିୟମ୍ରେ ଆସନ୍ତା ଗୁରୁବାର ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ପାଇଁ ମେସି ଏଠାରେ ପହଞ୍ଚିଥିଲେ। କିନ୍ତୁ ହେଲେ ଆର୍ଜେଣ୍ଟିନା ପାସ୍ପୋର୍ଟରେ ଭିସା ମିଳିଥିବାରୁ ତାହା ତାଙ୍କ ପାଖରେ ନଥିଲା। ଯେଉଁଥିପାଇଁ ତାଙ୍କୁ ଭିସା ମିଳିବାରେ ବିଳମ୍ବ ହୋଇଥିଲା। ନିକଟରେ ମେସି ତାଙ୍କ କ୍ଲବ୍ ପରିବର୍ତ୍ତନ କରିଛନ୍ତି। ପିଏସ୍ଜି ସହିତ ସଂପର୍କ ଶେଷ କରି ସେ ଇଣ୍ଟର ମିଆମିରେ ଯୋଗଦେଉଛନ୍ତି।

Related posts

ଉଦଯାପିତ ହେଲା ବାର୍ଷିକ ଫୁଟବଲ ପ୍ରତିଯୋଗିତା ; ଭାଲୁରୁଗାଁକୁ ହରାଇ ତଳପଡା ଚାମ୍ପିୟନ

Odisha Sports Bureau

ମେସି କ୍ଷେତ୍ରକୁ ଫେରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ସଂକ୍ରମଣ ହେବାର ଆଶଙ୍କା ତ ସବୁଠାରେ ରହିଛି

ଇଣ୍ଡିଆନ ସୁପର ଲିଗ: ଚେନ୍ନାଇୟିନ ଏଫସିକୁ ପରାସ୍ତ କଲା ଗୋଆ

Odisha Sports Bureau