Cricket

ୱାର୍ଲ୍ଡକପ୍ ଉପରେ ଗୋଡ ରଖି ଫଟୋ ଉଠାଇଲେ ମିଚେଲ ମାର୍ଶ

ୱାର୍ଲ୍ଡକପ୍ ଉପରେ ଗୋଡ ରଖି ଫଟୋ ଉଠାଇଲେ ମିଚେଲ ମାର୍ଶ | ସବୁ କ୍ରିକେଟ ପ୍ରେମୀଙ୍କ ଶାନକୁ ଗୋଡ ତଳେ ମକଚି ଦେଲା ଅଷ୍ଟ୍ରେଲିଆ | ବିଶ୍ୱକପ ଜିତିବା ପରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆ ତାର ସୀମା ଲଙ୍ଘିଯାଇଛି । ବିଶ୍ୱ ବିଜେତା ହୋଇ ବି ଭୁଲିଗଲା ଯେ, ୱାର୍ଲ୍ଡକପ୍ ଟ୍ରଫିର ମହତ୍ୱ କଥା । ପାଦ ତଳର ଧୂଳି ଭାବି ଦୁଇ ଗୋଡ ତଳେ ମାଡି ରଖି ଟ୍ରଫିକୁ ଅସମ୍ମାନ କଲେ ଅଷ୍ଟ୍ରେଲିଆ ଖାଳାଳି ମିଚେଲ ମାର୍ଶ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ଇଣ୍ଡିଆ ହେଉ କି ପାକିସ୍ତାନ, ନିୟୁଜିଲାଣ୍ଡ ହେଉଁ କି ନେଦରଲାଣ୍ଡ ସବୁ ଦେଶର କ୍ରେକେଟରଙ୍କ ଶାନ ହେଉଛି ଏହି ଟ୍ରଫି । ଏହି ଟ୍ରଫିକୁ ପାଇବାକୁ ଜି-ଜାନ ଲଗାଇଦିଅନ୍ତି ସେମାନେ । ହେଲେ ଆଜିର ଏହି ଦୃଶ୍ୟ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।

ଯେତେବେଳେ ୬ଷ୍ଠ ଥର ପାଇଁ ବିଶ୍ୱ ବିଜେତା ହୋଇଛି ଅଷ୍ଟ୍ରେଲିଆ ଏଭଳି କିଛି ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ଅଷ୍ଟ୍ରେଲିଆ ଖେଳାଳି ମିଚେଲ ପାଦ ରଖି ଏଭଳି ବିଶ୍ୱକପ ଉପରେ ବସିଛନ୍ତି । ବିଶ୍ୱର ସର୍ବ ବୃହତମ ନରେନ୍ଦ୍ରମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଫାଇନାଲ ବିଶ୍ୱକପରେ ଚାମ୍ପିୟାନ ହୋଇଛି କଙ୍ଗାରୁ ଦଳ । ଏହି ଚାମ୍ପଆନ ପରେ ଅହଂକାରୀ ହୋଇଯାଇଛି ଅଷ୍ଟ୍ରେଲିଆ । ବିଶ୍ୱ ବିଜେତା ହୋଇ ବି ଦେଖାଇଦେଇଛି ନିଜର ଅସଲି ପରିଚୟ । ସୋସିଆଲ ମିଡିଆରେ ଫଟୋ ଭାଇରାଲ ପରେ ଟ୍ରୋଲ ହେଉଛନ୍ତି ଖେଳାଳି ।

ଏହି ଫଟୋରେ ମିଚେଲ ମାର୍ଶ ଏକ ସୋଫାରେ ବସି ଚଟଣାରେ ରଖ ଯାଇଥିବା ୱାର୍ଲଡ କପ ଟ୍ରଫି ଉପରେ ଗୋଡ ରଖି ବସିଛନ୍ତି । ଏହି ଫଟୋକୁ ପ୍ୟାଟ କମ୍ମିନ୍ସ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି । ୱାର୍ଲଡ କପ ଟ୍ରଫିର ଏହିଭଳି ଅସମ୍ମାନକୁ ଲୋକମାନେ ଖୁବ ନିନ୍ଦା କରୁଛନ୍ତି । ଏଭଳି ଆଚରଣ କ୍ରିକେଟର ଅଖଣ୍ଡତା ପ୍ରତି ଅସମ୍ମାନ ବୋଲି କୁହାଯାଉଛି । ପ୍ରକୃତରେ ଅଷ୍ଟ୍ରେଲିଆ ଏହି ବିଶ୍ୱକପ ପାଇଁ ଯୋଗ୍ୟ ନୁହେଁ ବୋଲି ମଧ୍ୟ କୁହାଯାଉଛି । ଭାରତୀୟ ଫ୍ୟନ୍ସଙ୍କ କହିବା ଅନୁସାରେ ଯଦି ଭାରତ ଏହି ଟ୍ରଫି ଜିତିଥାନ୍ତା ତେବେ ମୁଣ୍ଡରେ ଥୋଇ ପୂରା ଦେଶ ବୁଲି ଥାନ୍ତା । କିନ୍ତୁ କଙ୍ଗାରୁ ଦଳ ଏହି ବିଶ୍ୱକପ ସିନା ଜିତିଗଲା ହେଲେ ପୂରା ବିଶ୍ୱର ହୃଦୟକୁ ଭାଙ୍ଗି ଚୁରମାର କରିଦେଲା । ଏଥିସହ ମିଚେଲ ମାର୍ଶଙ୍କ ଫଟୋ ସହ ପୂର୍ବତନ ଭାରତୀୟ ଅଧିନାୟକ କପିଲ ଦେବଙ୍କ ଟ୍ରଫିସହ ଏକ ଫଟୋ ପୋଷ୍ଟ କରି କିପରି ଟ୍ରଫିକୁ ସମ୍ମାନ ଦିଆଯାଏ ତାକୁ ଦେଖାଇ ଦେଇଛନ୍ତି ।

Related posts

୨୦୨୫ ଆଇପିଏଲରେ ଧୋନିଙ୍କୁ ଅନକ୍ୟାପଡ୍ ପ୍ଲେୟାର ଭାବେ ଖେଳାଇପାରେ ଚେନ୍ନାଇ ସୁପର କିଙ୍ଗ୍ସ

Odisha Sports Bureau

ରଣଜୀ ଲଢେଇ ଗୋଆକୁ ୩୮୮ର ବିଜୟ ଲକ୍ଷ୍ୟ

Odisha Sports Bureau

୧୯୮୩ରେ ଟିମ୍‌ ଇଣ୍ଡିଆକୁ କେତେ ଟଙ୍କା ମିଳିଥିଲା ପୁରସ୍କାର ରାଶି ?

Odisha Sports Bureau