Cricket

ୱାର୍ଲ୍ଡକପ୍ ଉପରେ ଗୋଡ ରଖି ଫଟୋ ଉଠାଇଲେ ମିଚେଲ ମାର୍ଶ

ୱାର୍ଲ୍ଡକପ୍ ଉପରେ ଗୋଡ ରଖି ଫଟୋ ଉଠାଇଲେ ମିଚେଲ ମାର୍ଶ | ସବୁ କ୍ରିକେଟ ପ୍ରେମୀଙ୍କ ଶାନକୁ ଗୋଡ ତଳେ ମକଚି ଦେଲା ଅଷ୍ଟ୍ରେଲିଆ | ବିଶ୍ୱକପ ଜିତିବା ପରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆ ତାର ସୀମା ଲଙ୍ଘିଯାଇଛି । ବିଶ୍ୱ ବିଜେତା ହୋଇ ବି ଭୁଲିଗଲା ଯେ, ୱାର୍ଲ୍ଡକପ୍ ଟ୍ରଫିର ମହତ୍ୱ କଥା । ପାଦ ତଳର ଧୂଳି ଭାବି ଦୁଇ ଗୋଡ ତଳେ ମାଡି ରଖି ଟ୍ରଫିକୁ ଅସମ୍ମାନ କଲେ ଅଷ୍ଟ୍ରେଲିଆ ଖାଳାଳି ମିଚେଲ ମାର୍ଶ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ଇଣ୍ଡିଆ ହେଉ କି ପାକିସ୍ତାନ, ନିୟୁଜିଲାଣ୍ଡ ହେଉଁ କି ନେଦରଲାଣ୍ଡ ସବୁ ଦେଶର କ୍ରେକେଟରଙ୍କ ଶାନ ହେଉଛି ଏହି ଟ୍ରଫି । ଏହି ଟ୍ରଫିକୁ ପାଇବାକୁ ଜି-ଜାନ ଲଗାଇଦିଅନ୍ତି ସେମାନେ । ହେଲେ ଆଜିର ଏହି ଦୃଶ୍ୟ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।

ଯେତେବେଳେ ୬ଷ୍ଠ ଥର ପାଇଁ ବିଶ୍ୱ ବିଜେତା ହୋଇଛି ଅଷ୍ଟ୍ରେଲିଆ ଏଭଳି କିଛି ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ଅଷ୍ଟ୍ରେଲିଆ ଖେଳାଳି ମିଚେଲ ପାଦ ରଖି ଏଭଳି ବିଶ୍ୱକପ ଉପରେ ବସିଛନ୍ତି । ବିଶ୍ୱର ସର୍ବ ବୃହତମ ନରେନ୍ଦ୍ରମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଫାଇନାଲ ବିଶ୍ୱକପରେ ଚାମ୍ପିୟାନ ହୋଇଛି କଙ୍ଗାରୁ ଦଳ । ଏହି ଚାମ୍ପଆନ ପରେ ଅହଂକାରୀ ହୋଇଯାଇଛି ଅଷ୍ଟ୍ରେଲିଆ । ବିଶ୍ୱ ବିଜେତା ହୋଇ ବି ଦେଖାଇଦେଇଛି ନିଜର ଅସଲି ପରିଚୟ । ସୋସିଆଲ ମିଡିଆରେ ଫଟୋ ଭାଇରାଲ ପରେ ଟ୍ରୋଲ ହେଉଛନ୍ତି ଖେଳାଳି ।

ଏହି ଫଟୋରେ ମିଚେଲ ମାର୍ଶ ଏକ ସୋଫାରେ ବସି ଚଟଣାରେ ରଖ ଯାଇଥିବା ୱାର୍ଲଡ କପ ଟ୍ରଫି ଉପରେ ଗୋଡ ରଖି ବସିଛନ୍ତି । ଏହି ଫଟୋକୁ ପ୍ୟାଟ କମ୍ମିନ୍ସ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି । ୱାର୍ଲଡ କପ ଟ୍ରଫିର ଏହିଭଳି ଅସମ୍ମାନକୁ ଲୋକମାନେ ଖୁବ ନିନ୍ଦା କରୁଛନ୍ତି । ଏଭଳି ଆଚରଣ କ୍ରିକେଟର ଅଖଣ୍ଡତା ପ୍ରତି ଅସମ୍ମାନ ବୋଲି କୁହାଯାଉଛି । ପ୍ରକୃତରେ ଅଷ୍ଟ୍ରେଲିଆ ଏହି ବିଶ୍ୱକପ ପାଇଁ ଯୋଗ୍ୟ ନୁହେଁ ବୋଲି ମଧ୍ୟ କୁହାଯାଉଛି । ଭାରତୀୟ ଫ୍ୟନ୍ସଙ୍କ କହିବା ଅନୁସାରେ ଯଦି ଭାରତ ଏହି ଟ୍ରଫି ଜିତିଥାନ୍ତା ତେବେ ମୁଣ୍ଡରେ ଥୋଇ ପୂରା ଦେଶ ବୁଲି ଥାନ୍ତା । କିନ୍ତୁ କଙ୍ଗାରୁ ଦଳ ଏହି ବିଶ୍ୱକପ ସିନା ଜିତିଗଲା ହେଲେ ପୂରା ବିଶ୍ୱର ହୃଦୟକୁ ଭାଙ୍ଗି ଚୁରମାର କରିଦେଲା । ଏଥିସହ ମିଚେଲ ମାର୍ଶଙ୍କ ଫଟୋ ସହ ପୂର୍ବତନ ଭାରତୀୟ ଅଧିନାୟକ କପିଲ ଦେବଙ୍କ ଟ୍ରଫିସହ ଏକ ଫଟୋ ପୋଷ୍ଟ କରି କିପରି ଟ୍ରଫିକୁ ସମ୍ମାନ ଦିଆଯାଏ ତାକୁ ଦେଖାଇ ଦେଇଛନ୍ତି ।

Related posts

ବାରବାଟୀ ମ୍ୟାଚ ବନ୍ଦ ପାଇଁ ହାଇକୋର୍ଟରେ ମାମଲା

କାହିଁକି ୨୦୨୪ ଆଇପିଏଲରୁ ବ୍ରେକ୍ ନେଲେ ଆରସିବିର ଅଲରାଉଣ୍ଡର ଖେଳାଳି ଗ୍ଲେନ୍ ମାକ୍ସୱେଲ ?

Odisha Sports Bureau

ଚତୁର୍ଥ ମ୍ୟାଚରେ ପୁଣି ଭାରତର ସୁପର ବିଜୟ

Odisha Sports Bureau

Leave a Comment