Football

ଫାଇନାଲ୍ରେ ମୋହନବାଗାନ ସୁପର ଜାଏଣ୍ଟ୍ସ

ଭୁବନେଶ୍ୱର:ଚଳିତ ଆଇଏସ୍ଏଲ୍ ଫୁଟ୍ବଲ୍ ପ୍ରତିଯୋଗିତାର ଫାଇନାଲ୍ରେ ପ୍ରବେଶ କରିଛି ମୋହନବାଗାନ ସୁପର ଜାଏଣ୍ଟ୍ସ ଏଫ୍ସି। ଦୁଇ ଚରଣ ବିଶିଷ୍ଟ ପ୍ରଥମ ସେମିଫାଇନାଲ୍ରେ ଏହି ଲିଗ୍ ସିଲ୍ଡ ବିଜେତା ୩-୨ ବ୍ୟବଧାନରେ ଓଡ଼ିଶା ଏଫ୍ସିକୁ ପରାସ୍ତ କରିଛି। ସେମିଫାଇନାଲ୍ର ପ୍ରଥମ ଚରଣରେ ମୋହନବାଗାନ କଳିଙ୍ଗ ଷ୍ଟାଡିୟମ୍ରେ ଘରୋଇ ଦଳଠୁ ୧-୨ ଗୋଲ୍ରେ ପରାସ୍ତ ହୋଇଥିଲା। ରବିବାର ଘରୋଇ ପଡ଼ିଆ ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନ ଷ୍ଟାଡିୟମ୍ରେ ଖେଳାଯାଇଥିବା ଦ୍ବିତୀୟ ଚରଣରେ ଏହି କୋଲ୍କାତା ଦଳ ୨-୦ ଗୋଲ୍ରେ ଭ୍ରମଣକାରୀ ଓଡ଼ିଶା ଏଫ୍ସିକୁ ପରାସ୍ତ କରିଛି। ମ୍ୟାଚ୍ର ପ୍ରଥମାର୍ଦ୍ଧରେ ଜାସନ କମିଙ୍ଗ୍ସ (୨୨ ମିନିଟ୍)ଙ୍କ ଗୋଲ୍ରେ ମୋହନବାଗାନ ଅଗ୍ରଣୀ ପାଇଥିଲା। ଦ୍ବିତୀୟାର୍ଦ୍ଧର ଶେଷ ମିନିଟ୍ରେ ସାହଲ ଅବଦୁଲ ସାମଦ (୯୦ ମିନିଟ୍)ଙ୍କ ଗୋଲ୍ରେ ମୋହନବାଗାନ ବିଜୟ ନିଶ୍ଚିତ କରିଥିଲା। ଅନ୍ୟପକ୍ଷରେ ପ୍ରଥମ ଥର ସେମିଫାଇନାଲ୍ ଖେଳିବାର ସୌଭାଗ୍ୟ ପାଇଥିବା ଓଡ଼ିଶା ଏଫ୍ସି ଏହି ପରାଜୟ ସହ ଫାଇନାଲ୍ ସ୍ବପ୍ନ ସାକାର କରିପାରିନି।

Related posts

ମହିଳା ହକି ଇଣ୍ଡିଆ ଲିଗ୍ ଚାମ୍ପିଅନ୍ ହେଲା ଓଡ଼ିଶା ଓ୍ବାରିୟର୍ସ

Odisha Sports Bureau

ମେସିଙ୍କ ବାପା ଜର୍ଜ ମେସିଙ୍କ ପରଲୋକ ହୋଇଛି

Odisha Sports Bureau

ପୁରୁଷ ଏସୀୟ କପ୍ ଫୁଟବଲ୍ ପ୍ରତିଯୋଗିତାରେ ଜାପାନର ୟୋସିମି ୟମସିତା ପ୍ରଥମ ମହିଳା ରେଫରି ଭାବେ ମ୍ୟାଚ୍ ପରିଚାଳନା କରିବେ

Odisha Sports Bureau