Cricket

ଗୁଜୁରାଟଠୁ ବିଜୟ ହାତେଇଲା ମୁମ୍ବାଇ

ଗୁଜୁରାଟ: ଗତ ଆଇପିଏଲରେ ଗୁଜୁରାଟକୁ ହରାଇ ବିଜୟ ହାସଲ କଲା ମୁମ୍ବାଇ  । ଶେଷ ଓଭରରେ ମାତ୍ର ୫ ରନରେ ବିଜୟ ହାତେଇ ନେଲା ମୁମ୍ବାଇ ଇଣ୍ଡିଆନ୍ସ। ଡାନିଏଲ୍ ସାମ୍ସଙ୍କ ଚତୁର ବୋଲିଂ କାରଣରୁ ଗୁଜରାଟ ମାତ୍ର ୩ ରନ୍‌ ସଂଗ୍ରହ କରିପାରିଥିଲା। ମୁମ୍ବାଇର ୧୭୭ ରନ୍‌ ଜବାବରେ ଗୁଜରାଟକୁ ଶେଷ ଓଭରରେ ୯ ରନ୍‌ ଆବଶ୍ୟକ ପଡ଼ିଥିଲା।ପଏଣ୍ଟ ଟେବୁଲ ଶୀର୍ଷରେ ଥିବା ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ୧୭୨/୫ରେ ଅଟକିଯାଇଥିଲା।ଶେଷ ଭାଗରେ ହାର୍ଦିକ ପାଣ୍ଡ୍ୟା ଏବଂ ରାହୁଲ ତିୱାତିଆଙ୍କ ରନ୍‌ ଆଉଟ୍ ଗୁଜରାଟକୁ ବିଜୟରୁ ବଞ୍ଚିତ ରଖିଥିଲା।

ସାଇ ସୁଦର୍ଶନ ମଧ୍ୟ ହିଟ୍ ୱିକେଟ୍‌ ହୋଇଥିଲେ। ଏଥି ସହିତ ମୁମ୍ବାଇ ଦଶମ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ପାଇଥିବା ବେଳେ ଗୁଜରାଟ ୧୧ ମ୍ୟାଚ୍‌ରୁ ଦ୍ବିତୀୟ ପରାଜୟ ବରଣ କରିଥିଲା। ପ୍ରଥମ ୮ ମ୍ୟାଚ୍‌ ହାରିଥିବା ମୁମ୍ବାଇ ଲଗାତାର ବିଜୟ ପାଇଥିବା ବେଳେ ଗୁଜରାଟ ମଧ୍ୟ ଲଗାତାର ପରାଜୟ ବରଣ କରିଛି।ଟିମ୍‌ ଡେଭିଡ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା ଏବଂ ଈଶାନ କିଶନ ବଢ଼ିଆ ଆରମ୍ଭ କରିଥିଲେ ମଧ୍ୟ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ତଥାପି ଗୁଜରାଟ ଟାଇଟନ୍ସ ବିପକ୍ଷ ଏହି ମ୍ୟାଚ୍‌ରେ ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ୧୭୭ ରନ୍‌ର ଲଢ଼ୁଆ ସ୍କୋର୍‌ ଛିଡ଼ା କରିଥିଲା।

 

Related posts

ପୂର୍ବତନ କ୍ରିକେଟର ଡିନ ଜୋନ୍ସଙ୍କ ମୃତ୍ୟୁ

Odisha Sports Bureau

ଆଜି ଜୟପୁରରେ ଆଇପିଏଲ ଖେଳାଳିଙ୍କ ନିଲାମି

Odisha Sports Bureau

ICC ଘୋଷଣା କଲା ଅଣ୍ଡର-19 ୱର୍ଲ୍ଡ କପ୍ 2026 ଟିମ୍ ଅଫ୍ ଦ ଟୁର୍ନାମେଣ୍ଟ, ବୈଭବ ସୂର୍ଯ୍ୟବଂଶୀ ଆକର୍ଷଣର କେନ୍ଦ୍ରବିନ୍ଦୁ

Odisha Sports Bureau