More Sports

ନିରଜ ଚୋପ୍ରାଙ୍କ ବଡ଼ ନିଷ୍ପତ୍ତି: ସିଧା ବିଶ୍ୱ ଚାମ୍ପିୟନସିପରେ ଆସିବେ ନଜର

ନିରଜ ଚୋପ୍ରା ଲୁସେନରେ ଡାଇମଣ୍ଡ ଲିଗ୍ ଜିତିବାପରେ ସାରା ଦେଶରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ନିଜ କ୍ୟାରିୟରରେ ସେ ଡାଇମଣ୍ଡ ଲିଗ ଜିତିବା ସହ ଅଲିମ୍ପିକ୍ ଚାମ୍ପିୟନ ମଧ୍ୟ ହୋଇସାରିଛନ୍ତି । ବର୍ତ୍ତମାନ ସେ ବିଶ୍ୱ ଚାମ୍ପିୟନ ହେବା ବାକି ରହିଛି । ନିଜର ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ବହୁତ ବଡ ତ୍ୟାଗ କରିବାକୁ ଯାଉଛନ୍ତି । ଏଥିପାଇଁ ସେ କିଛି ବଡ ନିଷ୍ପତ୍ତି ନେଇଛନ୍ତି ।

ବିଶ୍ୱ ଚାମ୍ପିୟନସିପ୍ ପୂର୍ବରୁ ସେ ପଡିଆକୁ ଓହ୍ଲାଇବେ ନାହିଁ । ଅଗଷ୍ଟ ୧୯ ତାରିଖରୁରୁ ୨୭ ତାରିଖ ଯାଏ ବୁଦାପେଷ୍ଟରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ସେ ସିଧାସଳଖ ଖେଳିବେ । ଏହା ପୂର୍ବରୁ ଆଉ କୌଣସି ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରିବେ ନାହିଁ । ଆହତ ସମସ୍ୟାରୁ ଫେରିବା ପରେ ସେ ଲୁସେନରେ ବିଜୟୀ ହୋଇଥିଲେ । ସେ ୮୭.୬୬ ମିଟର ଦୂରକୁ ଜାଭଲେନ୍ ଫୋପାଡି ବିଜୟୀ ହୋଇଛନ୍ତି । ଏହି ସମୟରେ ସେ ସମ୍ପୂର୍ଣ୍ଣ ଫିଟ ନଥାଇ ମଧ୍ୟ ସଫଳତା ପାଇଛନ୍ତି ।

Related posts

ଭାରତକୁ ପୁଣି ରୋପ୍ୟ

Odisha Sports Bureau

ଏସୀୟ କ୍ରୀଡ଼ା ପାଇଁ ଘୋଷଣା ହେଲା ଭାରତୀୟ ବକ୍ସିଂ ଦଳ

ଡ଼ିସକସ ଥ୍ରୋ ,ସଟଫୁଟ ଥ୍ରୋରେ ସ୍ଵର୍ଣ୍ଣ ପଦକ ଜିତିଲେ ପାର୍ବତୀ

Odisha Sports Bureau

Leave a Comment