Cricket

ଝିଅ ସହ କ୍ରିକେଟ ଖେଳିଲେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟର୍ କେନ୍ ୱିଲିୟମସନ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଦଳର ଖେଳାଳି କେନ୍ ୱିଲିୟମସନ ତାଙ୍କ ଝିଅ ସହିତ ଘରେ କ୍ରିକେଟ୍ ଖେଳୁଥିବା ନଜର ଆସିଛନ୍ତି। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏଥିରେ ବାପା ଝିଅଙ୍କର ସୁନ୍ଦର ବଣ୍ଡିଂ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ କେନ୍ ୱିଲିୟମସନଙ୍କ ଝିଅ ବଲ ଫିଙ୍ଗୁଥିବା ବେଳେ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଧିନାୟକ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଛି।

ସୋସିଆଲ ମିଡିଆ ପ୍ରଶଂସକମାନେ କେନ୍ ୱିଲିୟମସନଙ୍କ ଏହି ଶୈଳୀକୁ ପସନ୍ଦ କରୁଛନ୍ତି ଜ୍ଝ ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହା ବ୍ୟତୀତ ସୋସିଆଲ ମିଡିଆ ବ୍ୟବହାରକାରୀମାନେ କ୍ରମାଗତ ଭାବରେ ମନ୍ତବ୍ୟ ଦେଇ ନିଜର ମତାମତ ଦେଉଛନ୍ତି ଜ୍ଝ ସୋସିଆଲ ମିଡିଆରେ ପ୍ରଶଂସକମାନେ କହିଛନ୍ତି ଯେ ଏହା ହେଉଛି ଦିନର ସବୁଠାରୁ କ୍ୟୁଟ ଭିଡିଓ।

ଅନ୍ୟପକ୍ଷରେ, ଯଦି କେନ୍ ୱିଲିୟମସନଙ୍କ କ୍ୟାରିଅରକୁ ଦେଖାଯାଏ ତେବେ ବର୍ତ୍ତମାନ ପର୍ୟ୍ୟନ୍ତ ଏହି ଖେଳାଳି ନ୍ୟୁଜିଲ୍ୟାଣ୍ଡ ପାଇଁ ୯୪ଟି ଟେଷ୍ଟ, ୧୬୧ଟି ଦିନିକିଆ ଏବଂ ୮୭ଟି ଟି-୨୦ ମ୍ୟାଚରେ କିୱି ଦଳକୁ ପ୍ରତିନିଧିତ୍ୱ କରିଛନ୍ତି। କେନ୍ ୯୪ଟି ଟେଷ୍ଟ ମ୍ୟାଚରେ ୮୧୨୪ ରନ୍, ୧୬୧ଟି ଦିନିକିଆରେ ୬୫୫୫ ରନ୍ ଏବଂ ୮୭ଟି ଟି-୨୦ ମ୍ୟାଚରେ ୨୪୬୪ ରନ୍ ସଂଗ୍ରହ କରିଛନ୍ତି। ଏଥିସହ କେନ୍ ଆଇପିଏଲରେ ୭୭ଟି ମ୍ୟାଚ୍ ଖେଳିଛନ୍ତି।

Related posts

ଅଭ୍ୟାସ ବେଳେ ରୋହିତ ଶର୍ମା ଆହତ

Odisha Sports Bureau

କିଏ ହେବ ଏଲିମିନେଟ ??

Odisha Sports Bureau

ଜାନୁଆରୀ ୭ରୁ ଇନ୍ଦୋର ଟି-୨୦ମ୍ୟାଚ

Odisha Sports Bureau