Cricket

ବିଶ୍ୱକପ ୨୦୨୩ :ସେମି ପାଇଁ ଲଢିବେ ଶ୍ରୀଲଙ୍କା – ନ୍ୟୁଜିଲାଣ୍ଡ

ବେଙ୍ଗାଲୁରୁ : ସେମିରେ ନିଜର ସ୍ଥାନ ପକ୍କା କରିବାକୁ ଆଜି ଶ୍ରୀଲଙ୍କା ସହ ଳଢିବ ନ୍ୟୁଜିଲାଣ୍ଡ । ସେମିର ୪ର୍ଥ ଦଳର ଦୌଡରେ ଏବେ ରହିଛି ନ୍ୟିୁଜିଲାଣ୍ଡ ଓ ପାକିସ୍ତାନ । ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ଯଦି ନିଜ ନିଜର ଶେଷ ମ୍ୟାଚ ଜିତନ୍ତି ତେବେ ନେଟ୍ ରନରେଟ ଅନୁସାରେ ୪ଥା ଦଳ ନିର୍ଦ୍ଧାରିତ ହେବ । ବର୍ତ୍ତମାନ ରନରେଟ ଅନୁସାରେ ନୁଜିଲାଣ୍ଡ ପାକିସ୍ତାନଠାରୁ ଆଗୁଆ ରହିଛି । ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମଠାରେ ନ୍ୟୁଜିଲାଣ୍ଡ ନିଜର ଶେଷ ଲିଗ ଶ୍ରୀଲଙ୍କା ବିପକ୍ଷରେ ଖେଳିବ ।

ଆଫଗାନିସ୍ତାନକୁ ଅଷ୍ଟ୍ରେଲିଆ ପରାଜିତ କରିବା ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ପାଇଁ ଖୁସି ଖବର ଆଣିଛି । ଉଭୟ ଟିମର ସେମିଫାଇନାଲ ଟିକେଟ ହାତେଇବା ଆଶା ଆହୁରି ଉଜ୍ଜିବୀତ ହୋଇଛି । ଆଜି ନ୍ୟୁଜିଲାଣ୍ଡ ବିଜୟୀ ହେଲେ ସେମିଫାଇନାଲ ରେସରେ ସବୁଠୁ ଆଗରେ ରହିବ ।

ମାତ୍ର ନ୍ୟୁଜିଲାଣ୍ଡ ଶ୍ରୀଲଙ୍କା ନିକଟରୁ ପରାଜିତ ହେଲେ ପାକିସ୍ତାନ ଶେଷ ମ୍ୟାଚରେ ଇଂଲଣ୍ଡକୁ ହରାଇ ସେମିଫାଇନାଲରେ ପହଞ୍ଚିପାରିବ । କିନ୍ତୁ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମ୍ୟାଚରେ ବର୍ଷା ସମ୍ଭାବନା ରହିଛି, ଯଦି ବର୍ଷା ହୁଏ ତେବେ ନ୍ୟୁଜିଲାଣ୍ଡକୁ ଏକ ପଏଣ୍ଟ ମିଳିବ । ଯାହା ପାକିସ୍ତାନ ଓ ଆଫଗାନିସ୍ତାନର ସେମିଫାଇନାଲ ସମ୍ଭାବନାକୁ ଆହୁରି ବଳ ଯୋଗାଇବ ।

୧୦ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଫଗାନିସ୍ତାନ ମୈଦାନକୁ ଓହ୍ଲାଇବାକୁ ଥିବାବେଳେ ୧୧ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳିବ ପାକିସ୍ତାନ । ତେବେ ଆଜି ଶ୍ରୀଲଙ୍କା ବିପକ୍ଷରେ ବୃହତ ବିଜୟ ହାସଲ କରି ପାକିସ୍ତାନ ଓ ଆଫଗାନିସ୍ତାନର ସେମିଫାଇନାଲ ଆଶା ଧୂଳିସାତ କରିବାକୁ ଆଶା ରଖିଛି ନ୍ୟୁଜିଲାଣ୍ଡ ।

Related posts

ଉମ୍ରାନ ମଲିକଙ୍କୁ ଅସମ୍ମାନ କରିଛନ୍ତି ପାକିସ୍ତାନର ପୂର୍ବତନ ଖେଳାଳି ସୋହାଲି ଖାନ

Odisha Sports Bureau

ପାକିସ୍ତାନ ଖେଳାଳିଙ୍କୁ ବିଶ୍ୱକପରେ ଖେଳିବାକୁ ଏଯାବତ ମିଳିନି ଅନୁମତି; ସୁରକ୍ଷା ନେଇ ଅଟକିଛି ନିଷ୍ପତି

ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷିତ

Odisha Sports Bureau

Leave a Comment