Cricket

ନ୍ୟୁଜିଲାଣ୍ଡର ହ୍ୟାଟ୍ରିକ୍ ପରାଜୟ, ସେମି ଦ୍ୱାରଦେଶରେ ଦ. ଆଫ୍ରିକା

ପୁଣେ : ଡି କକ୍ ଓ ଭାନ ଡର ଡସେନଙ୍କ ଦମଦାର ଶତକ ପରେ ବୋଲରଙ୍କ ଘାତକ ବୋଲିଂ ବଳରେ ପୁଣେର ମହାରାଷ୍ଟ୍ର କ୍ରିକେଟ୍ ସଂଘ ଷ୍ଟାଡିୟମରେ ଖେଳା ଯାଇଥିବା ମୁକାବିଲାରେ ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡକୁ ୧୯୦ ରନରେ ହରାଇ ବିଶାଳ ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡର ଲଗାତାର ତୃତୀୟ ପରାଜୟ ଯୋଗୁଁ ସେମି ଫାଇନାଲ୍ ଦୌଡ଼ ଅ।ହୁରି ରୋଚକ ହୋଇ ଯାଇଛି । ବିଜୟ ସହ ଦକ୍ଷିଣ ଅ।ଫ୍ରିକା ୧୨ ପଏଣ୍ଟ ସହ ଉନ୍ନତ ରନ ରେଟ୍ ଆଧାରରେ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବା ସହ ସେମି ଫାଇନାଲର ଦ୍ୱାର ଦେଶରେ ପହଞ୍ଚି ଯାଇଛି । ଶୋଚନୀୟ ପରାଜୟ ଭୋଗି ନ୍ୟୁଜିଲାଣ୍ଡ ଚତୁର୍ଥ ସ୍ଥାନକୁ ଖସି ଅ।ସିଛି ପାକିସ୍ତାନ ପାଇଁ ସେମିର ଅ ।ଶା ଉଜ୍ଜିବୀତ ରହିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଅ ।ଫ୍ରିକା ଡି କକ୍ଙ୍କ ୧୧୪ ରନ ଓ ଭାନ ଡର ଡସେନଙ୍କ ୧୩୩ ରନର ଶତକୀୟ ଇନିଂସ ଯୋଗୁଁ ନିର୍ଦ୍ଧାରିତ ଓଭରରେ ୪ ୱିକେଟ୍ ହରାଇ ୩୫୭ରନର ବିଶାଳ ସ୍କୋର କରିଥିଲା । ଜବାବରେ ନ୍ୟୁଜିଲାଣ୍ଡ ଦକ୍ଷିଣ ଅ ।ଫ୍ରିକା ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ୩୫.୩ ଓଭରରେ ୧୬୭ ରନରେ ଅଲଅ ।ଉଟ୍ ହୋଇଛି ।

ବୋଲିଂରେ କେଶବ ମହାରାଜ ୪୬ ରନ ଦେଇ ୪ ଓ ମାର୍କୋ ଜନସେନ ୩୧ ରନ ଦେଇ ୩ଟି ୱିକେଟ୍ ଅକ୍ତିକାର କରି ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ୩୫୮ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ନ୍ୟୁଜିଲାଣ୍ଡକୁ ଅରେମ୍ଭରୁ ବହୁତ ବଡ଼ ଝଟକା ଲାଗିଥିଲା ଡେଭନ କନୱେ (୨) ଅ ।ଉଟ୍ ହୋଇଥିଲେ । ଏହା ପରେ ୱିଲ ୟଙ୍ଗ ଓ ରଚିନ ରବୀନ୍ଦ୍ର ୩୭ ରନ ଯୋଡ଼ିଥିଲେ । ଗତ ମ୍ୟାଚ୍ର ଶତକ ହାସଲକାରୀ ବ୍ୟାଟର ରଚିନ ୯ ରନ କରି ବିଦାୟ ନେଇଥିଲେ । ଏହା ପରେ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । ଦକ୍ଷିଣ ଅ ।ଫ୍ରିକା ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରି ପାରି ନ ଥିଲେ କିୱି ବ୍ୟାଟର ୱିଲ୍ ୟଙ୍ଗ ୩୩ ରନ କରିଥିଲେ ହେଁ ଏହାକୁ ବଡ଼ ସ୍କୋରରେ ପରିଣତ କରି ପାରି ନ ଥିଲେ । ଡାରିଲ୍ ମିଚେଲ୍ ୨୪ ଓ ଅଧିନାୟକ ଟମ୍ ଲାଥମ(୪) କ୍ରିଜରେ ତିଷ୍ଠି ପାରି ନ ଥିଲେ ।

ଗ୍ଲେନ ଫିଲିପ୍ସଙ୍କୁ ବାଦ୍ ଦେଲେ ବାକି ବ୍ୟାଟର ହାଜିରା ପକାଇ ପାଭିଲିୟନ ଫେରିଥିଲେ ମିଚେଲ୍ ସାଣ୍ଟ ବୋଲ୍ଡ ଓ ଜିମି ନିଶାନ(୦) ଅ।ଉଟ୍ ହୋଇଥିଲେ ଫିଲିପ୍ସ ବିସ୍ଫୋରକ ବ୍ୟାଟିଂ କରି ୫୦ ବଲ୍ରୁ ୪ ଟି ଲେଖାଏଁ ଚୌକା ଓ ଛକା ସହ ୬୦ ରନ କରିଥିଲେ ଫଳରେ ନ୍ୟୁଜିଲାଣ୍ଡ ୩୫.୩ ଓଭରରେ ୧୬୭ ରନରେ ପହଞ୍ଚିପାରିଥିଲା । ଦକ୍ଷିଣ ଅ ।ଫ୍ରିକାର କେଶବ ମହାରାଜ ଓ ମାର୍କୋ ଜନସେନ ଘାତକ ବୋଲିଂ କରି ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ମହାରାଜ ୪୬ ରନ ଦେଇ ୪ ଓ ମାର୍କୋ ଜନସେନ ୩୧ ରନ ଦେଇ ୩ଟି ୱିକେଟ୍ ଅକ୍ତିକାର କରିଥିଲେ । ଗେରାଲ୍ଡ କୋଏତଜି ୪୧ ରନ ବ୍ୟୟ କରି ୨ଟି ୱିକେଟ୍ ନେଇଥିବା ବେଳେ କାଗିସୋ ରାବଡାଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା

Related posts

ଲିଭିଂଷ୍ଟୋନଙ୍କ ଛକାରେ ରଶିଦ ଘାଇଲା

Odisha Sports Bureau

ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ସମ୍ପତ୍ତି ଟପିଲା ୧ହଜାର କୋଟି

ଅନ୍ୟ ରାଜ୍ୟରେ ଦିବାରାତ୍ର ଟେଷ୍ଟ ମ୍ୟାଚ ଆୟୋଜନ ନେଇ ଉଦ୍ୟମ କରିବେ: ଗାଙ୍ଗୁଲି

Odisha Sports Bureau