Cricket

ନ୍ୟୁଜିଲାଣ୍ଡର ହ୍ୟାଟ୍ରିକ୍ ପରାଜୟ, ସେମି ଦ୍ୱାରଦେଶରେ ଦ. ଆଫ୍ରିକା

ପୁଣେ : ଡି କକ୍ ଓ ଭାନ ଡର ଡସେନଙ୍କ ଦମଦାର ଶତକ ପରେ ବୋଲରଙ୍କ ଘାତକ ବୋଲିଂ ବଳରେ ପୁଣେର ମହାରାଷ୍ଟ୍ର କ୍ରିକେଟ୍ ସଂଘ ଷ୍ଟାଡିୟମରେ ଖେଳା ଯାଇଥିବା ମୁକାବିଲାରେ ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡକୁ ୧୯୦ ରନରେ ହରାଇ ବିଶାଳ ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡର ଲଗାତାର ତୃତୀୟ ପରାଜୟ ଯୋଗୁଁ ସେମି ଫାଇନାଲ୍ ଦୌଡ଼ ଅ।ହୁରି ରୋଚକ ହୋଇ ଯାଇଛି । ବିଜୟ ସହ ଦକ୍ଷିଣ ଅ।ଫ୍ରିକା ୧୨ ପଏଣ୍ଟ ସହ ଉନ୍ନତ ରନ ରେଟ୍ ଆଧାରରେ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବା ସହ ସେମି ଫାଇନାଲର ଦ୍ୱାର ଦେଶରେ ପହଞ୍ଚି ଯାଇଛି । ଶୋଚନୀୟ ପରାଜୟ ଭୋଗି ନ୍ୟୁଜିଲାଣ୍ଡ ଚତୁର୍ଥ ସ୍ଥାନକୁ ଖସି ଅ।ସିଛି ପାକିସ୍ତାନ ପାଇଁ ସେମିର ଅ ।ଶା ଉଜ୍ଜିବୀତ ରହିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଅ ।ଫ୍ରିକା ଡି କକ୍ଙ୍କ ୧୧୪ ରନ ଓ ଭାନ ଡର ଡସେନଙ୍କ ୧୩୩ ରନର ଶତକୀୟ ଇନିଂସ ଯୋଗୁଁ ନିର୍ଦ୍ଧାରିତ ଓଭରରେ ୪ ୱିକେଟ୍ ହରାଇ ୩୫୭ରନର ବିଶାଳ ସ୍କୋର କରିଥିଲା । ଜବାବରେ ନ୍ୟୁଜିଲାଣ୍ଡ ଦକ୍ଷିଣ ଅ ।ଫ୍ରିକା ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ୩୫.୩ ଓଭରରେ ୧୬୭ ରନରେ ଅଲଅ ।ଉଟ୍ ହୋଇଛି ।

ବୋଲିଂରେ କେଶବ ମହାରାଜ ୪୬ ରନ ଦେଇ ୪ ଓ ମାର୍କୋ ଜନସେନ ୩୧ ରନ ଦେଇ ୩ଟି ୱିକେଟ୍ ଅକ୍ତିକାର କରି ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ୩୫୮ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ନ୍ୟୁଜିଲାଣ୍ଡକୁ ଅରେମ୍ଭରୁ ବହୁତ ବଡ଼ ଝଟକା ଲାଗିଥିଲା ଡେଭନ କନୱେ (୨) ଅ ।ଉଟ୍ ହୋଇଥିଲେ । ଏହା ପରେ ୱିଲ ୟଙ୍ଗ ଓ ରଚିନ ରବୀନ୍ଦ୍ର ୩୭ ରନ ଯୋଡ଼ିଥିଲେ । ଗତ ମ୍ୟାଚ୍ର ଶତକ ହାସଲକାରୀ ବ୍ୟାଟର ରଚିନ ୯ ରନ କରି ବିଦାୟ ନେଇଥିଲେ । ଏହା ପରେ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । ଦକ୍ଷିଣ ଅ ।ଫ୍ରିକା ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରି ପାରି ନ ଥିଲେ କିୱି ବ୍ୟାଟର ୱିଲ୍ ୟଙ୍ଗ ୩୩ ରନ କରିଥିଲେ ହେଁ ଏହାକୁ ବଡ଼ ସ୍କୋରରେ ପରିଣତ କରି ପାରି ନ ଥିଲେ । ଡାରିଲ୍ ମିଚେଲ୍ ୨୪ ଓ ଅଧିନାୟକ ଟମ୍ ଲାଥମ(୪) କ୍ରିଜରେ ତିଷ୍ଠି ପାରି ନ ଥିଲେ ।

ଗ୍ଲେନ ଫିଲିପ୍ସଙ୍କୁ ବାଦ୍ ଦେଲେ ବାକି ବ୍ୟାଟର ହାଜିରା ପକାଇ ପାଭିଲିୟନ ଫେରିଥିଲେ ମିଚେଲ୍ ସାଣ୍ଟ ବୋଲ୍ଡ ଓ ଜିମି ନିଶାନ(୦) ଅ।ଉଟ୍ ହୋଇଥିଲେ ଫିଲିପ୍ସ ବିସ୍ଫୋରକ ବ୍ୟାଟିଂ କରି ୫୦ ବଲ୍ରୁ ୪ ଟି ଲେଖାଏଁ ଚୌକା ଓ ଛକା ସହ ୬୦ ରନ କରିଥିଲେ ଫଳରେ ନ୍ୟୁଜିଲାଣ୍ଡ ୩୫.୩ ଓଭରରେ ୧୬୭ ରନରେ ପହଞ୍ଚିପାରିଥିଲା । ଦକ୍ଷିଣ ଅ ।ଫ୍ରିକାର କେଶବ ମହାରାଜ ଓ ମାର୍କୋ ଜନସେନ ଘାତକ ବୋଲିଂ କରି ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ମହାରାଜ ୪୬ ରନ ଦେଇ ୪ ଓ ମାର୍କୋ ଜନସେନ ୩୧ ରନ ଦେଇ ୩ଟି ୱିକେଟ୍ ଅକ୍ତିକାର କରିଥିଲେ । ଗେରାଲ୍ଡ କୋଏତଜି ୪୧ ରନ ବ୍ୟୟ କରି ୨ଟି ୱିକେଟ୍ ନେଇଥିବା ବେଳେ କାଗିସୋ ରାବଡାଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା

Related posts

ଟି-୨୦ ବିଶ୍ୱକପରେ ଭାଷ୍ୟକାର ଭୂମିକାରେ ନଜର ଆସିବେ ଦିନେଶ କାର୍ତ୍ତିକ

Odisha Sports Bureau

ରାଜସ୍ଥାନ ଠାରୁ ପରାସ୍ତ ହେଲା ଚେନ୍ନାଇ

Odisha Sports Bureau

ଆଜି ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ହେବ ଟକ୍କର