Football

ଫିଫା ମହିଳା ବିଶ୍ୱକପରେ ନ୍ୟୁଜିଲାଣ୍ଡର ଐତିହାସିକ ବିଜୟ

ଅକଲାଣ୍ଡ:  ଫିଫା ମହିଳା ବିଶ୍ବକପ୍ ଗୁରୁବାରଠାରୁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଛି। ଉଦଘାଟନୀ ମ୍ୟାଚରେ ସହ ଆୟୋଜକ ନ୍ୟୁଜିଲାଣ୍ଡ ୪୨ ହଜାରରୁ ଊର୍ଦ୍ଧ୍ବ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଐତିହାସକ ସଫଳତା ପାଇଛି। ଅନ୍ୟତମ ଆୟୋଜକ ଦଳ ୧-୦ ଗୋଲରେ ପୂର୍ବତନ ବିଜେତା ନରୱେକୁ ପରାସ୍ତ କରି ବିଶ୍ବକପ୍ ଇତିହାସରେ ପ୍ରଥମ ବିଜୟ ପାଇଛି। ପୂର୍ବରୁ ୫ ଥର ବିଶ୍ବକପରେ ୧୫ ମ୍ୟାଚ୍ ଖେଳିଥିଲେ ମଧ୍ୟ ବିଜୟ ଶୂନ୍ୟ ରହିଥିଲା ନ୍ୟୁଜିଲାଣ୍ଡ। ଗୁରୁବାର ମ୍ୟାଚର ପ୍ରଥମାର୍ଦ୍ଧ ଗୋଲ୍ ଶୂନ୍ୟରେ ସରିଥିଲା। ଦ୍ବିତୀୟାର୍ଦ୍ଧର ଆରମ୍ଭରୁ ହାନ୍ନା ୱିଲକିନସନ ଘରୋଇ ଦଳ ଅଗ୍ରଣୀ ନେଇଥିଲା। ଏହାପରେ ଆଉ ଗୋଲ୍ ନ ହେବାରୁ ନ୍ୟୁଜିଲାଣ୍ଡ ବିଶ୍ବକପରେ ପ୍ରଥମ ବିଜୟ ସ୍ବାଦ ପାଇଥିଲା। ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆ ସହ ମିଶି ନ୍ୟୁଜିଲାଣ୍ଡ ୩୨ ରାଷ୍ଟ୍ରୀୟ ଏହି ପ୍ରତିଯୋଗିତାର ଆୟୋଜନ କରୁଛି। ଗୁରୁବାର ଖେଳାଯାଇଥିବା ଅନ୍ୟଏକ ମ୍ୟାଚରେ ଯୁଗ୍ମ ଆୟୋଜକ ଅଷ୍ଟ୍ରେଲିଆ ୧-୦ ଗୋଲରେ ରିପବ୍ଲିକ୍ ଆୟର୍ଲାଣ୍ଡକୁ ପରାସ୍ତ କରିଥିଲା।

ଅକଲାଣ୍ଡରେ ବିଶ୍ବକପ୍ ଉଦଘାଟନୀ ଦିବସର ସକାଳେ ଗୁଳି ଚାଳନରେ ଦୁଇ ଜଣ ସାଧାରଣ ନାଗରିକଙ୍କ ସହ ଜଣେ ବନ୍ଧୁକଧାରୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ଖେଳାଳିମାନେ ରହୁଥିବା ହୋଟେଲ ନିକଟରେ ଘଟିଥିଲା। ଏହାପରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଉଦଘାଟନୀ ଉତ୍ସବ ଏବଂ ମ୍ୟାଚ୍ ଖେଳାଯାଇଥିଲା। ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିସ ହିପ୍କିନ୍ସ ଏବଂ ଫିଫା ସଭାପତି ଜିଆନି ଇନ୍ଫାଣ୍ଟିନୋ ଉପସ୍ଥିତ ଥିଲେ।

Related posts

ପେଲେଙ୍କ ଶୋକ ଉତ୍ସବରେ ସାମିଲ ହେଲେ କୋଲକତାର ୩ ପ୍ରତିଦ୍ୱନ୍ଦୀ କ୍ଲବ

Odisha Sports Bureau

ଚେନ୍ନାଇୟିନକୁ ‘ଡ୍ର’ ରେ ଅଟକାଇଲା ଜମଶେଦପୁର

Odisha Sports Bureau

ୟୁରୋ କପର ଫାଇନାଲ ରେ ମୁହାଁମୁହିଁ ହେବେ ସ୍ପେନ୍ ଓ ଇଂଲଣ୍ଡ