Badminton

ଓଡ଼ିଶାର ବ୍ୟାଡ୍‌ମିଣ୍ଟନ୍‌ ଜଗତ ପାଇଁ ଆସିଛି ଗର୍ବ ଓ ଗୌରବର ଖବର

ଓଡ଼ିଶାର ବ୍ୟାଡ୍‌ମିଣ୍ଟନ୍‌ ଜଗତ ପାଇଁ ଆସିଛି ଗର୍ବ ଓ ଗୌରବର ଖବର। ରାଜ୍ୟର ତାରକା ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ଋତପର୍ଣ୍ଣା ପଣ୍ଡା ଚଳିତ ମାସରେ ଲଗାତାର ଦୁଇଟି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦୁଇଟି କାଂସ୍ୟ ପଦକ ଜିତି ସଫଳତା ହାସଲ କରିଛନ୍ତି। ଉଭୟ ପ୍ରତିଯୋଗିତାରେ ସେ ମିଶ୍ରିତ ଯୁଗଳ ବର୍ଗରେ ଏହି ସଫଳତା ପାଇଛନ୍ତି।

ରବିବାର ଉଦ୍‌ଯାପିତ ତେଲେଙ୍ଗାନା ଇଣ୍ଡିଆ ଇଣ୍ଟରନ୍ୟାସନାଲ୍‌ ଚ୍ୟାଲେଞ୍ଜର ସେମିଫାଇନାଲ୍‌ରେ ଋତପର୍ଣ୍ଣା ଓ ତାଙ୍କ ଯୋଡ଼ିଦାର ୧୬-୨୧, ୧୬-୨୧ ସେଟ୍‌ରେ ଏଲିନା ଡାଭଲେତୋଭା ଓ ରୋଡିଆନ୍‌ ଅଲିମୋଭଙ୍କଠାରୁ ପରାସ୍ତ ହୋଇଥିଲେ। ଫଳରେ ଫାଇନାଲ୍‌ରେ ପହଞ୍ଚିବାରୁ ବଞ୍ଚିତ ହେବା ସହ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ।

ସେହିପରି ଏହାର ପୂର୍ବ ସପ୍ତାହରେ ଅନୁଷ୍ଠିତ କେବିଏ ଡାଇମଣ୍ଡ ଜୁବଲି ଇଣ୍ଡିଆ ଇଣ୍ଟରନ୍ୟାସନାଲ୍‌ ପ୍ରତିଯୋଗିତାରେ ମଧ୍ୟ ଋତପର୍ଣ୍ଣା ଓ ବିରାଜଙ୍କ ଯୋଡ଼ି ସେମିଫାଇନାଲ୍‌ରେ ପରାଜୟର ସାମ୍ନା କରିଥିଲେ। ଆଞ୍ଜେଲ ପୁନେରା ଓ ସି ଲାଲରାମସାଙ୍ଗାଙ୍କ ଠାରୁ ୧୧-୨୧, ୯-୨୧ ସେଟ୍‌ରେ ହାରି ଫାଇନାଲ୍‌ ଦୌଡ଼ରୁ ବାଦ୍‌ ପଡ଼ିଥିଲେ। ତଥାପି ଏଠାରେ ମଧ୍ୟ କାଂସ୍ୟ ପଦକ ହାସଲ କରିଥିଲେ। ଲଗାତାର ଦୁଇଟି ଅନ୍ତର୍ଜାତୀୟ ମଞ୍ଚରେ ଦୁଇଟି ପଦକ ଜିତି ଋତପର୍ଣ୍ଣା ନିଜ ଦକ୍ଷତାର ପ୍ରମାଣ ଦେବା ସହ ଓଡ଼ିଶାର କ୍ରୀଡ଼ା ଗୌରବକୁ ଆହୁରି ଉଜ୍ଜ୍ୱଳ କରିଛନ୍ତି।

Related posts

ସାରଲୋରଲସ୍କ ଓପନ ବାଡମିଣ୍ଟନର ଫାଇନାଲରେ ଲକ୍ଷ୍ୟ

Odisha Sports Bureau

ଫାଇନାଲରେ ପ୍ରବେଶ କଲେ ସୌରଭ, ଋତୁପର୍ଣ୍ଣଙ୍କୁ ମିଳିଲା ପରାଜୟ

Odisha Sports Bureau

ୟୁରୋପିୟ ଓପନ କ୍ୱାଟର ଫାଇନାଲରେ ପ୍ରବେଶ କଲେ ଏଣ୍ଡି ମରେ

Odisha Sports Bureau