Cricket

ୱାନ୍ ଡେ ବିଶ୍ୱକପ୍ କାର୍ଯ୍ୟସୂଚୀ ରିଲିଜ୍ ତାରିଖ ପ୍ରକାଶ, ପିସିବିକୁ ଅଧିକ ସମୟ ଦେବନି ଆଇସିସି

ମୁମ୍ବାଇ: ଏହି ବର୍ଷ ଶେଷରେ ଭାରତରେ ଆୟୋଜିତ ହେବାକୁ ଥିବା ୨୦୨୩ ODI ବିଶ୍ୱକପର କାର୍ୟ୍ୟସୂଚୀକୁ ସମସ୍ତ କ୍ରିକେଟ୍ ପ୍ରେମୀଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ବାହାରୁଥିବା ରିପୋର୍ଟ ଅନୁଯାୟୀ, ଆଇସିସି ୨୭ ଜୁନ୍ ରେ ଆନୁଷ୍ଠାନିକ ଭାବେ ଘୋଷଣା କରିବାକୁ ଯୋଜନା କରିଛି। ଏହି ତାରିଖର ଠିକ୍ ୧୦୦ ଦିନ ପରେ ଅକ୍ଟୋବର ୫ ତାରିଖ, ଯେଉଁ ଦିନଠାରୁ ଏହି ମେଗା ଇଭେଣ୍ଟର ପ୍ରଥମ ମ୍ୟାଚ୍ ଖେଳିବାର ଯୋଜନା ସାମ୍ନାକୁ ଆସିଛି ।
ବିସିସିଆଇ ପକ୍ଷରୁ ବହୁ ଦିନ ପୂର୍ବରୁ ODI ବିଶ୍ୱକପ ସିଡ୍ୟୁଲର ଏକ ଡ୍ରାଫ୍ଟ ଆଇସିସିକୁ ପଠାଯାଇଥିଲା। ସେବେଠାରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ର ଲଗାତାର ଆପତ୍ତି ଯୋଗୁଁ ଏପର୍ୟ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା ହୋଇପାରି ନଥିଲା । ପିସିବି ଏପର୍ୟ୍ୟନ୍ତ କାର୍ୟ୍ୟସୂଚୀ ସମ୍ବନ୍ଧରେ ଆଇସିସିକୁ ଏହାର ଅନୁମୋଦନ ପଠାଇ ନାହିଁ। ODI ବିଶ୍ୱକପରେ ତାଙ୍କ ଦଳର ଅଂଶଗ୍ରହଣ ସମ୍ପର୍କରେ ପାକିସ୍ତାନ କ୍ରିକେଟ୍ ବୋର୍ଡର ଚେୟାରମ୍ୟାନ୍ ନଜାମ ସେଠୀ ଏକ ବିବୃତ୍ତି ଦେଇଛନ୍ତି ଯେ ଆମେ ପୂର୍ବରୁ ଆଇସିସିକୁ କହିଛୁ ଯେ ଏହି କାର୍ୟ୍ୟସୂଚୀ ସମ୍ପର୍କରେ ଆମେ ଆମର ସମ୍ମତି କିମ୍ବା ମତଭେଦ ଦେଇ ପାରିବୁ ନାହିଁ। ଏହା ଆମ ସରକାର ଉପରେ ନିର୍ଭର କରେ । ଯେମିତି ଭାରତୀୟ ଦଳ ତାଙ୍କ ସରକାରଙ୍କ ଅନୁମତି ଉପରେ ନିର୍ଭର କରେ।
୨ଟି ମ୍ୟାଚ୍ର ସ୍ଥାନ ପରିବର୍ତ୍ତନ କରିବାକୁ ଆଇସିସିକୁ ଦାବି କରିଛି ପିସିବି
ଆଇସିସି ଦ୍ୱାରା ପଠାଯାଇଥିବା ଡ୍ରାଫ୍ଟ କାର୍ୟ୍ୟସୂଚୀରେ ଏହାର ଦୁଇଟି ମ୍ୟାଚର ସ୍ଥାନ ସମ୍ପର୍କରେ ଆଇସିସିରୁ ପରିବର୍ତ୍ତନ ଆଣିବାକୁ ପିସିବି ଦାବି କରିଛି। ଚେନ୍ନାଇ ଗ୍ରାଉଣ୍ଡରେ ଆଫଗାନିସ୍ତାନ ବିପକ୍ଷ ଏହି ମ୍ୟାଚରେ ଅନ୍ୟଟି ବେଙ୍ଗାଲୁରୁ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ। ପାକିସ୍ତାନ ଦଳ ଆଫଗାନିସ୍ତାନ ଦଳ ବିପକ୍ଷରେ ସ୍ପିନ୍ ଫ୍ରେଣ୍ଡଲି ପିଚ୍ ଖେଳିବାକୁ ଚାହୁଁନାହିଁ। ତେବେ ବିସିସିଆଇ ଦ୍ୱାରା ଏହି ଦାବିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରାଯାଇଛି।

Related posts

କିଏ ଜିତିବ ତୃତୀୟ ଦିନିକିଆ, ଉଭୟ ଦଳ ୧-୧ସ୍ଥିତିରେ ରହିଛନ୍ତି

Odisha Sports Bureau

ନ୍ୟୁଜିଲାଣ୍ଡ-ଏ ବିପକ୍ଷ ମ୍ୟାଚ୍‌ ନେଇ ଭାରତୀୟ-ଏ ଦଳ ଘୋଷିତ, ରାଜ ବାୱା ଦଳରେ ସାମିଲ

Odisha Sports Bureau

ବଦଳିବ ଦିନିକିଆ ବିଶ୍ୱକପର ଫର୍ମାଟ

Odisha Sports Bureau