Mrathon

ଇଂଲଣ୍ଡ ମାରାଥନରେ ଶାଢି ପିନ୍ଧି ଦୌଡିଲେ ଓଡିଆ ଝିଅ

ମାଞ୍ଚେଷ୍ଟର : ସମ୍ବଲପୁରୀ ଶାଢିକୁ ନେଇ ଇଂଲଣ୍ଡରେ ଚର୍ଚ୍ଚା । ଇଂଲଣ୍ଡର ମାଞ୍ଚେଷ୍ଟର ସହରରେ ହୋଇଥିବା ମାରାଥନ୍‌ରେ ସମ୍ବଲପୁରୀ ଶାଢି ପିନ୍ଧି ଦୌଡିଲେ ଓଡ଼ିଆ ଝିଅ ମଧୁସ୍ମିତା । ୪୩ ବର୍ଷୀୟା ମଧୁସ୍ମିତା ଜେନା ଦାସ ମାଞ୍ଚେଷ୍ଟର ମାରାଥନ୍‌ରେ ଅଂଶଗ୍ରହଣ କରିଥିଲା ବେଳେ ସମ୍ବଲପୁରୀ ଶାଢ଼ି ପିନ୍ଧି ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ଦୌଡ଼ିଥିଲେ। ଏହି ମାରାଥନରେ ମୋଟ ୧୮,୫୭୭ ଜଣ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ମଧୁସ୍ମିତା ଥିଲେ ୧୪,୫୮୫ ସ୍ଥାନରେ । ତେବେ ମଧୁସ୍ମିତା ୪୨ କିଲୋମିଟରର ଦୂରତାକୁ ଘଣ୍ଟାପ୍ରତି ୮.୬୮ କିଲୋମିଟର ବେଗରେ ଦୌଡ଼ିଥିଲା ବେଳେ ୪ ଘଣ୍ଟା ୫୦.୨୭ ସେକେଣ୍ଡ ସମୟ ନେଇ ଏହାକୁ ଶେଷ କରିଥିଲେ।

ବିଶେଷ ସୂତ୍ରରୁ ସୂଚନା ଅନୁଯାୟ, ମଧୁସ୍ମିତାଙ୍କ ଜନ୍ମ ସ୍ଥାନ ହେଉଛି ମାଞ୍ଚଷ୍ଟର । ବାପା ନୀରେନ୍ଦ୍ର ମୋହନ ଜେନା ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ନିଶ୍ଚେତକ ଡାକ୍ତର ଭାବେ କାର୍ୟ୍ୟ କରୁଛନ୍ତି। ଭୁବନେଶ୍ବର ବାସିନ୍ଦା ସଚିନ ଦାସଙ୍କ ସହିତ ମଧୁସ୍ମିତାଙ୍କ ବିବାହ ହେବା ପରେ ପ୍ରଥମେ ସେମାନେ ଇଜିପ୍ଟରେ ରହିଆସୁଥିଲେ। କିନ୍ତୁ ସେମାନଙ୍କର ଦୁଇଟି ସନ୍ତାନଙ୍କ ପାଠପଢ଼ା ପାଇଁ ମଧୁସ୍ମିତା ମାଞ୍ଚଷ୍ଟର ଫେରି ଆସିଥିଲେ ଓ ସେଠାରେ ହାଇସ୍କୁଲ୍‌ରେ ଜଣେ ଶିକ୍ଷୟତ୍ରୀ ଭାବେ କାର୍ୟ୍ୟରତ ଅଛନ୍ତି। ତେବେ ପିଲା ବେଳହୁ ହିଁ ମଧୁସ୍ମିତାଙ୍କୁ ଓଡ଼ିଆ ସଂସ୍କୃତି ଓ ପରମ୍ପରା ପ୍ରତି ଭଲପାଇବା ରହିଆସିଛି। ପିଲାଦିନେ ସେ ଯେତେବେଳେ ଭାରତକୁ ଆସୁଥିଲେ ସେତେବେଳେ ଓଡ଼ିଶୀ ଶିଖୁଥିଲେ। ତାଙ୍କୁ ସବୁବେଳେ ଶାଢ଼ି ପିନ୍ଧିବାକୁ ଭଲ ଲାଗେ। କିନ୍ତୁ ମାଞ୍ଚେଷ୍ଟରରେ ଶାଢ଼ି ପିନ୍ଧିବା ଅବସର ଖୁବ୍‌ କମ୍‌ ମିଳେ। ବହୁତ ଦିନ ହେବ ତାଙ୍କ ଇଚ୍ଛା ଥିଲା ଶାଢୀ ପିନ୍ଧି ଦୌଡିବାକୁ ଏଣୁ ସେ ଏହି ମାରାଥନରେ ଶାଢି ପିନ୍ଧି ଦୌଡିବାକୁ ମନସ୍ତ କରିଥିଲେ । ସବୁଠୁ ରୋଚକ କଥା ହେଉଛି, ସେ ତାଙ୍କ ମାଙ୍କ ବାହାଘର ବେଳର ଶାଢି ପିନ୍ଧି ମାରାଥନରେ ଦୌଡିଥିଲେ ।

Related posts

ଭାରତକୁ ଗୋଲ୍ଡ ଆଣିଲେ ପ୍ରିୟାଂସୁ

Odisha Sports Bureau

ସ୍ୱର୍ଣ୍ଣ ଜିତିଥିବା ଅଲମ୍ପିକ୍ସ ଧାବିକାଙ୍କ ପରଲୋକ

୨୦ ବର୍ଷରୁ କମ୍ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ମହିଳା ରିଲେ ଦଳକୁ ସ୍ୱର୍ଣ୍ଣ