Karate

ଜାତୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳି ଜିତିଲେ ୮ ସ୍ୱର୍ଣ୍ଣ

ଉତ୍ତରାଖଣ୍ଡ-: ଉତ୍ତରାଖଣ୍ଡରେ ଆୟୋଜିତ ଜାତୀୟ ଉପକନିଷ୍ଠ, ଯୁବ ଓ କନିଷ୍ଠ କରାଟେ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳି ୮ ସ୍ୱର୍ଣ୍ଣ, ୧୩ ରୌପ୍ୟ ଓ ୧୫ କାଂସ୍ୟ ସହ ୩୬ ପଦକ ଜିତିଛି। ଏଥିସହ ଓଡ଼ିଶା ମୋଟ ପଦକ ସଂଖ୍ୟାରେ ଶୀର୍ଷରେ ରହିଥିଲା ବେଳେ ‌ସ୍ୱର୍ଣ୍ଣ ଜିତିବା ଆଧାରରେ ତାଳିକାରେ ଚତୁର୍ଥ ସ୍ଥାନ ପାଇଛି। ରବିବାର ଉଦ୍‌ଯାପନୀ ଦିବସରେ କୈଭବ ପଟ୍ଟନାୟକ ୧୧ ବର୍ଷ ବାଳକ କାଟାରେ ସ୍ୱର୍ଣ୍ଣ ପାଇଥିବା ବେଳେ ନୀତିକ ମହନ୍ତ ୬ ବର୍ଷ ବାଳକ କାଟାରେ, ବିଶ୍ୱଦୀପ ବେହେରା ୧୦ ବର୍ଷ ବାଳକ କାଟାରେ, ଅଭିଜ୍ଞାନ ଦାଶ ୧୦ ବର୍ଷ ବାଳକ ଫାଇଟିଙ୍ଗରେ ରୌପ ପଦକ ହାସଲ କରିଛନ୍ତି। ସେହିପରି ଶ୍ରୀୟାନ ଶ୍ରେୟାଂଶୁ ଜେନା ୮ ବର୍ଷ ବାଳକ କାଟାରେ, ନକସ ପୋଦ୍ଦାର ୯ ବର୍ଷ ବାଳକ ଫାଇଟିଙ୍ଗରେ, ନିସାନ ସିଂହ ୧୩ ବର୍ଷ ବାଳକ ୫୫ କେଜିରୁ କମ୍‌ ଫାଇଟିଙ୍ଗରେ, ସ୍ୱୟଂ ପ୍ରତୀକ ଦାସ ୧୩ ବର୍ଷ ବାଳକ ୬୫ କେଜିରୁ କମ୍‌ ଫାଇଟିଙ୍ଗ୍‌ରେ, ରୋହନ ସ୍ୱାଇଁ ୧୩ ବର୍ଷ ବାଳକ ୬୫ କେଜିରୁ ଅଧିକ ଫାଇଟିଙ୍ଗ ଏବଂ ଉପକନିଷ୍ଠ ପୁରୁଷ ଟିମ୍‌ କାଟାରେ ଶିବ କୃପା ମିଶ୍ର , ଅର୍ପିତ କୁମାର ଦାସ, ଦେବେନ୍ଦ୍ର କୁମାର ପରିଡ଼ା , ସୌର୍ଯ୍ୟ ଚନ୍ଦୁକା କାଂସ୍ୟ ଜିତିଛନ୍ତି।

ଏହି ବିପୁଳ ସଫଳତା ନିମନ୍ତେ ଓଡ଼ିଶା ରାଜ୍ୟ କରାଟେ ଡୋ ସଂଘ ତରଫରୁ ଦଳ ସହ ଗସ୍ତ କରିଥିବା ପ୍ରବନ୍ଧକ ଅବିନାଶ ପୁନ୍ଦିର, ପ୍ରଶିକ୍ଷକ ଦୀପକ କୁମାର ସାମନ୍ତରା, ସନ୍ତୋଷ କୁମାର ମହାରଣା, ରାଜେନ୍ଦ୍ର ସାମଲ, କେଜିକେ ପ୍ରତିହାରୀ, ସୁସମିନୀ ପାଲଟାସିଂହ, କୃଷ୍ଣଚନ୍ଦ୍ର ମହାରଣା, ଭାଲେନା ଭଲେଣ୍ଟିନା, ଦେବେନ୍ଦ୍ର ରାଣା ଓ ଅଫିସିଆଲ ରାଜୀବ ସିଂହଙ୍କୁ ଧନ୍ୟବାଦ ଜଣାଇଥିବା ବେଳେ ରାଜ୍ୟ ସରକାରଙ୍କ ସହାୟତା ନିମନ୍ତେ କ୍ରୀଡ଼ା ବିଭାଗକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Related posts

ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତା ୨୦୨୪ରେ ବିଜୟୀ ହୋଇଛି ଟିଟିଲାଗଡ଼

Odisha Sports Bureau

କରାଟେ ପ୍ରତିଯୋଗିତାରେ ଓଡିଶାକୁ ମିଳିଲା ୧୨ ପଦକ

Odisha Sports Bureau

ଦକ୍ଷିଣ ଏସିୟ କରାଟେ ଚାମ୍ପିୟନଶିପ୍ ରେ ଓଡିଶାର ୩ ଜଣ ଝିଅ ଆଣିଲେ ବ୍ରୋଞ୍ଜ ପଦକ

Odisha Sports Bureau