Cricket

ନାଗାଲାଣ୍ଡ ବିପକ୍ଷ ମ୍ୟାଚରେ ଓଡ଼ିଶା ୨୯୯ ରନର ଏକ ବିଶାଳ ବିଜୟ ହାସଲ କରିଛି

ରଣଜୀ ଟ୍ରଫିରେ ଓଡ଼ିଶା ଦଳ ଚଳିତ ସିଜନରେ ତା’ର ପ୍ରଥମ ବିଜୟ ହାସଲ କରିଛି। କିଟ୍‌ ଷ୍ଟାଡିୟମରେ ନାଗାଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଓଡ଼ିଶା ଦଳ ୨୯୯ ରନ୍‌ର ବିଶାଳ ବ୍ୟବଧାନରେ ବିଜୟୀ ହୋଇଛି। ଓଡ଼ିଶା ଦ୍ୱାରା ଦିଆଯାଇଥିବା ୪୬୫ ରନ୍‌ର ବଡ଼ ଟାର୍ଗେଟ୍‌କୁ ପିଛା କରି ନାଗାଲାଣ୍ଡ ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୧୬୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଓଡ଼ିଶା ପାଇଁ ବୋଲିଂରେ ଗୋବିନ୍ଦ ପୋଦ୍ଦାର ସର୍ବାଧିକ ୫ଟି ୱିକେଟ୍‌ ନେଇଥିବା ବେଳେ ବାଦଲ ବିଶ୍ୱାଳ ୩ଟି ୱିକେଟ୍‌ ସଫଳତା ପାଇଥିଲେ।  ଶେଷ ଦିନରେ ନାଗାଲାଣ୍ଡର ଦ୍ୱିତୀୟ ଇନିଂସକୁ ଶୀଘ୍ର ସମାପ୍ତ କରି ଓଡ଼ିଶା ଦଳ ଚଳିତ ସିଜନରେ ନିଜର ବିଜୟ ଖାତା ଖୋଲିଛି। ଦ୍ୱିତୀୟ ଇନିଂସରେ ୧୬୯ ରନ୍‌ର ପ୍ରଭାବଶାଳୀ ପାଳି ଖେଳିଥିବା ସ୍ବସ୍ତିକ ସାମଲ ‘ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌’ ବିବେଚିତ ହୋଇଛନ୍ତି। ଏହି ବିଜୟ ସହ ଓଡ଼ିଶା ୫ଟି ମ୍ୟାଚ୍‌ରୁ ୭ ପଏଣ୍ଟ ହାସଲ କରି ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି।

Bengal | Ranji Trophy: Odisha stun Bengal by seven wickets - Telegraph India

Related posts

ଟାଏ ରହିଲା ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ୍

Odisha Sports Bureau

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା କରିଛି ଅଷ୍ଟ୍ରେଲିଆ

Odisha Sports Bureau

ଶେଷ ଦିନରେ ଓଭାଲ ଟେଷ୍ଟ

Odisha Sports Bureau