ଭୁବନେଶ୍ୱର-: ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନସିପ୍- ୨୦୨୫ରେ ରୌପ୍ୟ ପଦକ ଅର୍ଜନ କରି ଦେଶ ତଥା ରାଜ୍ୟ ପାଇଁ ସୁନାମ ଅର୍ଜନ କରିଥିବା ଓଡ଼ିଆ ଖେଳାଳି ଶ୍ରାବଣୀ ନନ୍ଦଙ୍କୁ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରାବଣୀଙ୍କ ସଫଳତା ପାଇଁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କ ସଫଳତା ଓଡ଼ିଶାର କ୍ରୀଡ଼ାବିତ, ବିଶେଷ ଭାବରେ ମହିଳା କ୍ରୀଡ଼ାବିତ ମାନଙ୍କୁ ପ୍ରେରିତ କରିବ ବୋଲି ମନ୍ତ୍ରୀ ମତପ୍ରକାଶ କରିଛନ୍ତି । ଶ୍ରାବଣୀ ୪x୧୦୦ ରିଲେ ଦୌଡ଼ରେ ରୌପ୍ୟ ପଦକ ହାସଲ କରିଥିଲେ । ତାଙ୍କୁ ୨.୫ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି ।
View this post on Instagram