Football

ମହିଳା ହକି ଇଣ୍ଡିଆ ଲିଗ୍ ଚାମ୍ପିଅନ୍ ହେଲା ଓଡ଼ିଶା ଓ୍ବାରିୟର୍ସ

ନୂଆଦିଲ୍ଲୀ: ମହିଳା ହକି ଇଣ୍ଡିଆ ଲିଗ ପ୍ରଥମ ସଂସ୍କରଣ ୨୦୨୪-୨୫ରେ ଓଡିଶା ଓ୍ବାରିୟର୍ସ ଇତିହାସ ରଚିଛି। ରାଞ୍ଚିସ୍ଥିତ ଜୟପାଲ ସିଂହ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ରେ ଓଡିଶା ଓ୍ବାରିୟର୍ସ ଚାମ୍ପିଅନ୍‌ ହୋଇଛି। ଓଡ଼ିଶା ଟିମ୍‌ର ଖେଳାଳିମାନେ ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି। ଦଳ ୨-୧ରେ ସୁରମା ହକି କ୍ଲବକୁ ପରାସ୍ତ କରିଛି।

ଖେଳର ପ୍ରଥମାର୍ଦ୍ଧ ସୁଦ୍ଧା ଉଭୟ ଦଳର ଗୋଲ୍ ସମାନ ସ୍ତରରେ ରହିଥିଲା। କିନ୍ତୁ ଚତୁର୍ଥ କ୍ବାଟରରେ  ସୁରୁମା ବିପକ୍ଷରେ ଓଡିଶା ଓ୍ବାରିୟର୍ସ ଦ୍ବିତୀୟ ଗୋଲ୍ କରି ପ୍ରଥମ ସଂସ୍କରଣର ବିଜେତା ହୋଇଛନ୍ତି। ତେବେ ଓଡ଼ିଶା ୱାରିୟର୍ସ ପାଇଁ ରୁତୁଜା ପିସାଲ ଯଥାକ୍ରମେ ୨୦ ଏବଂ ୫୬ ମିନିଟରେ ସ୍କୋର କରିଥିବାବେଳେ ସୁରମା ହକି କ୍ଲବ ପାଇଁ ପେନି ସ୍କ୍ୱିବ୍ ୨୮ ମିନିଟରେ ଗୋଲ୍ ଦେଇଥିଲେ।

Related posts

ଏସୀୟ କ୍ରିଡାରେ ବାଂଲାଦେଶକୁ ୧-୦ରେ ପରାସ୍ତ କଲା ଭାରତ

Odisha Sports Bureau

ଭାରତ ୫-୦ ଗୋଲରେ ଶ୍ରୀଲଙ୍କାକୁ କଲା ପରାସ୍ତ

Odisha Sports Bureau

ମଞ୍ଚେଷ୍ଟର ସିଟିର ତାରକା ଫୁଟବଲର୍ କଲିନ୍ ବେଲଙ୍କ ଦେହାନ୍ତ

Odisha Sports Bureau