Khokho

ନାନୋଇଙ୍କୁ ରୌପ୍ୟ, ରୋଜି, ଅର୍ଶୀଙ୍କୁ କାଂସ୍ୟ

ଭୁବନେଶ୍ୱର: ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ମଙ୍ଗଳବାର ଓଡ଼ିଶାକୁ ଗୋଟିଏ ରୌପ୍ୟ ଓ ଦୁଇଟି କାଂସ୍ୟ ମିଳିଛି। ଫଳରେ ଏହି ପ୍ରତିଯୋଗିତାରେ ଓଡ଼ିଶାର ପଦକ ସଂଖ୍ୟା ୪୮ରେ (୯ ସ୍ବର୍ଣ୍ଣ, ୧୪ ରୌପ୍ୟ, ୨୫ କାଂସ୍ୟ) ପହଞ୍ଚିଛି। ଏହି ୩ଟି ଯାକ ପଦକ କାନୋଇଂରୁ ଆସିଛି। କାନୋଇଂ ସ୍ପ୍ରିଣ୍ଟ୍ସ୍ କେ-୧ ୨୦୦ ମିଟର ପୁରୁଷରେ ମାନୋଇ ମୈତେଇ ରୌପ୍ୟ ଜିତିଥିଲା ବେଳେ ଏହି ବର୍ଗ ମହିଳାରେ ପି ରୋଜି ଦେବୀ ଏବଂ ସି୧ କାନୋଇ ସ୍ଲାଲୋମରେ ସ୍ଲାମ ଅର୍ଶୀ ଦେବୀ କାଂସ୍ୟ ପାଇଛନ୍ତି।
ଅନ୍ୟପକ୍ଷରେ ଓଡ଼ିଶା ପୁରୁଷ ଓ ମହିଳା ଖୋ ଖୋ ଦଳ ଫାଇନାଲ୍ରେ ପହଞ୍ଚି ଦୁଇଟି ପଦକ ନିଶ୍ଚିତ କରିଛନ୍ତି। ସେମିଫାଇନାଲ୍ରେ ପୁରୁଷ ଦଳ ୪୪-୪୨ରେ ଆନ୍ଧ୍ରପ୍ରଦେଶକୁ ଏବଂ ମହିଳା ଦଳ ୬୪-୩୦ରେ କେରଳକୁ ପରାସ୍ତ କରିଛନ୍ତି। ଫାଇନାଲ୍ରେ ଉଭୟ ଦଳ ମହାରାଷ୍ଟ୍ରକୁ ଭେଟୁଛନ୍ତି। ସେମିଫାଇନାଲ୍ରେ ମହାରାଷ୍ଟ୍ରର ପୁରୁଷ ଦଳ ୬୪-୨୪ରେ କେରଳକୁ ଏବଂ ମହିଳା ଦଳ ୫୪-୩୦ରେ କର୍ଣ୍ଣାଟକକୁ ହରାଇଥିଲା। ଆଗାମୀ ଜାତୀୟ କ୍ରୀଡ଼ାର ୩୮ତମ ସଂସ୍କରଣ ଆସନ୍ତା ବର୍ଷ ଅକ୍ଟୋବର-ନଭେମ୍ବରରେ ଉତ୍ତରାଖଣ୍ଡରେ ଆୟୋଜିତ ହେବ। ଚଳିତ ସଂସ୍କରଣର ଉଦ୍ୟାପନୀ ଦିବସ (୯ ତାରିଖ)ରେ ଜାତୀୟ କ୍ରୀଡ଼ା ପତାକା ଉତ୍ତରାଖଣ୍ଡକୁ ହସ୍ତାନ୍ତର କରାଯିବ।

Related posts

ଖୋ ଖୋରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ଦଳ

Odisha Sports Bureau

ଭାରତୀୟ ଖୋଖୋ ଶିବିରରେ ସୁନ୍ଦରଗଡ଼ର ପୁଅ

Odisha Sports Bureau

ଜାତୀୟ ଖୋ ଖୋ ଟିମ୍ କୁ ରାଜ୍ୟ ସରକାର 3 ବର୍ଷ ପାଇଁ ସ୍ପନସର୍ କରିବେ

Odisha Sports Bureau