Cricket

ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍‌ ସମ୍ପର୍କିତ ମାମଲାକୁ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ୱର: କଟକ ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍‌ ସମ୍ପର୍କିତ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ଭର୍ଚୁଆଲରେ ଉପସ୍ଥିତ ରହି ହାଇକୋର୍ଟଙ୍କୁ ଏଜି ତଥ୍ୟ ଦେଇଥିଲେ। ଶୃଙ୍ଖଳିତ ଓ ସୁରକ୍ଷିତ ମ୍ୟାଚ୍ ଆୟୋଜନ ନେଇ ଏଜି ତଥ୍ୟ ଉପସ୍ଥାପନ କରିଛନ୍ତି। ଶୃଙ୍ଖଳା ଓ ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାର ନେଇଥିବା ସେ ପ୍ରବୋଧନା ଦେଇଛନ୍ତି। ଏଜିଙ୍କ ପ୍ରବୋଧନା ଭିତ୍ତିରେ ହାଇକୋର୍ଟ ମାମଲା ଖାରଜ କରିଛନ୍ତି।

ସୂଚନାଯୋଗ୍ୟ ଯେ, ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍‌ ବନ୍ଦ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା। ଢେଙ୍କାନାଳ ଭୁବନର ଜନୈକ ସଞ୍ଜୟ ନାୟକଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲା। ରାଜ୍ୟ ସରକାର, BCCI ଆଦି ୧୫ ଜଣଙ୍କୁ ପକ୍ଷଭୁକ୍ତ କରି ମାମଲା ଦାୟର ହୋଇଥିଲା। ବାରବାଟୀ ଷ୍ଟାଡିୟମରେ ଅଗ୍ନି ନିରାପତ୍ତାର ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଥିଲା।

ଅନ୍ୟପକ୍ଷେ, ଆଜିଠୁ ବାରବାଟୀ T20 ମ୍ୟାଚ୍‌ର ଅଫ୍‌ଲାଇନ୍‌ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। ଜୁନ୍ ୯ ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ୫ ମ୍ୟାଚ୍ ବିଶିଷ୍ଟ T20 ସିରିଜ। ଚଳିତ ବର୍ଷ ଫେବୃଆରୀରେ ବାରବାଟୀରେ T20 ମ୍ୟାଚ୍‌ ଖେଳା ଯିବାର ଥିଲା। ଟିମ୍‌ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଏହି ମ୍ୟାଚ୍‌ ହେବାର ଥିଲା। ତେବେ କୋଭିଡ୍‌ ପାଇଁ ମ୍ୟାଚ୍‌ ଖେଳା ଯାଇନଥିଲା। ଏହାପରେ BCCI ବାୟୋ ବବଲ୍‌ ମଧ୍ୟରେ ଅହମଦାବାଦ ଓ କୋଲକାତାରେ ଦିନିକିଆ ଓ T20 ମ୍ୟାଚ୍‌ ଖେଳାଯିବା ନେଇ ନିଷ୍ପତ୍ତି ନେଇଥିଲା। ଏହା ପରେ ଜୁନ୍‌ ୧୨ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ T20 ମ୍ୟାଚ୍‌ ଖେଳାଯିବା ନେଇ ନିଷ୍ପତ୍ତି ହୋଇଥିଲା।

 

Related posts

ମହିଳା ବିଶ୍ୱକପ୍‌ ଉଦ୍‌ଘାଟନୀ ମୁକାବିଲାରେ ଭାରତ ସହ ଖେଳିବ ଶ୍ରୀଲଙ୍କା

Odisha Sports Bureau

ଭାରତ ଖେଳିବାକୁ ଥିବା ମ୍ୟାଚ ପାଇଁ ଟିକେଟ ଆଜିଠାରୁ ବିକ୍ରି ହେବ

Odisha Sports Bureau

ଆଇପିଏଲରେ ୱିକେଟ କିପିଂ କରିବେନି ରିଷଭ ପନ୍ତ

Odisha Sports Bureau