Hockey

ହକି ସମୟରେ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ନଜର ରହିବ:ଡିସିପି

ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ ଚଳଚଞ୍ଚଳ ଏବେ ରାଜ୍ୟ । ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ହକି ପାଇଁ କରାଯାଉଛି ନିମନ୍ତ୍ରଣ । ଏପଟେ ସମସ୍ତ ଦଳ ବି ହକି ବିଶ୍ୱକପ୍ ପାଇଁ ଏକାଠି ଅଣ୍ଟା ଭିଡିଛନ୍ତି । କାରଣ ଓଡିଶାରେ ଦ୍ୱିତୀୟଥର ପାଇଁ ଆୟୋଜ ହୋଇଛି ହକି । ଫଳରେ ଲୋକଙ୍କ ମନରେ ଉତ୍ସାହ ଭରି ରହିଛି । ସେପଟେ ହକି ପାଇଁ ରାଜଧାନୀ ଭୁବନେଶ୍ୱର ସମେତ ରାଉକେଲାକୁ ମଧ୍ୟ ସୈାନ୍ଦଯ୍ୟକରଣ କରାଯାଇଛି । ଏହାସହିତ ହକି ଖେଳାଳି ମଧ୍ୟ ଆସି ସାରିଛନ୍ତି । ଅନ୍ୟପକ୍ଷରେ ହକି ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ଭୁବନେଶ୍ୱର ଡିସିପି ଓ ଏୟାରପୋର୍ଟ ଅଥରୀଟି । ତେବେ ଆସନ୍ତା ଆସନ୍ତା ଜାନୁଆରୀ ୧୩ ତାରିଖରେ ଅନୁଷ୍ଠିତ ହେବ ହକି ବିଶ୍ୱ କପ । ଭୁବନେଶ୍ୱର ଏୟାର ପୋର୍ଟ ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବେ । ହକି ସମୟରେ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ନଜର ରହିବ । ବାହାର ଦେଶରୁ ଆସୁଥିବା ଖେଳାଳିଙ୍କ ସୁରକ୍ଷା ଉପରେ ସ୍ୱତନ୍ତ୍ର ନଜର ରଖାଯିବ ।

Related posts

ଭାରତୀୟ ହକି ଖେଳାଳିଙ୍କ ପାଇଁ ଓଡିଶା ସରକାରଙ୍କ ପୁରସ୍କାର ଘୋଷଣା

Odisha Sports Bureau

୭୪ତମ ରାଜ୍ୟ ପୁଲିସ୍ ହକି ଚାମ୍ପିୟନଶିପ ଆରମ୍ଭ

Odisha Sports Bureau

ଏସୀୟ ଚାମ୍ପିଅନ୍‌ସ ଟ୍ରଫି ହକି ପ୍ରତିଯୋଗିତାରେ ଆଜି ଭାରତ ସହ ଜାପାନ ସେମିଫାଇନାଲ

Odisha Sports Bureau