Hockey

ଏସୀୟ ଚାମ୍ପିଅନ୍‌ସ ଟ୍ରଫି ହକି ପ୍ରତିଯୋଗିତାରେ ଆଜି ଭାରତ ସହ ଜାପାନ ସେମିଫାଇନାଲ

(ରିପୋର୍ଟସ ଟୁଡେ): ଚଳିତ ଏସୀୟ ଚାମ୍ପିଅନ୍‌ସ ଟ୍ରଫି ହକି ପ୍ରତିଯୋଗିତାରେ ପୂର୍ବ ବି‌ଜେତା ଭାରତ ଏବଂ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ଜାପାନ ମଧ୍ୟରେ ଆସନ୍ତାକାଲି ସେମିଫାଇନାଲ୍‌ ମୁକାବିଲା ହେବ। ରାଉଣ୍ଡ୍‌ ରବିନ୍‌ ପର୍ୟ୍ୟାୟରେ ଜାପାନକୁ ୯-୦ ଗୋଲ୍‌ରେ ପରାସ୍ତ କରିଥିବାରୁ ସେମିଫାଇନାଲ୍‌ରେ ଭାରତ ସେହି ସଫଳତା ଦୋହରାଇ ଫାଇନାଲ୍‌ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିବ। ଅନ୍ୟପକ୍ଷରେ ରାଉଣ୍ଡ୍‌ ରବିନ୍‌ ପର୍ୟ୍ୟାୟ ପରାଜୟର ପ୍ରତିଶୋଧ ସହ ଫାଇନାଲ୍‌ ପ୍ରବେଶ ପାଇଁ ଜାପାନ ନିଶ୍ଚୟ ପ୍ରୟାସ କରିବ।

ଭୁବନେଶ୍ବରରେ ଆସନ୍ତାମାସରେ ଆୟୋଜିତ ବିଶ୍ବକପ୍‌ ପୂର୍ବରୁ ଏହା ଶେଷ ପ୍ରତିଯୋଗିତା ଥିବାରୁ ଭାରତ ବିଜେତା ହେବା ସହ ଏସୀୟ କ୍ରୀଡ଼ାର ନୈରାଶ୍ୟଜନକ କାଂସ୍ୟ ପଦକ ପାଇଁ ସମାଲୋଚକଙ୍କ ମୁହଁ ବନ୍ଦ କରିବାକୁ ଆପ୍ରାଣ ଉଦ୍ୟମ କରିବ। ଅନ୍ୟପକ୍ଷରେ ଏଠା‌େର ସେମିଫାଇନାଲ୍‌ ପ୍ରବେଶକରିଥିବା ୪ ଦଳ ମଧ୍ୟରୁ ଏକମାତ୍ର ଜାପାନ ବିଶ୍ବକପ୍‌କୁ ଯୋଗ୍ୟତା ହାସଲ କରିନାହିଁ। ତଥାପି ଶନିବାର ସେମିଫାଇନାଲ୍‌ ଭାରତ ପାଇଁ ଏକ ଭିନ୍ନ ମ୍ୟାଚ୍‌ ହେବ। ସେମିଫାଇନାଲ୍‌ ମ୍ୟାଚ୍‌ ଷ୍ଟାର୍‌ ସ୍ପୋର୍ଟସ୍‌-୨, ଷ୍ଟାର୍‌ ସ୍ପୋର୍ଟସ୍‌ ଏଚ୍‌ଡି ଏବଂ ହଟ୍‌ଷ୍ଟାର୍‌ରେ ସିଧା ପ୍ରସାରିତ ହେବ। ଭାରତ-ଜାପାନ ମ୍ୟାଚ୍‌ ରାତି ୧୦.୪୦ରେ ଖେଳାଯିବ। ପ୍ରତିଯୋଗିତାର ଫାଇନାଲ୍‌ ରବିବାର ଖେଳାଯିବ।

Related posts

୧୦ ବର୍ଷ ଯାଏ ଓଡ଼ିଶା ହେବ ହକିର ପ୍ରାୟୋଜକ

Odisha Sports Bureau

ଡିଫେଣ୍ଡିଙ୍ଗ ଚାମ୍ପିଅନ‌କୁ ହରାଇଲା ଜର୍ମାନୀ, ପିନ୍ଧିଲା 2023ର ହକି ବିଶ୍ୱକପ ଟାଇଟଲ

Odisha Sports Bureau

ହକି ବିଶ୍ୱକପର ପ୍ରତିଟି ମ୍ୟାଚ ଦେଖିବା ବ୍ୟବସ୍ଥା ପ୍ରଶାସନ

Odisha Sports Bureau