ବିଶ୍ୱକପ ୨୦୨୩ର ପ୍ରଥମ ମ୍ୟାଚ ଅକ୍ଟେବର ୫ରୁ ଅହମଦାବାରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଇଂଲଣ୍ଡ ଏବଂ ନୁଜିଲାଣ୍ଡ ମଧ୍ୟରେ ହେବ । ସେଥିପାଇଁ ବିସିସିଆଇ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଆଉ ଏଥିପାଇଁ ଙଣଙ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନଷ୍ପତ୍ତି ନେଇଛି । ବିଶ୍ୱକପକୁ ଦୃଷ୍ଟିରେ ରଖି ଓୟୋ ପକ୍ଷରୁ ୫୦୦ ହୋଟେଲ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବିଶ୍ୱକପ ପାଇଁ ସମସ୍ତ ହୋଟେଲର ରୁମ୍ ଦାମ୍ ବଢିଯାଇଛି ଆଉ ଆଗକୁ ଆହୁରି ବଢିଯିବାର ସମ୍ଭାବନା ରହିଛି ।ତେବେ ହୋଟେଲରେ ଗୋଟିଏ ରାତି କାଟିବାକୁ ୫୦ ହଜାର ଟଙ୍କା ଦେବାକୁ ପଡିବ । ମ୍ୟାଚକୁ ଆଉ ୧୦୦ଦିନ ସମୟ ଥିବା ବେଳେ ଏବେଠାରୁ ହୋଟେଲ ରୁମ ବୁକିଂ କରିବା ପାଇଁ ୫୦ ହଜାର ଟଙ୍କା ନେଉଛନ୍ତି । ଏବେ ଫାଇଭଷ୍ଟାର ହୋଟେଲ ମାନଙ୍କରେ ରୁମ ଦାମ ବଡିବାରେ ଲାଗିଛି । ଏବେ ହୋଟେଲ ଦାମ ପାଥାପାତି ୧୦ ଗୁଣା ବଡିଯାଇଛି ।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅହମଦାବାଦରେ ୧୫ ଅକ୍ଟୋବରକୁ ମ୍ୟାଚ ଖେଳାଯିବ । ଏଠାରେ ଫାଇନାଲ ମ୍ୟାଚ ମଧ୍ୟ ଖେଳାଯିବ । ଏଥିପାଇଁ ୩ ମାସ ପୂର୍ବରୁ ହୋଟେଲର ଚାର୍ଜ ବଢିଯାଇଛି । ଏଥିପାଇଁ ଓୟୋ ପକ୍ଷରୁ ୫୦୦ ହୋଟେଲ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଯେଉଁ ସହରରେ ମ୍ୟାଚ ଖେଳାଯିବ, ସେଠାରେ ଓୟୋର ହୋଟେଲ ଖୋଲାଯିବ ବୋଲି ଖବର ମିଳିଛି