Cricket

ପାକିସ୍ତାନ ବୋଲରଙ୍କ ବଡ ବିବୃତ୍ତି; ଭାରତ ବିପକ୍ଷ ମ୍ୟାଚ ଉପରେ ନୁହେଁ ବିଶ୍ୱକପ ଉପରେ ନଜର

ନୂଆଦିଲ୍ଲୀ: ପାକିସ୍ତାନ ଦ୍ରୁତ ବୋଲର ଶାହିନ ଆଫ୍ରିଦି ଚଳିତ ବର୍ଷ ଶେଷରେ ଆଇସିସି ଙଊଓ ବିଶ୍ୱକପ ୨୦୨୩ ରେ ଭାରତ ବିପକ୍ଷ ମ୍ୟାଚ ଉପରେ ସଂମ୍ପୁର୍ଣ୍ଣ ଧ୍ୟାନ ଦେବା ବିଚାରକୁ ଖାରଜ କରିଦେଇଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେଉଥିବା ମ୍ୟାଚ୍ ଦେଖିବା ପାଇଁ ସମଗ୍ର ବିଶ୍ୱରେ ପ୍ରଶଂସକଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ର ପାଲଟିଥାଏ ଜ୍ଝ ଏଭଳି ପରିସ୍ଥିତିରେ ଆଗାମୀ ଦିନିକିଆ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଦର୍ଶକ ବହୁତ ଉତ୍ସାହିତ ଅଛନ୍ତି।

ଲକ୍ଷ୍ୟ ହେଉଛି ବିଶ୍ୱକପ ଜିତିବା 

ଅକ୍ଟୋବର ୧୫ ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ପାକିସ୍ତାନ ମୁକାବିଲା ହେବ। ଏହି ସବୁ ଜିନିଷକୁ ଅଲଗା କରି ଆଫ୍ରିଦି କହିଛନ୍ତି ଯେ ଚଳିତ ବର୍ଷ ବିଶ୍ୱକପ ଜିତିବା ଉପରେ ଦଳର ଧ୍ୟାନ ରହିଛି। ଏକ ସ୍ଥାନୀୟ ପାକିସ୍ତାନୀ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଆଫ୍ରିଦି କହିଛନ୍ତି, “ଆମେ କେବଳ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଉପରେ ଧ୍ୟାନ ଦେବା ଏବଂ ଭାବିବା ବନ୍ଦ କରିବା ଉଚିତ୍। କାରଣ ଏହା କେବଳ ଏକ ମ୍ୟାଚ୍। ବିଶ୍ୱକପ କିପରି ଜିତିବ ସେ ଉପରେ ଧ୍ୟାନ ଦେବା ଉଚିତ୍। ଏବଂ ଏକ ଦଳ ଭାବରେ ମଧ୍ୟ ଆମର ଲକ୍ଷ୍ୟ ହେବ ”

୧୯୯୨ ରେ ପାକିସ୍ତାନ ବିଶ୍ୱକପ ଜିତିଥିଲା

୧୯୯୨ ମସିହାରେ ଇମ୍ରାନ ଖାନଙ୍କ ନେତୃତ୍ୱରେ ପାକିସ୍ତାନ ଙଊଓ ବିଶ୍ୱକପ ଜିତିଥିଲା। ଏଭଳି ପରିସ୍ଥିତିରେ ଆସନ୍ତା ଦିନିକିଆ ବିଶ୍ୱକପରେ ଆଇସିସି ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛି। ଶାହିନ୍ ଆଫ୍ରିଦି ଦୀର୍ଘ ଦିନ ଧରି ଆଣ୍ଠୁରେ ଆଘାତ ସହ ସଂଗ୍ରାମ କରିଆସୁଥିଲେ, ଏହି କାରଣରୁ ସେ ଦୀର୍ଘ ଦିନ ଧରି କାର୍ୟ୍ୟରୁ ଦୂରେଇ ରହିଥିଲେ। ତେବେ ସେ ସମ୍ପୂର୍ଣ୍ଣ ଫିଟ୍ ଏବଂ ଶ୍ରୀଲଙ୍କା ବିପକ୍ଷ ଆଗାମୀ ଟେଷ୍ଟ ସିରିଜରେ ଖେଳିବାକୁ ଅପେକ୍ଷା କରିଛନ୍ତି। ଆଫ୍ରିଦି କହିଛନ୍ତି ଯେ ମୁଁ ସମ୍ପୂର୍ଣ୍ଣ ଫିଟ୍, ତେଣୁ ମୁଁ ଟେଷ୍ଟ ଦଳକୁ ଫେରି ଆସିଛି। ଯଦି ମୁଁ ସମ୍ପୂର୍ଣ୍ଣ ଫିଟ୍ ହୋଇନଥାନ୍ତି, ତେବେ ଦଳରେ ମୋ ନାଁ ନାମିତ ହୋଇନଥାନ୍ତା ଜ୍ଝ ମୁଁ କ୍ଲବ ସ୍ତରୀୟ ଦଳ ପାଇଁ ନୁହେଁ, ପାକିସ୍ତାନ ଜାତୀୟ ଦଳ ପାଇଁ ଖେଳିବି। ଜୁଲାଇ ୧୬ ରୁ ଶ୍ରୀଲଙ୍କା ବିପକ୍ଷ ପାକିସ୍ତାନର ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଆଫ୍ରିଦି ଖେଳୁଥିବା ଦେଖିବାକୁ ମିଳିବେ।

Related posts

ରୋହିତ ଏବଂ ବିରାଟଙ୍କ ଶତକର ଭିଡିଓ ସେୟାର କଲା BCCI, ପ୍ରଶଂସକମାନେ ସବୁଠାରୁ ଧନୀ ବୋର୍ଡକୁ ତାଚ୍ଛଲ୍ୟ କଲେ

Odisha Sports Bureau

ଚେନ୍ନାଇ ଦଳର ପଧିନାୟକ ତଥା କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି ରାତନୀତିକୁ ଆସିବା ସମ୍ପର୍କରେ ଚିନ୍ତା କରିବା ଉଚିତ

ପାକିସ୍ତାନ କ୍ରିକେଟକୁ ବଡ ଝଟକା

Odisha Sports Bureau